ନଦୀରେ ପହଁରୁଛି ୫୦ ଫୁଟ ଲମ୍ବର ଆନାକୋଣ୍ଡା, ଭିଡିଓ ଦେଖି ଆପଣ ବି ହେଇଯିବେ ଆଶ୍ଚର୍ଯ୍ୟ

ଲୋକପ୍ରିୟ ସୋସିଆଲ ମିଡ଼ିଆ ସାଇଟ ଟ୍ୱିଟରରେ ଏବେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଭିଡିଓଟିକୁ ଦେଖି ଅଧିକାଂଶଙ୍କର ରିଆକ୍ସନ ବି ବଦଳି ଯାଉଥିବାର ଲକ୍ଷ କରାଯାଇଛି । ଅନ୍ୟ ମାନେ କାହିଁକି ଆପଣ ବି ଏହାକୁ ଦେଖି ନିଶ୍ଚିନ୍ତ ରୂପେ ଦମ୍ଭେ ସ୍ଥାଣୁ ପାଲଟି ଯିବେ । ପ୍ରକୃତରେ ଘଟଣାଟି ହେଉଛି ଏହିପରି । ବ୍ରାଜିଲର ଝୀଂଗୁ ନଦୀରେ ୫୦ ଫୁଟ ଲମ୍ବର ଏକ ଆନାକୋଣ୍ଡା ପହଁରୁଥିବାର ନଜର ଆସୁଛି । ଏହାକୁ ଜଣେ ଟ୍ୱିଟର ୟୁଜର ସେୟାର କରିଥିବା ବେଳେ କ୍ୟାପ୍ସନରେ ଲେଖିଛନ୍ତିକି, “୫୦ ଫୁଟରୁ ଅଧିକ ଲମ୍ବର ଏକ ଆନାକୋଣ୍ଡା ବ୍ରାଜିଲର ଝୀଂଗୁ ନଦୀରେ ଖୁବ ଆକର୍ଷଣୀୟ ଶୈଳୀରେ ପହଁରୁଛି ।”

ଏହି କ୍ଲିପ ଟିରେ ବି ବିରାଟ କାୟ ସାପଟି ନଦୀର ଗୋଟିଏ କୂଳରୁ ଅନ୍ୟ ପଟକୁ ବେଶ ଆକର୍ଷଣୀୟ ଶୈଳୀରେ ବୁଲି ବୁଲି ଯାଉଥିବାର ଦେଖାଦେଉଛି । ଟ୍ୱିଟରରେ ସେୟାର ହେବା ମାତ୍ରେ ଭିଡିଓ ଟିର ଲୋକପ୍ରିୟତା ବି ଖୁବ ବଢିଥିବା ନଜର ଆସିଛି । ଖୁବ କମ ସମୟ ମଧ୍ୟରେ ୭ ଲକ୍ଷରୁ ଅଧିକ ଥର ଦେଖାଯାଇଥିବା ବେଳେ ୫ ଲକ୍ଷରୁ ଅଧିକ ଥର ସେୟାର ହୋଇଛି ।

ଗୋଟେ ପଟରେ ଭିଡିଓଟିକୁ ଲୋକେ ପସନ୍ଦ କରୁଥିବା ବେଳେ ଅନ୍ୟପକ୍ଷରେ ଏହାକୁ ନେଇ ଆଉ ଏକ ବିବାଦ ମଧ୍ୟ ମୁଣ୍ଡ ଟେକିଛି । ଫ୍ୟାକ୍ଟ ଚେକିଙ୍ଗ ୱେବସାଇଟ “Don’t Nonsence” ଅନୁଯାୟୀ, ଏହି ଭିଡିଓଟି ପୂର୍ବରୁ ୨୦୧୮ ମସିହାରେ ବି ଥରେ ଭାଇରାଲ ହୋଇଥିଲା । ଆଉ ଯଦି ନର୍ମାଲ ଭାଇରାଲ ଭିଡିଓ ସହ ଏହାକୁ ତୁଳନା କରାଯାଏ ତେବେ ଜଣାଯିବକି, ପ୍ରକୃତ ଭିଡିଓ ଟିର ଡ଼ାଈମେନ୍ସନ ବଦଳାଯାଇ ଏହାକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.