ହୋଟେଲ ରୁମ୍ରେ କ୍ୟାମେରା ଲାଗିଛି କି ନାହିଁ ଜାଣିବା ପାଇଁ ଆପଣାନ୍ତୁ ଏହି ୬ଟି ଉପାୟ
ଆପଣ ନିଜ ସାଥୀଙ୍କ ସହ କୌଣସି ହୋଟେଲରେ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଉଥିବା ବେଳେ ତୃତୀୟ ବ୍ୟକ୍ତି ଲୁଚି ରହି ସେହି ମୁହୂର୍ତ୍ତକୁ ରେକଡିଂ କରିବା ଭଳି ଘଟଣା ଅନେକ ଥର ସାମ୍ନାକୁ ଆସିଛି। ଭାରତର ଅନେକ ଗୁଡିଏ ଛୋଟ ଛୋଟ ସହରରେ ଏହିଭଳିି ଘଟଣା ଘଟିଥାଏ, ଯାହା ହୋଟେଲର ରୁମ୍ରେ ଲୁଚି ରହିଥିବା କ୍ୟାମେରା କୌଣସି ଲୋକଙ୍କ ଭବିଷ୍ୟତ ଉଜାଡି ପାରେ। ଉତ୍ତରାଖଣ୍ଡରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡ ବୁଲିବାକୁ ଯାଇଥିବା ଜଣେ ନବ ବିବାହିତା ଯୋଡିଙ୍କୁ ହୋଟେଲରେ ଲାଗିଥିବା ଫ୍ୟାନର ଫଙ୍ଖାରୁ ଲୁଚିରହିଥିବା ଏକ କ୍ୟାମେରା ମିଳିଥିଲା। ଏହି କାରଣରୁ କୌଣସି ହୋଟେଲରେ ରହିବା ପୂର୍ବରୁ ପ୍ରଥମେ ଭଲଭାବେ ଚେକ୍ କରି ରୁହନ୍ତୁ।
ଜାଣନ୍ତୁ କ୍ୟାମେରା ଏବଂ ରେକଡିଂ ଉପକରଣ ଖୋଜିବାର ୬ଟି ଉପାୟ:
-ପ୍ରାୟତଃ ରୁମ୍ରେ ଲାଗିଥିବା ପଙ୍ଖା, ପ୍ଲଗ ଇନ୍, ଲାଇଟ, ବହି କିମ୍ବା ମାଗାଜିନ୍, ଡିଭିଡି କେସ୍, ସେଲ୍ଫ, ଲ୍ୟାପଟପ୍, କମ୍ପ୍ୟୁଟର, କବାଟ, ଡ୍ରାଓ୍ଵର, ଦର୍ପଣ, ବାର୍ଥରୁମ୍ ଏହି ସବୁ ସ୍ଥାନରେ ଲୁଚି ରହିଥାଏ। ଏହି କାରଣରୁ ହୋଟେଲରେ ରହିବା ପୂର୍ବରୁ ଭଳ ଭାବେ ଏହି ସବୁ ସ୍ଥାନ ଚେକ୍ କରି ରୁହନ୍ତୁ।
-କ୍ୟାମେରାରେ ଲାଗିଥିବା ମିରର୍ ଉପରେ ନିଜ ନଖ ରଖି ଦେଖନ୍ତୁ। ଯଦି ଆପଣଙ୍କ ଆଙ୍ଗୁଳି ଏବଂ ନଖର ଛାଇ ମଧ୍ୟରେ ସ୍ଥାନ ରହିଥାଏ କିମ୍ବା ଆପଣଙ୍କ ଆଙ୍ଗୁଳିର ନଖ ଏବଂ ତାର ଛାଇ ମଧ୍ୟରେ କୌଣସି ସ୍ଥାନ ଦେଖାଯାଇନଥାଏ, ତେବେ କାଚର ଅନ୍ୟ ସ୍ଥାନରେ କ୍ୟାମେରା ଲାଗିଥାଇପାରେ।
-ଫ୍ଲାସଲାଇଟ୍ ରିଫ୍ଲେକସନ ବ୍ୟବହାର କରନ୍ତୁ। ଯଦି କ୍ୟାମେରାର ସମସ୍ତ ଲାଇଟ୍ ବନ୍ଦ ହୋଇଯାଏ ତେବେ ଫ୍ଲାସଲାଇଟ୍କୁ ଘରର ଚାରିଆଡେ ବୁଲାନ୍ତୁ।
ଏହାସହ ପଢନ୍ତୁ: ସମୁଦ୍ର ପାଣିରେ ନୀଳ ରଙ୍ଗର ଚମକ! ହୋଇପାରେ ଘାତକ!
-ଆପଣ ଯେପରି ଓ୍ଵାଇଫାଇ ପାଇଁ ନେଟଓ୍ଵାର୍କ ସ୍କାନ କରିଥାନ୍ତି ସେପରି ରୁମ୍ର ନେଟଓ୍ଵାର୍କ କ୍ୟାମେରା ପାଇଁ ସ୍କାନ କରିପାରିବେ। ଯଦି ରୁମ୍ ର କେଔଣସି ସ୍ଥାନରେ ଲାଇଭ୍ କ୍ୟାମେରା ଲାଗିଥାଏ ତେବେ ଓ୍ଵାଇଫାଇ ଡିଭାଇସ୍ କିମ୍ବା ନେଟଓ୍ଵାର୍କ ଅପ୍ସନ ଜରିଆରେ ନିଶ୍ଚିନ୍ତ ଚେକ୍ କରିପାରିବେ।
-ଲୁଚି ରହିଥିବା କ୍ୟାମେରା ଖୋଜି ବାହାର କରିବା ପାଇଁ ଇଲେକ୍ଟ୍ରୋ ମ୍ୟାଗନେଟିକ୍ ଲାଇଟ୍ ଭଳି ଏକ ଆପ୍ ଡାଉନଲୋଡ କରନ୍ତୁ। ଏହା କ୍ୟାମେରାର ଫ୍ରିକ୍ୱେସିକୁ କୋଜି ବାହାର କରିବାରେ ସାହାଯ୍ୟ କରିଥାଏ।
-ଅଧିକାଂଶ କ୍ୟାମେରା ବ୍ୟବହାର ପାଇଁ ବିଜୁଳିର ଆବଶ୍ୟକତା ପଡ଼ିଥାଏ ଏବଂ ଏଥିପାଇଁ ବିଜୁଳି ଉପକରଣରେ ନିଶ୍ଚିନ୍ତ ତାରର ଆବଶ୍ୟକତା ପଡିଥାଏ। ଏପରିକି ଏକ ଅତିରିକ୍ତ ତାର ମଧ୍ୟ କ୍ୟାମେରା ସହ କନେକ୍ଟ ହୋଇଥାଇପାରେ।