୫ ବର୍ଷୀୟ ଦିବ୍ୟାଙ୍ଗ ୧୦ କିମି ଚାଲି ହସପିଟାଲ ପାଇଁ ଯୋଗାଡ କଲା ୯ କୋଟି ଟଙ୍କା

କରୋନା ଭାଇରସ ପରେ ଲୋକେ ହସପିଟାଲ ପାଇଁ ଟଙ୍କା ଯୋଗାଡ କରିବାରେ ଲାଗିପଡିଛନ୍ତି। ଏଥିପାଇଁ କିଏ ଛାତ ଉପରେ ମାରାଥିନ ଦୌଡୁଛି ତ ଆଉ କିଏ ସାଇକେଲିଂ ଆଉ କିଏ ଅନଲାଇନ ମାଧ୍ୟମରେ ଟଙ୍କା ଯୋଗାଡ କରୁଛି। ଆଉ ଏଥିରେ ସାମିଲ ହୋଇଛନ୍ତି ଜଣେ ୫ ବର୍ଷର ଦିବ୍ୟାଙ୍ଗ ବାଳକ ଟୋନି ହଡଗେଲ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି। ଇଂଲଣ୍ଡର କେଣ୍ଟରେ ରହୁଥିବା ଟୋନୀ ହଡଗେଲ ୧୦ କିମି ଚାଲି ୯ କୋଟିରୁ ଅଧିକ ଟଙ୍କା ଯୋଗାଡ କରିଛନ୍ତି।

ଟୋନୀ ଜନ୍ମରୁ ଦିବ୍ୟାଙ୍ଗ। ସେ ଠିକ୍‌ ଭାବେ ଚାଲିପାରନ୍ତି ନାହିଁ। ଏହା ସତ୍ତ୍ୱେ ୧୦ କିମି ଓ୍ଵାକରେ ଅଂଶଗ୍ରହଣ କରି ଏହାକୁ ପୁରା କରିଛନ୍ତି। ଏଥିପାଇଁ ସେ ୧ ମିଲିଅନ ଅର୍ଥାତ୍‌ ୯ କୋଟିରୁ ଅଧିକ ଟଙ୍କା ପାଇଛନ୍ତି। ଟୋନୀଙ୍କ ମା’ଙ୍କ କହିବାନୁଯାୟୀ, ୨୦୧୬ରେ ସେ ଏବଂ ତାଙ୍କ ସ୍ୱାମୀ ଟୋନୀଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ।

ସେହି ସମୟରେ ଟୋନୀଙ୍କ ଅବସ୍ଥା ବହୁତ ଖରାପ ଥିଲା। ତାଙ୍କ ଶରୀରର କିଛି ଅଂଶ କାମ କରୁନଥିଲା। ଓଜନ ମଧ୍ୟ ବହୁତ କମ ଥିଲା। ଏହା ସତ୍ତ୍ୱେ ସେମାନେ ଟୋନୀକୁ ନିଜ ଘରକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ପରେ ଟୋନୀର କୃତ୍ରିମ ଗୋଡ ଲଗାଗଲା। ଟୋନୀଙ୍କର ଏହା ପୂର୍ବରୁ ଅନେକ ଅପରେସନ ହୋଇସାରିଲାଣି। କିନ୍ତୁ ସେ ଏପର୍ଯ୍ୟନ୍ତ ଆତ୍ମବିଶ୍ୱାସ ହରାଇନାହାନ୍ତି। ତାଙ୍କ ଆତ୍ମବିଶ୍ୱାସ ଦୁନିଆ ପାଇଁ ଏକ ପ୍ରେରଣା। ଏହା ପୂର୍ବରୁ ଜଣେ ୯୬ ବର୍ଷୀୟ ବୃଦ୍ଧ କ୍ୟାପଟେନ ମୁରେ ନିଜ ବଗିଚାରେ ୧୦୦ ଲାପସ୍‌ ଚାଲି ୩୩ ମିଲିଅନ ପାଉଣ୍ଡ ଯୋଗାଡ କରିଥିଲେ। ଟୋନୀ ବଡ ହୋଇ ପୋଲିସ ଅଫିସର ହେବାକୁ ଆଶା ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.