୩୩ ବର୍ଷ କେବଳ ଚା ପିଇ ଜୀବିତ ଅଛନ୍ତି ‘ଚା ବାଲା ଚାଚୀ’ , ଡାକ୍ତର ଆଶ୍ଚର୍ଯ୍ୟ

ଚା ର ଚୁସ୍କି ନେବା ପ୍ରାୟ ସବୁ ମଣିଷଙ୍କ ଜୀବନଶୈଳୀର ଏକ ଅଭିନ୍ନ ଅଙ୍ଗ। କିନ୍ତୁ କଣ ଆପଣ ପୂରା ଦିନ କେବଳ ଚା ର ଗୋଟିଏ ଚୁସ୍କିର ବଞ୍ଚିପାରେ ? ବୋଧେ ନୂହଁ ଏବଂ ଏମିତି ହେବା ସମ୍ଭବ ମଧ୍ୟ ନୁହେଁ। କାହିଁକି ନା ଆମ ଶରୀରକୁ ପୋଷକ ତତ୍ତ୍ବର ଆବଶ୍ୟକତା ହୋଇଥାଏ ଯାହା ଚା ଦ୍ବାରା ପୂରା ହୋଇନଥାଏ। କିନ୍ତୁ ଛତିଶଗଡରେ ରହୁଥିବା ୪୪ ବର୍ଷର ମହିଳା ଗତ ୩୩ ବର୍ଷରୁ କେବଳ ଚା ପିଇ ପିଇ ବଞ୍ଚିଛନ୍ତି ଏବଂ ସେ ସମ୍ପୂର୍ଣ୍ଣ ଭାବରେ ମଧ୍ୟ ସୁସ୍ଥ ଅଛନ୍ତି। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଳାଗୁଥିଲେ ବି ସତ।
ଏହି ମହିଳା କୋରିୟା ଜିଲ୍ଳାର ବରାଡିୟା ଗାଁରେ ରହୁଥିବା ପିଲ୍ଲୀ ଦେବୀ ଅଟନ୍ତି। ସେ ୧୧ ବର୍ଷ ବୟସରୁ ଏବେ ପର୍ଯ୍ୟନ୍ତ କେବଳ ଚା ରେ ହିଁ ଜୀବିତ ଅଛନ୍ତି। ନିଜର ସ୍ବତନ୍ତ୍ର ଜୀବନ ଶୈଳୀ ପାଇଁ ଚର୍ଚ୍ଚିତ ଥିବା ଏହି ମହିଳା ସ୍ଥାନୀୟ ଲୋକଙ୍କ ପାଇଁ ‘ଚା ବାଲା ଚାଚି’ ନାମରେ ପ୍ରସିଦ୍ଧ ଅଟନ୍ତି। ତାଙ୍କ ପିତା ରତି ରାମଙ୍କ କହିବାନୁଯାୟୀ ସେ ଷଷ୍ଠ ଶ୍ରେଣୀରୁ ହିଁ ଖାଇବା ପିଇବା ଛାଡି ଦେଇଥିଲେ। ସେ କହିଲେ, ମୋ ଝିଅ କୋରିୟା ଜିଲ୍ଲାର ଜନକପୁର ସ୍ଥିତ ପାଟଣା ସ୍କୁଲରେ ଏକ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାଇଥିଲେ। ଯେତେବେଳେ ସେଠୁ ଫେରି ଆସିଲେ ତେବେ ସେ ହଠାତ୍ ଖାଦ୍ୟ ଖାଇବା ଏବଂ ପିଇବା ଛାଡି ଦେଇଥିଲେ।
ରତି ରାମ କହିଥିଲେ ଯେ ପିଲ୍ଲୀ ଦେବୀ ଆରମ୍ଭରେ କ୍ଷୀର ଚା ସହିତ ବିଷ୍କୁଟ ଏବଂ ବ୍ରେଡ ଖାଉଥିଲେ, କିନ୍ତୁ ପରେ ସେ କେବଳ କଳା ଚା ପିଇବା ଆରମ୍ଭ କରିଦେଲେ। ସେ ଦିନରେ ଗୋଟିଏ ଥର ସୂର୍ଯ୍ୟ ଅସ୍ଥ ହେବା ପରେ ଚା ପିଇଥାନ୍ତି। ତାଙ୍କ ଭାଇ ବିହାରୀ ଲାଲ ରାଜୱାଡେ କହିଲେ ଯେ ତାଙ୍କୁ ଡାକ୍ତରଙ୍କୁ ମଧ୍ୟ ଦେଖାଗଲା ଯେ କାରଣ ସେ କୌଣସି ରୋଗରେ ପିଡିତ ହୋଇ ଯାଇ ନାହାନ୍ତି ତ। କିନ୍ତୁ ଡାକ୍ତରଙ୍କୁ ତାଙ୍କ ବ୍ୟବହାରରେ କୌଣସି ରୋଗ ମିଳିଲା ନାହିଁ। ତାଙ୍କ ପରିବାର ସଦସ୍ୟଙ୍କ ଅନୁଯାୟୀ ପିଲ୍ଲୀ ଦେବୀ ବହୁତ କମ୍ ଘରୁ ବାହାରକୁ ଯାଆନ୍ତି। ବର୍ତ୍ତମାନ ସେ ସାରାଦିନ ଭଗବାନ ଶିବଙ୍କ ଭକ୍ତିରେ ଡୁବି ରହୁଛନ୍ତି।
ଏହା ସହ ପଢ଼ନ୍ତୁ : କୁନି ଶୈତାନ୍ର କଳା କାରନାମା
କୋରିୟା ଜିଲ୍ଲା ହସପିଟାଲର ଡାକ୍ତର କହିଲେ ଯେ କୌଣସି ମଣିଷଙ୍କ ପାଇଁ କେବଳ ଚା ପିଇ ବଞ୍ଚି ରହିବା ସମ୍ଭବ ନୁହେଁ। ଏହା ବହୁତ ଆଶ୍ଚର୍ଯ୍ୟକର ଘଟଣା ଅଟେ। ବୈଜ୍ଞାନିକ ଦ୍ରୁଷ୍ଟିକୋଣରୁ କୌଣସି ବ୍ୟକ୍ତି ୩୩ ବର୍ଷ ପର୍ଯ୍ୟନ୍ତ କେବଳ ଚା ପିଇ ଜିବୀତ ରହି ପାରିବ ନାହିଁ। ୩୩ ବର୍ଷ ବହୁତ ଲମ୍ବା ସମୟ ଅଟେ, ଏହା ସମ୍ଭବପର ନୁହେଁ।