୫ ବର୍ଷର ଶିଶୁକୁ ଝୁଣିଦେଲେ ବୁଲା କୁକୁର, ଭଉଣୀର ସାମ୍ନାରେ ଚାଲିଗଲା ଭାଇର ଜୀବନ

କୁକୁରକୁ ମଣିଷର ସବୁଠୁ ବିଶ୍ୱସ୍ତ ବନ୍ଧୁ ବୋଲି କୁହାଯାଏ । କିନ୍ତୁ ଏହା ହୁଏତ ବୁଲା କୁକୁରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନଥାଏ । ଦିନକୁ ଦିନ ବୁଲା କୁକୁରଙ୍କ ଆତଙ୍କ ବଢି ବଢି ଚାଲିଛି । ଲୋକେ ଭୟରେ ରାସ୍ତାରେ ଯିବା ଆସିବା କରିଥାନ୍ତି । ହେଲେ ଅନେକ ସମୟରେ ବୁଲା କୁକୁରଙ୍କ ଆକ୍ରମଣ ନେଇ ମଧ୍ୟ ଖବର ଆସିଥାଏ । ଏମିତିକି ବୁଲା କୁକୁରଙ୍କ ଆକ୍ରମଣର ଛୋଟ ଛୋଟ ଶିଶୁମାନଙ୍କ ଜୀବନ ଚାଲି ଯାଉଥିବା ଭଳି ଘଟଣା ଦେଖିବାକୁ ମିଳିଛି । ବିର୍ତ୍ତମାନ ନାଗପୁରର ଗ୍ରାମାଞ୍ଚଳର କାଟୋଲରୁ ଏକ ଯନ୍ତ୍ରଣାଦାୟକ ଖବର ଆସିଛି।

ଯେଉଁଠାରେ କିଛି ବୁଲା କୁକୁରଙ୍କ ଆକ୍ରମଣରେ ଜଣେ ୫ ବର୍ଷର ନିରୀହ ଶିଶୁର ମୃତ୍ୟୁ ଘଟିଛି। ଗତକାଲି ସକାଳେ ଏହି ଘଟଣା ଘଟିଛି ଯେତେବେଳେ ପାଞ୍ଚ ବର୍ଷର ବିରଜ ରାଜୁ ଜୟୱାର ସକାଳ ୬ ଟା ସମୟରେ ତାଙ୍କ ବଡ଼ ଭଉଣୀଙ୍କ ସହ ବୁଲିବାକୁ ଯାଇଥିଲେ ଏବଂ ଏହି ସମୟରେ ବୁଲା କୁକୁର ଘେରି ଯାଇଥିଲେ । ଭଉଣୀ ଏହା ଦେଖିବା ମାତ୍ରେ ସେ ଜୋରରେ ପାଟି କରିବାକୁ ଲାଗିଲେ । କିନ୍ତୁ ସକାଳ ସମୟ ହେତୁ ରାସ୍ତାରେ ଜନଗହଳି ନଥିଲା । ଯେଉଁଥିପାଇଁ କେହି ସାହାଯ୍ୟ ପାଇଁ ଆସିପାରିଲେ ନାହିଁ ।

ରାଜୁର ଭଉଣୀ କୁକୁରଙ୍କୁ ତଡ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ କୁକୁରମାନେ ରାଜୁକୁ ଟାଣି ଟାଣି ଏକ କନଷ୍ଟ୍ରକ୍ସନ ସାଇଟକୁ ନେଇଯାଇଥିଲେ । ସେତେବେଳେ ପିଲାଟି ନିଜକୁ ବଞ୍ଚାଇବାକୁ ଚେଷ୍ଟା କଲା, କିନ୍ତୁ ପିଲାଟି ନିଜକୁ କୁକୁର ପଲରୁ ରକ୍ଷା କରିପାରିଲା ନାହିଁ । ଏହି କୁକୁରମାନେ ଶିଶୁକୁ ଡ୍ରାଗ୍ ନିକଟରେ ନିର୍ମିତ ଏକ ନିର୍ମାଣାଧୀନ କୋଠାକୁ ନେଇ ତାଙ୍କୁ ଖାଇବାକୁ ଆରମ୍ଭ କଲେ । ପିଲାଟି ଏତେ ଆହତ ହେଲା ଯେ ସେ ଅଳ୍ପ ସମୟ ମଧ୍ୟରେ ମୃତ୍ୟୁ ବରଣ କରିଥିଲା ।

ସୂଚନା ପାଇ ଘଟଣାସ୍ଥଳରେ ରାଜୁର ବାପା ମା’ ଓ ସ୍ଥାନୀୟ ଲୋକ ପହଞ୍ଚିଥିଲେ, ଏବଂ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାଜୁକୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ରାଜୁକୁ ମୃତ ଘୋଷଣା କରିଥେôଲ । କଟୋଲ ପୋଲିସ ଦୁର୍ଘଟଣାଜିନତ ମୃତ୍ୟୁ ମାମଲା ରୁଜୁ କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

 

Leave A Reply

Your email address will not be published.