ଘର ପର୍ଯ୍ୟନ୍ତ କୁନି ଛୁଆକୁ ଗୋଡ଼ାଇଲା ୬ ଫୁଟିଆ ଅହିରାଜ, ଇଣ୍ଟରନେଟରେ ଭାଇରଲ ହେଉଛି ଭିଡିଓ

ଇଣ୍ଟରନେଟରେ ଏବେ ଗୋଟେ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡି଼ଓଟିକୁ ଦେଖି କିଛି ଜଣ ଭୟବିତ ହୋଇଯାଉଥିବା ବେଳେ କିଛିଜଣ ଏହାର ଖୁବ ମଜା ଉଠାଉଛନ୍ତି । ଭିଡିଓଟିକୁ ଭଲରେ ଦେଖିଲେ ଆପଣ ଜାଣିପାରିବେ ଘରର ବାରଣ୍ଡାରେ ବସି ଛୋଟ ଶିଶୁଟିଏ ତା ଖେଳନା ଗୁଡିକ ସହ ଖେଳିବାରେ ଲାଗିଛି । ନିଜ ଖେଳରେ ସେ ଏତେ ମଜ୍ଜି ଯାଇଛି ଯେ ପାଖଆଖରେ କଣ ସବୁ ଘଟୁଛି ସେ ପ୍ରତି ତାର ଆଦୌ ବି ଧ୍ୟାନ ନାହିଁ । ଶିଶୁଟି ଖେଳୁଥିବା ବେଳେ ତା ନିକଟରେ ଦୁଇ ଜଣ ଛିଡା ହୋଇଛନ୍ତି । ହଟାତ କଣ ହେଉଛିନା ପାଖାପାଖି ୨ ମିଟର ବା ୬ ଫୁଟ ଲମ୍ବର ଏକ ବିରାଟ କାୟ ଅହିରାଜ ସାପ ବାହାରୁ ବାରଣ୍ଡା ଦେଇ ଘର ମୁହାଁ ଆସୁଛି ।

ଆଉ ସାପଟିକୁ ଆସୁଥିବାର ଦେଖି ଦୁହେଁ ଖୁବ ଭୟବିତ ହୋଇଯାଉଛନ୍ତି । ଦୁହେଁ ଶିଶୁ ଟିକୁ ଧରି ଭୟରେ ଦୁଇ ଜଣ ଘର ଭିତରକୁ ଦୌଡ଼ି ପଳାଉଛନ୍ତି । ଆଉ ଘରେ ପଶି କବାଟ ଦେଇ ଦେଉଛନ୍ତି । ସେମାନେ ସିନା ଘର ଭିତରକୁ ପଶିଯାଉଛନ୍ତି କିନ୍ତୁ ସାପ ତାଙ୍କ ପିଛା ଛାଡିବାକୁ ନାରାଜ । ସେ ବି କ୍ଷିପ୍ର ଗତିରେ ସେମାନଙ୍କ ପିଛା କରି କରି ଘର ଭିତରେ ପଶିବାକୁ ଚେଷ୍ଟା କରୁଛି । କିନ୍ତୁ କବାଟ ଦିଆଯାଇଥିବା ହେତୁ ଘର ଭିତରେ ପଶିପାରୁନି । ଏ ଦୁଆରରୁ ସେ ଦୁଆର ବୁଲୁଛି ଆଉ ବାଧ୍ୟ ହୋଇ ଇଆଡ଼େ ସିଆଡେ ବୁଲୁଛି ଆଉ ସେଠାରେ ଥୁଆଯାଇଥିବା ଖେଳନାକୁ ଏପଟ ସେପଟ କରୁଛି ।

ଯେମିତିକି ଆମେ ପୂର୍ବରୁ କହିଛୁ ପୂର୍ବରୁ ସେହି ସ୍ଥାନରେ ଦୁଇ ଜଣ ବଡ ଲୋକ ଠିଆ ହୋଇଥିଲେ । ଆଉ ସେହି ଦୁହିଁଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶିଶୁ ଟିର ଜେଜେ ବାପା । ସଦ୍ୟ ହୃଦଘାତରୁ ସୁସ୍ଥ ହୋଇଥିବାରୁ ସାପଟିକୁ ଦେଖି ବି ସେ ସେତେଟା ରିଆକ୍ସନ କରିପାରୁ ନାହାନ୍ତି । ଏଣୁ ସେ ଖାଲି ଚିତ୍କାର କରି ଆଉ ଜଣଙ୍କୁ ଡାକୁଛନ୍ତି । ଆଉ ଆର ଜଣଙ୍କ ଆସି ଶିଶୁଟିକୁ ଆଖି ପିଛୁଳାକେ ଟେକି ନେଉଛନ୍ତି । ୟୁ ଟ୍ୟୁବରେ ସେୟାର ହୋଇଥିବା ଏହି ଭିଡିଓଟିକୁ ପ୍ରାୟ ଲକ୍ଷେ ଜଣ ଦେଖିସାରିଲେଣି । ଆଉ କମେଣ୍ଟରେ ଆସିଛି, ସାପକୁ କେବେ ବି ଅବହେଳା କରିବା ଉଚିତ ନୁହେଁ ।

video courtesy: you tube

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.