ମହାଭାରତ ଯୁଦ୍ଧର ଭୋଜନ ବ୍ୟବସ୍ଥା ସମ୍ପର୍କରେ ଜାଣନ୍ତୁ ୫ଟି ରୋଚକ ତଥ୍ୟ

କୁରୁକ୍ଷେତ୍ରରେ ହୋଇଥିବା ମହାଭାରତ ଯୁଦ୍ଧରେ ଲକ୍ଷ ଲକ୍ଷ ସୈନିକ ଭାଗ ନେଇଥିଲେ। ଏନେଇ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏହି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଭୋଜନ କିଏ ପ୍ରସ୍ତୁତ କରୁଥିଲେ ଏବଂ କିପରି ପରସୁ ଥିଲେ। କେବଳ ଏହି ପ୍ରଶ୍ନ ନୁହେଁ ଆହୁରି ମଧ୍ୟ ପ୍ରଶ୍ନ ଉଠୁଛି ଯେତେବେଳେ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଥିଲା ସେତେବେଳେ କିପରି ସନ୍ଧ୍ୟା ସମୟରେ ଖାଦ୍ୟ ସଠିକ ରୂପେ ପ୍ରସ୍ତୁତ ହୋଇପାରିଥିଲା? ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ କିଛି ରୋଚକ ତଥ୍ୟ।

-ଶ୍ରୀକୃଷ୍ଣଙ୍କ ଏକ ଅକ୍ଷୋହିଣୀ ନାରାୟଣୀ ସେନା ମିଶାଇ କୌରବଙ୍କ ପାଖରେ ୧୧ ଅକ୍ଷୋହିଣୀ ସେନା ଏକତ୍ରିତ କରିଥିଲେ। ଏହିଭଳି ସମସ୍ତ ମହାରଥୀଙ୍କ ସେନାଙ୍କୁ ମିଶାଇ ସମୁଦାୟ ୪୫ଲକ୍ଷରୁ ଅଧିକ ଲୋକ ଏହି ଯୁଦ୍ଧରେ ଭାଗ ନେଇଥିଲେ।

mahabhat

-ମହାଭାରତ ଯୁଦ୍ଧର ଘୋଷଣା ହେବା ପରେ ସମସ୍ତ ରାଜ୍ୟର ରାଜା ନିଜ ନିଜ ପକ୍ଷରୁ ପ୍ରସ୍ତୁତି କରିଥିଲେ। ମାନ୍ୟତା ଅନୁଯାୟୀ ଏହିସବୁ ରାଜାଙ୍କ ମଧ୍ୟରେ ଜଣେ ଉଡୁପିର ରାଜା ମଧ୍ୟ ସାମିଲ ଥିଲେ।ଶ୍ରୀକୃଷ୍ଣ କହିବାନୁଯାୟୀ ଉଡୁପି ରାଜା ଭୋଜନ ଦାୟିତ୍ୱ ବହନ କରିଥିଲେ।

-ରାଜାଙ୍କ ସମକ୍ଷ ଏହି ପ୍ରଶ୍ନ ଉଠିଥିଲା କି ପ୍ରତିଦିନ ଭୋଜନ କେଉଁ ହିସାବରେ ପ୍ରସ୍ତୁତ ହେବ? ଏହି ପ୍ରଶ୍ନର ଉତ୍ତର ଶ୍ରୀକୃଷ୍ଣ ଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ୧୮ଦିନ ଧରି ଚାଲିଯହିଁବା ଏହି ଯୁଦ୍ଧରେ କେବେ ବି ଖାଦ୍ୟର ଅଭାବ ହୋଇନଥିଲା।

22

-ଯୁଦ୍ଧ ଶେଷରେ ଯୁଧିଷ୍ଠିର ପଚାରିଥିଲେ ଆପଣ କିପରି ଜାଣିପାରୁଛନ୍ତି ଆଜି ଏତିକି ଭୋଜନ ପ୍ରସ୍ତୁତ ହେବ? ସେହି ସମୟରେ ଉଡୁପିର ରାଜା ଏହାର ଶ୍ରେୟ ଶ୍ରୀକୃଷ୍ଣଙ୍କୁ ଦେଇଥିଲେ। ଉଡୁପି ରାଜା ଯୁଧିଷ୍ଠିରଙ୍କୁ କହିଥିଲେ ଭଗବାନ ଶ୍ରୀକୃଷ୍ଣ ପ୍ରତ୍ୟେକ ଦିନ ସିଝା ବାଦାମ ଖାଇଥାନ୍ତି। ଯେପରି ଧରାଯାଉ ଯଦି ଭଗବାନ ୧୦ ଟି ବାଦାମ ଖାଇଛନ୍ତି ତେବେ ଜଣାପପଡୁଥିଲା କି ତା’ପରଦିନ ୧୦,୦୦୦ ସୈନିକଙ୍କର ମୃତ୍ୟୁ ହୋଇଯିବ। ଏହିଭଳି ଶ୍ରୀକୃଷ୍ଣଙ୍କ କାରଣରୁ ପ୍ରତ୍ୟେକ ଦିନ ସୈନିକଙ୍କୁ ଭୋଜନ ମିଳିଯାଉଥିଲା ଏବଂ ଅନ୍ନର ଅପମାନ ମଧ୍ୟ ହେଉନଥିଲା।

-କୁହାଯାଏ କର୍ଣ୍ଣାଟକର ଉଡୁପି ଜିଲ୍ଲାରେ ଅବସ୍ଥିତ ଶ୍ରୀକୃଷ୍ଣ ମଠରେ ଏହିକଥା ସର୍ବଦା ଶୁଣିବାକୁ ମିଳିଥାଏ। ମାନ୍ୟତା ରହିଛି ଏହି ମଠର ସ୍ଥାପନା ଉଡୁପି ସାମ୍ରାଟଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା, ଯାହାକୁ ଶେଷରେ ଶ୍ରୀ ମାଘବାଚାର୍ଯ୍ୟ ଆଗକୁ ବଢ଼ାଇଥିଲେ।

Leave A Reply

Your email address will not be published.