ସ୍ପେଶାଲ

ଶୁକ୍ରବାର ୫ ଟଙ୍କିଆ ମୁଦ୍ରାରେ ଲେଖିଦିଅନ୍ତୁ ଗୋଟିଏ ଅକ୍ଷର, ହେବ ଧନର ବର୍ଷା

ସମସ୍ତେ ଚାହାଁନ୍ତି ବହୁତ ଟଙ୍କା ରୋଜଗାର କରିବା ପାଇଁ। ସମସ୍ତଙ୍କର ଥାଏ ଧନୀ ହେବାର ନିଶା। କିଛି ଲୋକଙ୍କର ଏହି ନିଶା ପୂରଣ ହୋଇଥାଏ ତ ଆଉ କିଛି ଲୋକଙ୍କର ପୂରଣ ହୋଇପାରେନାହିଁ। ତେବେ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଲକ୍ଷେ ଥର ଚେଷ୍ଟା କଲା ପରେ ବି କୋଟିପତି ହୋଇପାରନ୍ତିନାହିଁ। ଯାହା ପଛର କାରଣ ବ୍ୟକ୍ତିଙ୍କ ଜୀବନରେ ଆସୁଥିବା ଦୋଷା କାରଣ ବି ହୋଇପାରେ। ଏହାବ୍ୟତୀତ ଯାହାଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିନଥାଏ ସେମାନଙ୍କର ମଧ୍ୟ ଧନ ସମ୍ବନ୍ଧୀୟ କ୍ଷତି ହୋଇପାରେ।

ଜ୍ୟୋତିଷ ଶାସ୍ତ୍ରରେ ଅନେକ ଏମିତି ଉପାୟ ରହିଛି ଯାହାକୁ ଆପଣେଇବା ପରେ ମାତା ଲକ୍ଷ୍ମୀକୁ ପ୍ରସନ୍ନ କରାଯାଇହେବ। ଆଜି ଆମେ ଆପଣଙ୍କ ପାଇଁ କୋଟିପତି ବନିବାର କିଛି ସହଜ ଆଉ ସରଳ ଉପାୟ ଜଣାଇବୁ। ଯାହାକୁ ଆପଣେଇ ମାତା ଲକ୍ଷ୍ମୀଙ୍କର ଖାସ୍‌ କୃପା ଆପଣ ପାଇପାରିବେ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଶୁକ୍ରବାର ରାତି ସମୟରେ ୫ ଟଙ୍କିଆ ଉପାୟ କରିପାରିବେ। ଏଥିପାଇଁ ଶୁକ୍ରବାର ରାତିରେ ନିଜ ମନ୍ଦିର କିମ୍ବା ପୂଜା ସ୍ଥଳରେ ଗୋଟିଏ ଚୌକି ରଖନ୍ତୁ ଏବଂ ତାଉପରେ କଳଶ ସ୍ଥାପନା କରନ୍ତୁ। ଏବେ କଳଶ ଉପରେ ସ୍ୱସ୍ତିକ ଚିହ୍ନ ବନାନ୍ତୁ ଏବଂ କଳଶରେ ପାଣି ଭରିଦିଅନ୍ତୁ। ପ୍ରତିଦିନ ଏହି କଳଶ ଏବଂ ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ଜୀବନରେ ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇପାରିବ।

ଯଦି ଆପଣ ମା ଲକ୍ଷ୍ମୀଙ୍କ କୃପା ଚାହୁଁଛନ୍ତି ତାହେଲେ ଏଥିପାଇଁ ୫ ଟଙ୍କାର ଉପାୟ ଆପଣେଇ ପାରିବେ। ଏହାକୁ କରିବା ପାଇଁ ଏକ ୫ ଟଙ୍କିଆ ମୁଦ୍ରା ବା କଏନ୍‌ ନିଅନ୍ତୁ। ତାଉପରେ ନିଜ ନାମର ପ୍ରଥମ ଅକ୍ଷର ସିନ୍ଦୁରରେ ଲେଖି ଦିଅନ୍ତୁ। ଏହି ଉପାୟକୁ ଆପଣ ରାତି ସମୟରେ କରିବା ଉଚିତ। ଏହି ମୁଦ୍ରାକୁ ନିଅନ୍ତୁ ଏବଂ ନାମର ପ୍ରଥମ ଅକ୍ଷର ଲେଖା ହୋଇଥିବା ଉପରି ଭାଗ ଅଂଶକୁ ଛାତର ଟାଙ୍କି ଉପରେ ରଖିଦିଅନ୍ତୁ। ଏହାପରେ ପରଦିନ ସକାଳୁ ସ୍ନାନ ଆଦି କରିବା ପରେ ମୁଦ୍ରା ଉଠାଇ ନିଅନ୍ତୁ ଏବଂ ଲାଲ କପଡାରେ ବାନ୍ଧି ନିଜ ଆଲମାରୀ ଭିତରେ ରଖିଦିଅନ୍ତୁ। ଏହାଦ୍ୱାରା ଆପଣ ମାଆ ଲକ୍ଷ୍ମୀଙ୍କ କୃପା ପାଇପାରିବେ। ଏବଂ ଧନ ସମ୍ବନ୍ଧୀୟ ଲାଭ ମଧ୍ୟ ମିଳିବ।

ଘରର ମନ୍ଦିରରେ ଏକ କଳଶରେ ଚାଉଳ ଭରି ରଖିଦିଅନ୍ତୁ। ଏଥିରେ ୫ ଟଙ୍କାର ମୁଦ୍ରା ମଧ୍ୟ ପକାଇ ଦିଅନ୍ତୁ। ପ୍ରତିଦିନ ପୂଜା କରିବା ସମୟରେ କଳଶକୁ ବି ପୂଜା କରନ୍ତୁ। ଏହାଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍‌ ହେବ। ଏହାସହିତ ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ରହିବ।
ଏହି ଷ୍ଟୋରୀରେ ଦିଆଯାଇଥିବା ସୂଚନା ସାମାନ୍ୟ ମାନ୍ୟତା ଉପରେ ଆଧାରିତ। ଏହି ଉପାୟକୁ କରିବା ପୂର୍ବରୁ ଆପଣ ଜ୍ୟୋତିଷଙ୍କ ପରାମର୍ଶ ନେଇପାରିବେ।

Pritiparna

Recent Posts

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

31 seconds ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

18 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

27 mins ago

ଏଲନ୍‌ ମସ୍କଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍‌ କଲେ ୨ ଲକ୍ଷରୁ ଅଧିକ X ଆକାଉଣ୍ଟ, ହେଉଥିଲା ଘୃଣ୍ୟ କାର୍ଯ୍ୟ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…

32 mins ago

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

57 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

1 hour ago