ଅଦ୍ଭୁତ ଘଟଣା: ପୁଅ ବୋହୂଙ୍କ କନ୍ୟାକୁ ଜନ୍ମଦେଲେ ଜେଜେ ମା, ୫୬ ବର୍ଷରେ ଜନ୍ମ କଲେ ସନ୍ତାନ

ଆମେରିକାରେ ଦେଖିବାକୁ ମିଳିଛି ଅଦ୍ଭୁତ ଘଟଣା । ପୁଅ ବୋହୂଙ୍କ ୫ମ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ଜେଜେ ମା। ସରୋଗେସି ମାଧ୍ୟମରେ ଆମେରିକାର ଜଣେ ୫୬ ବର୍ଷୀୟା ମହିଳା ନ୍ୟାନ୍ସି ହକ୍ ତାଙ୍କ ପୁଅ ଓ ବୋହୂଙ୍କ କନ୍ୟାକୁ ଜନ୍ମ ଦେଇଛନ୍ତି। ଜେଫ୍ ହକଙ୍କ ସ୍ତ୍ରୀ କାମ୍ବ୍ରିଆଙ୍କର ଗର୍ଭାଶୟ ଅପରେସନ ଦ୍ବାରା କଢ଼ା ହୋଇଯାଇଥିବାରୁ ପିଲା ପାଇଁ ସରୋଗେସିକୁ ଆପଣାଇଥିଲେ। ଆଉ ଏଥିପାଇଁ ତାଙ୍କୁ ତାଙ୍କର ୫୬ ବର୍ଷୀୟା ମା ପୁଅର ବଂଶରକ୍ଷା ପାଇଁ ସରୋଗେଟ୍ ମାଆ ହେବାକୁ ଆଗେଇ ଆସିଥିଲେ।

ଜେଜେମାଆ ନିଜେ ଜନ୍ମ କରିଥିବା ନାତୁଣୀର ନାଁ ରଖିଛନ୍ତି ହାନ୍ନାହ। ଉତହ ଟେକ୍ ୟୁନିଭର୍ସିଟିରେ କାମ କରୁଥିବା ନ୍ୟାନ୍ସି ହକ୍ ପୂର୍ବରୁ ବିନା ପରୀକ୍ଷାରେ କହିଥିଲେ ଯେ, ଛୁଆଟି ଗୋଟିଏ ଝିଅ ହେବ ଏବଂ ତାହା ସତ ହୋଇଛି।

କାମ୍ବ୍ରିଆ କହିଛନ୍ତି ଯେ ତାଙ୍କ ଶାଶୂଙ୍କ ନାଁ ନ୍ୟାନ୍ସି ଓ ଝିଅର ନାଁ ହାନ୍ନାହ ଏବଂ ଉଭୟର ଅର୍ଥ ‘ଈଶ୍ବରଙ୍କ ଦୟା’। ଡ ରସେଲ ଫୋକ୍ କହିଛନ୍ତି ଯେ, ଜଣେ ଜେଜେମା ନାତି ବା ନାତୁଣୀକୁ ନିଜ ଗର୍ଭରେ ଧାରଣ କରିବା ଏକ ଅସ୍ବାଭାବିକ ଘଟଣା। ହାନ୍ନାହଙ୍କ ଜନ୍ମ ସମୟରେ ନ୍ୟାନ୍ସିଙ୍କୁ ୯ ଘଣ୍ଟା ପର୍ଯ୍ୟନ୍ତ ଗର୍ଭ ଯନ୍ତ୍ରଣା ହୋଇଥିଲା । ତଥାପି ଜନ୍ମିତ ଶିଶୁକନ୍ୟା ସୁସ୍ଥ ଥିବା ସେ କହିଛନ୍ତି।

 

View this post on Instagram

 

A post shared by Cambria Hauck (@cambriairene)

ଏମିତି କାମ ପାଇଁ ନ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି କାମ୍ବ୍ରିଆ । ତେବେ ନ୍ୟାନ୍ସି ୧୧ ଫେବୃଆରୀ ୨୦୨୨ରେ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଏହି ଖବର ଭାଇରଲ ହେବା ପରେ ଏବେ ମିଡିଆରେ ପ୍ରକାଶ ପାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.