କୋଭିଡ୍ ମହାମାରୀକୁ ୫ ବର୍ଷ ,ବୈଜ୍ଞାନିକ ଦୃଷ୍ଟି କୋଣରୁ ଭାଇରସର ମୂଳ ଏବେ ବି ଅସ୍ପଷ୍ଟ

କୋଭିଡ୍ ମହାମାରୀକୁ ୫ ବର୍ଷ ବିତିଗଲା । କିନ୍ତୁ କରୋନା ଭାଇରସର ମୂଳ ମିଳି ପାରିଲା ନାହିଁ । ଗୋଟିଏ କଥା ଜଣା ପଡିଛି, ଚୀନର ଉହାନ ସହରରୁ ଏହା ବ୍ୟାପିବା ଆରମ୍ଭ ହୋଇଥିଲା । କିନ୍ତୁ ଉହାନ ଭାଇରସ କେମିତି ଓ କେଉଁଠୁ ଆସିଲା। ରହସ୍ୟ ଭିତରେ ରହିଛି ଏ ପ୍ରଶ୍ନ। ଆମେରିକା କିନ୍ତୁ ନିୟମିତ କହି ଆସୁଛି, ଉହାନ ଲ୍ୟାବରୁ ଲିକ୍ ହୋଇଥିଲା ଭାଇରସ ।
କରୋନା ଭାଇରସ। ରହସ୍ୟମୟ। ସମସ୍ତେ ଜାଣିଛନ୍ତି ଚୀନର ଉହାନ ସହରରୁ ବ୍ୟାପିଥିଲା । କିନ୍ତୁ ଭାଇରସ ଆସିଲା କେମିତି। କେଉଁ ପଶୁପକ୍ଷୀରୁ ଆସିଲା ନା ଆଉ କିଛି ରହସ୍ୟ ରହିଛି। ଏହା ଉହାନ ଲ୍ୟାବରୁ ଆରମ୍ଭ ହୋଇଛି ନା ଆଉ କେଉଁ ସ୍ଥାନରୁ ଉହାନକୁ ଆସିଥିଲା। କରୋନାରେ କିଏ ପ୍ରଥମ ସଂକ୍ରମିତ ହେଲା। କିଏ ପ୍ରଥମେ ମଲା। ଏହାର ସ୍ପଷ୍ଟ ଉତ୍ତର କାହା ପାଖରେ ନାହିଁ ।
କେବ ମିଳିବି ନ ପାରେ। କେବଳ ରାଜନୈତିକ ଦୃଷ୍ଟି କୋଣରୁ ଚୀନ-ଆମେରିକା ପରସ୍ପରକୁ ଦୋଷାରୋପ କରିଚାଲିଛନ୍ତି। ବୈଜ୍ଞାନିକ ଦୃଷ୍ଟି କୋଣରୁ ଆଜି ପର୍ଯ୍ୟନ୍ତର ଭାଇରସ ମୂଳ ମିଳି ପାରିନାହିଁ। ୨୦୨୦ ବେଳକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ଉହାନ ଲ୍ୟାବରୁ ଲିକ୍ ହୋଇଛି ଭାଇରସ୍। ପୁଣି ୪ ବର୍ଷ ପରେ ଫେରିଛି ଟ୍ରମ୍ପ ପ୍ରଶାସନ। ଲ୍ୟାବ ଲିକ୍ ଥିଓରୀକୁ ସମର୍ଥନ କରିଛନ୍ତି ସିଆଏ ମୁଖ୍ୟ ଜନ୍ ରାଟକ୍ଲିଫ। ଉହାନ ଲ୍ୟାବରୁ ଭାଇରସ ଲିକ୍ ହୋଇଥିବା କହିଛନ୍ତି ।
Also read: ଆସୁଛି ଆଉ ଏକ ବଡ଼ ମହାମାରୀ : କୋଭିଡ୍ ଠାରୁ ମଧ୍ୟ ୨୦ ଗୁଣ ମାରାତ୍ମକ, ୫ କୋଟି ଲୋକଙ୍କ ଯାଇପାରେ ଜୀବନ