ଦୃଷ୍ଟିହୀନ ମାନଙ୍କୁ ରୋଜଗାରର ବାଟ ଦେଖାଉଛି ଏହି ସମସ୍ତ ସଂସ୍ଥା

ବିଶ୍ୱର ସବୁଠାରୁ ଅଧିକ ନେତ୍ର ହୀନତା ଦେଖାଯାଇଥାଏ ଭାରତରେ । ୨୦୧୧ ମସିହାରେ ହୋଇଥିବା ଜନଗଣନା ହିସାବରେ ଭାରତରେ ପ୍ରାୟ ୫୦ ଲକ୍ଷ ଲୋକ ନେତ୍ରହୀନ ଅଛନ୍ତି । ଦୁନିଆର ସବୁଠାରୁ ଅଧିକ କର୍ନିୟଲ ଦୃଷ୍ଟିହୀନ ଭାରତରେ ଦେଖାଯାଇଥାଏ। ତେବେ ସରକାରଙ୍କୁ ଛାଡ଼ି କିଛିଟା ସଂସ୍ଥା ଅଛନ୍ତି ଯାହା ଦୃଷ୍ଟିହୀନ ବ୍ୟକ୍ତି ମାନଙ୍କର ସାହାଯ୍ୟ କରିବା ପାଇଁ ବହୁତ କିଛି ପଦକ୍ଷେପ ନେଇଛନ୍ତି। ଯେଉଁମାନେ ଦୃଷ୍ଟିହୀନ ମାନଙ୍କୁ ସକ୍ଷମ ଏବଂ ସମର୍ଥନ କରିବା ପାଇଁ ଚେଷ୍ଠା କରୁଛନ୍ତି, ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

ଦ କାହାନୀ ପ୍ରୋଜେକ୍ଟ :

blind

ହଜିଯାଇଥିବା କାହାଣୀ ଶୁଣାଇବା ପରମ୍ପରାକୁ ‘ଦ କାହାନୀ ପ୍ରୋଜେକ୍ଟର ‘ମୁଖ୍ୟ ଅଜୟ ଦାସଗୁପ୍ତା ଦେଶର ଭିନ୍ନକ୍ଷମ ମାନଙ୍କ ପାଇଁ ପୁଣିଥରେ ଆରମ୍ଭ କରିଛନ୍ତି। ୨୦୧୨ ମସିହା ଶିଶୁ ଦିବସରେ ଏହାକୁ ଆରମ୍ଭ କରାଯାଇଥିବା ବେଳେ ଅନଲାଇନ ଏହାର ୬୦୦ରୁ ଅଧିକ କାହାଣୀ ଅଛି ଏବଂ ଏହାକୁ ୧ଲକ୍ଷରୁ ଅଧିକ ଥର ପଢ଼ା ମଧ୍ୟ ସରିଲାଣି । ଏହି କାହାଣୀ ଅନଲାଇନରେ ଇଂରାଜୀ , ହିନ୍ଦୀ , ବଙ୍ଗାଲୀ , ଗୁଜୁରାତୀ , ମରାଠୀ ଆଦି ବିଭିନ୍ନ ଭାଷାରେ ଉପଲବ୍ଧ ଅଛି। କାହାନୀ ର କର୍ମକର୍ତ୍ତାମାନେ ଦୃଷ୍ଟିହୀନ ପିଲା ମାନଙ୍କୁ ଏମପି୩ ପ୍ଲେୟାର ଦ୍ୱାରା ଏହାକୁ ଡ଼ାଉନଲୋଡ଼ କରି ଶୁଣିବାରେ ସାହାଯ୍ୟ କରିଥାନ୍ତି।

ଏହା ସହ ପଢ଼ନ୍ତୁ : ଇଂରାଜୀରେ ର୍ଦୁବଳ ଅଛନ୍ତି କି, ଏହି ଚାରିଟି ସହଜ ଉପାୟ ଅାପଣଙ୍କୁ କରିବ ସାହାଯ୍ଯ

ମିତ୍ରା ଜ୍ୟୋତି :

ମଧୁ ମିତ୍ରଙ୍କର ନନପ୍ରୋଫିଟ୍ ମିତ୍ର ଜ୍ୟୋତି ୨୬ ବର୍ଷରୁ ନେତ୍ର ହୀନ ବ୍ୟକ୍ତିମାନଙ୍କୁ ସଶକ୍ତ ହେବାରେ ସାହାଯ୍ୟ କରୁଛି। ସାଉଥ ଇଣ୍ଡିଆରଏକ ଗ୍ୟାରେଜରୁ ଆରମ୍ଭ ହୋଇଥିବା ମିତ୍ର ଜ୍ୟୋତି ଆଜି ଭାରତରେ ନିଜର ପ୍ରଥମ ବେଲ ପ୍ରେସ ଆବାସ ଆରମ୍ଭ କରିଛି। ଏହା ଭାରତର ସବୁଠାରୁ ବଡ଼ ଲାଇବ୍ରେରୀ ପ୍ରସ୍ତୁତ କରିଛି ଯେଉଁଥିରେ ସିଡ଼ି ଫରମାଟରେ ୩୮୦୦ ବହି ରହିଛି।

ନାବେଟ :

Nabet-yourstory

‘ନ୍ୟାସନାଲ ଆସୋସିଏସନ ଫର ଦ ବ୍ଲାଇଣ୍ଡ’ ବା ‘ନାବେଟ’ ନେତ୍ରହୀନ ବ୍ୟକ୍ତି ମାନଙ୍କୁ ନିଜ ଜୀବନ ର୍ନିବାହ କରିବା ପାଇଁ ଆଇଟି କମ୍ପାନୀ ଗୁଡ଼ିକରେ ଚାକରି ଯୋଗାଇଥାଏ। ଏହି ସଂସ୍ଥା ଭିନ୍ନ ପ୍ରକାର ପ୍ରଣାଳୀ ପ୍ରସ୍ତୁତ କରିଥାଏ ଯାହା ଦ୍ୱାରା ଆଇଟିର କାମ ଦୃଷ୍ଟିହୀନ ବ୍ୟକ୍ତି ମାନେ ଶିକ୍ଷା କରିପାରିଥାନ୍ତି। ଦୀର୍ଘ ୬ ବର୍ଷ ହେଲା କାମ କରୁଥିବା ଏହି ସଂସ୍ଥା ପ୍ରାୟ ୫୦୦ ରୁ ଅଧିକ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ରୋଜଗାର ଦେବାରେ ସଫଳ ହୋଇଛି। ଓ୍ଵାସିଙ୍ଗଟନ ଡ଼ିସି , ଗ୍ଲୋବାଲ ଗୁଡ଼ ଫଣ୍ଡ ୨୦୧୭ ଏବଂ ଲଣ୍ଡନ କୁଇନସ୍ ୟଙ୍ଗ ଲିଡ଼ର ୨୦୧୭ ପୁରସ୍କାର ଦ୍ୱାରା ଏହି ସଂସ୍ଥାକୁ ପୁରସ୍କୃତ କରାଯାଇଛି।

ଆସେସ ଫର ଅଲ:

ମୁମ୍ବାଇ ର ୨୭ ବର୍ଷିୟା ଆର୍କିଟେକଚର ସିଦ୍ଦାର୍ଥ ସାହା ୨୦୧୬ ରେ ‘ଆସେସ ଫର ଅଲ୍’ ଦ୍ୱାରା ଦୃଷ୍ଟିହୀନ ମାନଙ୍କ ପାଇଁ ସ୍ପର୍ଶ ଦ୍ୱାରା ଦେଶର କଳାକୃତିକୁ ଅନୁଭବ କରିବାର ଏକ ଫରମାଟ ପ୍ରସ୍ତୁତ କରିଥିଲେ। ଦୃଷ୍ଟିହୀନ ଦର୍ଶକଙ୍କୁ ଦେଶର କଳା ଏବଂ ଦର୍ଶନୀୟ ସ୍ଥାନ ପ୍ରତି ପ୍ରେତ୍ସାହନ କରିବା ପାଇଁ ଏହାର ପ୍ରୟାସ ଥିଲା । ଏହାକୁ ଭରତ ଏବଂ ପାକିସ୍ତାନର ର୍ବ୍ରେଲ ସଂଗ୍ରାହଳୟରେ ପ୍ରକାଶ କରାଯାଇଥିଲା।

sarthak-ys

ସାର୍ଥକ ଏଜୁକେସନ ଟ୍ରଷ୍ଟ:

ଭିନ୍ନକ୍ଷମ ମାନଙ୍କୁ ଶିକ୍ଷା ଏବଂ ସକ୍ଷମ ହେବା ପାଇଁ ‘ସାର୍ଥକ ଏଜୁକେଶନ ଟ୍ରଷ୍ଟ’ ଆରମ୍ଭ କରାଯାଇଛି। ସଂସ୍ଥାପକ ଡ଼ା.ଜିନେନ୍ଦ ଅଗ୍ରଓ୍ଵାଲ ଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ସଂସ୍ଥା ବର୍ତ୍ତମାନ ପର‌୍ୟ୍ୟନ୍ତ ୧୦୦୦୦ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଭାରତର ବିଭିନ୍ନ ରିଟେଲ ,ବିପିଓ , ଆଇଟି , ହସ୍ପିଟାଲିଟି ଆଦି ୧୫ ଟି ସ୍ଥାନରେ ରୋଜଗାରରେ ଲଗାଇଛି ।