୫୦୦ ବର୍ଷ ତଳ ଶବ ଦେହରେ ବୋହୁଛି ତାଜା ରକ୍ତ ଏହାସହିତ ମୁଣ୍ଡରେ ବି ଅଛନ୍ତି ଉକୁଣି

ରହସ୍ୟମୟ ଏହି ଦୁନିଆରେ ଏମିତି ଅନେକ ରହସ୍ୟ ଲୁଚି ରହିଛି ଯାହାକୁ ଭେଦକରିବା ବୈଜ୍ଞାନିକମାନଙ୍କ ପାଖେ ମଧ୍ୟ ଅସମ୍ଭବ ହୋଇ ପଡିଛି । ଏପରି କିଛି ରହସ୍ୟ ଲୁଚି ରହିଛି ଏହି ମରିଯାଇଥିବା ଝିଅର ଶରୀରରେ । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିବା ଏହି ଶବଟି ଅଦ୍ଭୁତ ଅଟେ । ଏହି ଘଟଣା ୧୯୯୯ ମସିହାର ଅଟେ । ବୈଜ୍ଞାନିକମାନଙ୍କୁ ଆର୍ଜେଣ୍ଟିନାର ଏକ ଜ୍ୱାଳାମୁଖୀ ନିକଟସ୍ଥ ଏକ ସ୍ତୁପରୁ ୧୫ ବର୍ଷୀୟ ଝିଅର ଶବ ମିଳିଥିଲା ।

ବୈଜ୍ଞାନିକମାନେ ଯେତେବେଳେ ଏହି ଝିଅର ଶବକୁ ଦେଖିଲେ ସେତେବେଳେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । କାରଣ ଏହି ଝିଅର ଶବଟି ଏପରି ଥିଲା ଯେପରି କିଛି ଘଣ୍ଟା ପୂର୍ବରୁ ହିଁ ତାର ମୃତ୍ୟୁ ହୋଇଛି କିନ୍ତୁ ଶବଟିର ପରୀକ୍ଷା କଲାପରେ ଜଣାପଡିଥିଲା ଯେ ଏହା ପାଖାପାଖି ୫୦୦ ବର୍ଷ ପୁରୁଣା ଅଟେ । ତାପମାତ୍ରା କମ ଥିବା କାରଣରୁ ଝିଅଟିର ଶରୀର, ତ୍ୱଚା ଏବଂ ଚୁଟି ସବୁକିଛି ଠିକ ଥିଲା । ତାର ଶରୀରରେ ସୁନା, ରୁପା ଭଳି ଅଳଙ୍କାର ସହିତ ମୂଲ୍ୟବାନ କପଡା ମଧ୍ୟ ମିଳିଥିଲା କିନ୍ତୁ ଆଶ୍ଚର୍ଯ୍ୟ କଲାଭଳି ଘଟଣା ଏହାଥିଲା ଯେତେବେଳେ ତାର ଶରୀରରୁ ତାଜା ରକ୍ତ ମିଳିଥିଲା । କେବଳ ସେତିକି ନୁହେଁ ସେହି ରକ୍ତରେ ଟିବିର ବ୍ୟାକ୍ଟେରିଆ ମଧ୍ୟ ଦେଖାଯାଇଥିଲେ ।

death_body-1.jpeg

୫୦୦ ବର୍ଷ ତଳ ଏକ ଶବର ରକ୍ତରେ ବ୍ୟାକ୍ଟେରିଆ ମିଳିବା ସମସ୍ତଙ୍କୁ ଚକିତ କରିଦେଇଥିଲା । ତାପରେ ଏହାକୁ ନେଇ ଅନେକ ପରୀକ୍ଷା ନିରୀକ୍ଷା ମଧ୍ୟ କରାଯାଇଥିଲା । ଗବେଷଣାକାରୀଙ୍କ ମତରେ ଏହା ପୂର୍ବରୁ କୌଣସି ବି ମମିର ଶରୀରରେ ଏଭଳି ବ୍ୟାକ୍ଟେରିଆ ଦେଖାଯାଇନଥିଲା । ୫୦୦ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ଝିଅଟିର ଶରୀର ଏତେ ସତେଜ ଥିଲା ଯେ ତାର ଚୁଟିରେ ଉକୁଣୀ ମଧ୍ୟ ରହିଥିଲେ ।

ଏହାସହ ପଢନ୍ତୁ ବିଜ୍ଞାନ ବି ମାନୁଛି ମୃତ୍ୟୁ ପରେ କିଛି ତ ଅଛି..

ଏହି ଝିଅର ଶରୀରରେ ଏଭଳି କିଛି ରହସ୍ୟ ଲୁଚି ରହିଥିଲା ଯାହାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଅଡୁଆରେ ପଡି ଯାଇଥିଲେ । ବର୍ତ୍ତମାନ ତାର ରକ୍ତ ପରୀକ୍ଷା କରାଯାଉଛି କେବଳ ଏହା ଜାଣିବା ପାଇଁ ଯେ ଏତେବର୍ଷ ଧରି ତାର ରକ୍ତରେ ଟିବିର ବ୍ୟାକ୍ଟେରିଆ କିପରି ରହିପାରିଲେ ।