ସ୍ପେଶାଲ

ବିଲେଇକୁ ବଞ୍ଚାଇବା ପରିବାର ପାଇଁ ହେଲା କାଳ, ଗୋଟିଏ ପରିବାରରୁ ଚାଲିଗଲା ୫ ଜଣଙ୍କ ପ୍ରାଣ

ଆମେ ସମସ୍ତେ ଜାଣନ୍ତି । କିଏ ବା ନିଜ ଜୀବନକୁ ନ ଭଲ ପାଏ ନିଜ ଜୀବନ ପ୍ରତି କାହାର ବା ଲୋଭ ନଥାଏ । ଏ ସ୍ୱାର୍ଥପର ଦୁନିଆରେ ନିଜ ଜୀବନ ପ୍ରତି ସାମାନ୍ୟ ବିପଦ ଆସିଲେ କେହି କେହି ଅନ୍ୟର କ୍ଷତି କରିବାକୁ ବି ପଛାନ୍ତି ନାହିଁ । ଏଭଳି ଘଟଣା ଅନେକ ଥର ଆମ ସାମ୍ନାକୁ ଆସିଛି । କିନ୍ତୁ ଆମେ ଆପଣଙ୍କୁ ଆଜି ଏଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ରହିଯିବେ । ସାମାନ୍ୟ ଗୋଟିଏ ଜୀବକୁ ରକ୍ଷା କରିବା ପାଇଁ ଚାଲିଯାଇଛି ଗୋଟିଏ ପରିବାରର ଜୀବନ ।

ବିଲେଇକୁ ରକ୍ଷା କରିବା ଗୋଟିଏ ପରିବାର ପାଇଁ କାଳ ହୋଇଛି । ତାଙ୍କ ହସଖୁସିର ପରିବାର ଆଜି ଉଚ୍ଛନ ହୋଇଯାଇଛି । କାଳ ରୂପୀ ଏହି ପରିବାରର ସଦସ୍ୟଙ୍କୁ ଜଣକ ପରେ ଜଣକୁ ଡାକି ତାଙ୍କ ଜୀବନ ନେଇଯାଇଛି । କେଇ କ୍ଷଣ ମଧ୍ୟରେ ପରିବାରର ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛି ଜଣକ ଜୀବନ । ଏଭଳି ଅଭାବନୀୟ ହୃଦୟ ବିଦାରକ ଘଟଣା ମହାରାଷ୍ଟ୍ରର ଅହମ୍ମଦ ନଗର ଜିଲ୍ଲାରେ ଘଟିଛି ।

ତେବେ ପ୍ରକୃତ ଘଟଣା ହେଉଛି, ଅହମ୍ମଦ ନଗର ଜିଲ୍ଲାର ଓ୍ଵାକଡ଼ି ଅଞ୍ଚଳର ନେଭାସା ତହସିଲ୍‌ରେ ଥିବା ବାୟୋଗ୍ୟାସ କୂଅରେ ବିଲେଇଟି ପଡିଯାଇଥିଲା। ଯାହାକୁ ବଞ୍ଚାଇବା ପାଇଁ ପରିବାରର ୬ ଜଣ ଲୋକ କୂଅ ଭିତରକୁ ଡେଇଁପଡିଥିଲେ। ହେଲେ କିଛି ସମୟରେ ବାୟୋଗ୍ୟାସ୍‌ ଭିତରକୁ ଯାଇଥିବା ବ୍ୟକ୍ତି ଫେରିନଥିଲେ । ଯେତେବେଳେ ବ୍ୟକ୍ତିଙ୍କ ଫେରିବାରେ ବିଳମ୍ବ ହୋଇଥିଲା ସେତେବେଳେ ପରିବାରର ଅନ୍ୟ ସଦସ୍ୟ ତାଙ୍କୁ ବଞ୍ଚାଇବାକୁ ଯାଇ ଆଉ ଜଣେ ସେହି ବାୟୋଗ୍ୟାସ୍‌ କୂଅ ଭିତରକୁ ଯାଇଥିଲେ। ଏହାପରେ ଜଣଙ୍କ ପରେ ଜଣେ କରି ଗୋଟିଏ ପରିବାରର ଜଣେ ବ୍ୟକ୍ତି ସେହି ବାୟୋଗ୍ୟାସ୍‌ ଗର୍ତ୍ତରେ ଫସି ଯାଇଥିଲେ। ପରେ ବହୁ କଷ୍ଟରେ ୬ ଜଣଙ୍କ ମଧ୍ୟରୁ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୫ ଜଣଙ୍କ ସେଠାରେ ମୃତ୍ୟୁ ହୋଇଯାଇଛି ।

ଖବର ମୁତାବକ, ମହାରାଷ୍ଟ୍ରର ଅହମ୍ମଦନଗର ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟା ବେଳେ ଓ୍ଵାକଡି ଅଞ୍ଚଳରେ ଏହି ଘଟଣା ଘଟିଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହେବା ପରେ ପୋଲିସ ଏବଂ ପ୍ରଶାସନ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଜାରି କରିଥିଲା । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ୟମ ଜାରି ରହିଥିଲା। ପରେ ବାୟୋଗ୍ୟାସ ଗର୍ତ୍ତରୁ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଜୀବନ୍ତ ଉଦ୍ଧାର ହୋଇଥିବା ବେଳେ ଆଉ ୫ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ କୁହାଯାଉଛି ଏହି ଗୋବର ଭର୍ତ୍ତି ବାୟୋଗ୍ୟାସ କୂଅକୁ ଜଣେ କୃଷକ ତିଆରି କରିଥିଲେ ।

ଏହାପରେ ଜଣକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରିଥିଲା ପୋଲିସ । ହସପିଟାଲରେ ଭର୍ତ୍ତି ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ପର୍ଯ୍ୟନ୍ତ ଗୁରୁତର ରହିଛି । ତେବେ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍‌ ଙ୍କୁ ଏହି ରେସକ୍ୟୁ କରିବା ପାଇଁ ୫ ଘଣ୍ଟା ସମୟ ଲାଗିଥିଲା । ତେଣୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଲାଗିଥିଲା । ମୃତକମାନେ ହେଲେ ମାଣିକ ଗୋବିନ୍ଦ କାଲେ, ସନ୍ଦୀପ ମାଣିକ କାଲେ, ବ୍ଲୁ ଅନିଲ କାଲେ, ଅନିଲ ବାପୁରାଓ କାଲେ, ବାବା ସାହେବ ଗାୟକଓ୍ଵାଡ । ଏନେଇ ପୋଲିସ ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଘଟଣାର ତଦନ୍ତ ଜାରି ରଖିଛି ।

Sasmita

Recent Posts

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

21 mins ago

୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ

କେନ୍ୟୁଜ୍‌: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…

31 mins ago

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

8 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

11 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

11 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

11 hours ago