୬ ଲକ୍ଷ ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରି ତିଆରି କରାଯାଇଛି ଏଭଳି ଘର, ଦେଖିଲେ ଆପଣଙ୍କୁ ବି ଆସିବ ପସନ୍ଦ

ଏ ପର୍ଯ୍ୟନ୍ତ ଆପଣ ଇଟା, ପଥରରେ ଘର ତିଆର ହେବାର ଦେଖିଥିବେ। କିନ୍ତୁ କେବେ ଶୁଣିଛନ୍ତି କି, ପ୍ଲାଷ୍ଟିକ୍ ବୋତଲରେ ଘର ତିଆର ହେବାର? ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବେ କି କଥାଟି ସତ। କାନାଡାରେ ଏଭଳି ଏକ ଘର ରହିଛି, ଯେଉଁଠି ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରାଯାଇଛି। ସ୍ବତନ୍ତ୍ର ନିର୍ମାଣ ଶୈଳୀ ଯୋଗୁ ଘର ମଧ୍ୟ ବେଶ୍ ଆକର୍ଷଣୀୟ ଲାଗୁଛି। ଏଠାରେ ପାଖାପାଖି ୬ ଲକ୍ଷ ପ୍ଲାଷ୍ଟିକ୍ ବୋତଲକୁ ମୂଳ ବସ୍ତୁରେ ପରିବର୍ତ୍ତନ କରାଯାଇ ସ୍ବତନ୍ତ୍ର ଘର ତିଆରି କରାଯାଇଛି।

ଏହାସହ ପଢ଼ନ୍ତୁ: ମନସୁନରେ ରୋଡ୍ ଟ୍ରିପରେ ଯାଉଛନ୍ତି କି, ତା’ହେଲେ ହାଇୱେରେ ଥିବା ଏହି ସବୁ ଢାବାରେ ଖାଇବାକୁ ଭୁଲନ୍ତୁ ନି

ମେଟାଗନ ନଦୀ କୂଳରେ ନିର୍ମିତ ଏହି ଘରେ ରହିଛି ତିନୋଟି ବଖରା। ଏହାଛଡ଼ା ଭିତରେ ଏକ ରୋଷେଇ ଘର, ଗାଧୁଆ ଘର ଓ ଛାତ ମଧ୍ୟ ରହିଛି। ଯଦିଓ ଘରଟି ବାହାରକୁ ଦେଖିବାକୁ ସାଧାରଣ ଲାଗୁଛି, କିନ୍ତୁ ଭିତରେ ରାଜକୀୟ ଲୁକ୍ ଦେଉଛି। ଏଠାରେ ଅନେକ ଅତ୍ୟାବଶ୍ୟକ ସୁବିଧା ଉପଲବ୍ଧ କରାଯାଇଛି।

roof top

ଏହି ଘରକୁ ଜୋଏଲ ଜର୍ମାନ ଓ ଡେଭିଡ୍ ସୋଏଲନିର୍ ନାମକ କମ୍ପାନୀ ମିଶିକି ତିଆରି କରିଛନ୍ତି। କମ୍ପାନୀର କହିବାନୁଯାୟୀ, ଘରର କାନ୍ଥ ସ୍ବତନ୍ତ୍ର ଧରଣର ଫୋମରେ ତିଆରି କରାଯାଇଛି, ଯାହାକୁ PET (polyethylene terephthalate) କୁହାଯାଏ।

କାନ୍ଥଗୁଡ଼ିକ ୧୫ ସେଣ୍ଟିମିଟର ବା ୫.୯ ଇଞ୍ଚ ମୋଟା, ଯାହାକି ଅତିରୁ ଅତି ପ୍ରବଳ ବର୍ଷାର ସାମ୍ନା କରିପାରିବ। ଏପରି କି, ଘଣ୍ଟାକୁ ୩୨୬ ମାଇଲ ବେଗରେ ବହୁଥିବା ପବନକୁ ମଧ୍ୟ ସାମ୍ନା କରିପାରିବାର କ୍ଷମତା ରହିଛି। ତେବେ ଏହି ଘରକୁ ତିଆରି କରିବା ପାଇଁ ପାଖାପାଖି ୨କୋଟି ୭୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି, ଯେଉଁଠି ସୋଫା, ଖଟ ଆଦି ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.