ଫେବ୍ରୁଆରୀରେ ୬ ଗ୍ରହ କରିବେ ନିଜର ରାଶି ପରିବର୍ତ୍ତନ, ଜାଣନ୍ତୁ କାହାକୁ ହେବ ଫାଇଦା ଆଉ କାହାର ହେବ ହାନି

ଜ୍ୟୋତିଷ ଶାସ୍ତ୍ରରେ ଚଳିତ ବର୍ଷ ଫେବ୍ରୁଆରୀ ମାସ ବହୁତ ମହତ୍ତ୍ୱପୂର୍ଣ୍ଣ ଭାବେ ଜଣାଯାଏ । ଗ୍ରହ ସ୍ଥିତି ଅନୁସାରେ, ଏହି ପ୍ରଭାବ ଭଲ କିମ୍ବା ଖରାପ ଅର୍ଥାତ୍ ଶୁଭ କିମ୍ବା ଅଶୁଭ ହୋଇପାରେ। ଗ୍ରହର ଚଳନ ଏବଂ ରାଶି ପରିବର୍ତ୍ତନ ହିସାବରେ ଫେବ୍ରୁଆରୀ ୨୦୨୧ ମାସ ବହୁତ ଗୁରୁତ୍ବପୂର୍ଣ୍ଣ ରହିଥାଏ। ଫେବ୍ରୁଆରୀରେ ଆଉ ଏକ ମକର ରାଶିରେ ସପ୍ତମ ଗ୍ରହ ଯୋଗ ହେବ । ଏହି ମାସରେ ୬ଟି ଗ୍ରହ ନିଜର ରାଶି ପରିବର୍ତ୍ତନ କରିବେ। ଗ୍ରହଙ୍କର ଏହି ରାଶି ପରିବର୍ତ୍ତନର ସବୁ ରାଶିଙ୍କ ଉପରେ କିଛି ପ୍ରଭାବ ନିଶ୍ଚୟ ପଡ଼ିବ। ଜ୍ୟୋତିଷ ଗଣନା ଅନୁସାରେ, ଫେବ୍ରୁଆରୀରେ ସୂର୍ଯ୍ୟ, ଶୁକ୍ର ଓ ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ହେବାକୁ ଯାଉଛି । ଜାଣନ୍ତୁ କେଉଁ ଗ୍ରହଙ୍କର ଫେବ୍ରୁଆରୀରେ ହେବ ରାଶି ପରିବର୍ତ୍ତନ।

କେବେ କେଉଁ ଗ୍ରହ ପରିବର୍ତ୍ତନ ହେବ:

ବୁଧ ଗ୍ରହ ୪ ଫେବ୍ରୁଆରୀରୁ ବକ୍ରି ହେବ।
ଶନି ଗ୍ରହ ୯ ଫେବ୍ରୁଆରୀରୁ ମକର ରାଶିରେ ପ୍ରବେଶ କରିବେ।
ସୂର୍ଯ୍ଯ ଗ୍ରହ ୧୨ ଫେବ୍ରୁଆରୀରୁ କୁମ୍ଭ ରାଶିରେ ପ୍ରବେଶ କରିବେ।
୧୪ ଫେବ୍ରୁଆରୀ ଗୁରୁ, ମକର ରାଶିରେ ପ୍ରବେଶ କରିବେ।
୨୧ ଫେବ୍ରୁଆରୀରୁ ଶୁକ୍ର ଗ୍ରହ ମକର ରାଶିରୁ କୁମ୍ଭ ରାଶିରେ ପ୍ରବେଶ କରିବେ।
ମଙ୍ଗଳ ଗ୍ରହ ୨୨ ଫେବ୍ରୁଆରୀରୁ ବ୍‌ଶ ରାଶିରେ ପ୍ରବେଶ କରିବେ।

ମକର ରାଶି: ଆପଣଙ୍କ ପାଇଁ ଗ୍ରହର ରାଶି ପରିବର୍ତ୍ତନ ବେଶ ଶୁଭ ହେବ। କ୍ଯାରିଅରରେ ଉନ୍ନତି ଯୋଗ ରହିଛି। ସମ୍ପର୍କରେ ସୁଧାର ଆସିପାରେ। ବୈବାହିକ ଜୀବନରେ ଖୁସି ଏବଂ ବାଣିଜ୍ଯରେ ଉନ୍ନତି ହେବ।

zodiac

କୁମ୍ଭ ରାଶି: ଏହି ରାଶିର ବ୍ଯକ୍ତିଙ୍କ ପାଇଁ ଅନେକ ନୂଆ ଅବସର ମିଳିବ। ଆଥର୍ଇକ ପ୍ରଗତି ରାସ୍ତାରେ କଷ୍ଟ ଦୂର ହେବ। ହଠାତ୍ ଧନଲାଭର ଯୋଗ ରହିଛି। ବେରୋଜଗାର ଲୋକଙ୍କୁ ରୋଜଗାର ମିଳିବ।

କନ୍ଯା ରାଶି: ରାଶି ପରିବର୍ତ୍ତନ ହେଲେ ଆପଣଙ୍କୁ ପ୍ରତି କ୍ଷେତ୍ରରେ ମିଳିବ। ସ୍ବାସ୍ଥ୍ଯ କ୍ଷେତ୍ରରେ ଲାଭ ମିଳିବ। ବାପାଙ୍କ ସହିତ ସମ୍ପର୍କ ମଜବୁତ ହେବ। ଜୀବନରେ ପ୍ରେମ ବଢିବ।

ମିଥୁନ ରାଶି: ଆପଣଙ୍କ ମନରେ ପ୍ରତିସ୍ପର୍ଦ୍ଧା ଭାବନା ଜାଗ୍ରତ ହେବ। କ୍ଷମତାରେ ସୁଧାର ଆସିବ, ପରିବାରର ସାଙ୍ଗରେ ରହିବେ। ଆପଣଙ୍କ କ୍ଷତି ଚାହୁଁଥିବା ଲୋକ ଆପଣଙ୍କ ଠାରୁ ଦୂରରେ ରହିବେ। ଜୀବନରେ ପ୍ରେମ ରହିବ।

ମେଷ ରାଶି: ଆପଣଙ୍କ ଅଧା କାମ ପୂର୍ଣ୍ଣ ହେବ ଏବଂ ଆର୍ଥିକ ପ୍ରଗତି ହେବ। ପରିବାର ଏବଂ ସାଙ୍ଗ ସାଥି ସବୁବେଳେ ସାଙ୍ଗରେ ରହିବେ। ଦାମ୍ପତ୍ଯ ଜୀବନରେ ଖୁସି ମିଳିବ।

ସିଂହ ରାଶି: ଏହି ରାଶିର ଜାତକ ଥିବା ଗ୍ରହରେ ରାଶି ପରିବର୍ତ୍ତନ ସକାରାତ୍ମକ ପ୍ରଭାବ ଦେଖଶଇବ। ବିଦ୍ଯାର୍ଥୀଙ୍କୁ ଉଚ୍ଚ ଶିକ୍ଷାର ଯୋଗ ରହିଛି। କାର୍ଯ୍ଯସ୍ଥଳରେ ସହଯୋଗୀଙ୍କ ସମର୍ଥନ ମିଳିବ। ଦାମ୍ପତ୍ଯ ଜୀବନରେ ଦୁଃଖର ଅନ୍ତ ଘଟିବ।

Leave A Reply

Your email address will not be published.