Categories: ସ୍ପେଶାଲ

ଶୂନ୍ୟରୁ ଶିଖର : ସାଧାରଣ ବ୍ୟକ୍ତିରୁ କେମିତି ହେଲେ ଅସାଧାରଣ ପ୍ରଧାନମନ୍ତ୍ରୀ ? ଜାଣନ୍ତୁ ମୋଦିଙ୍କୁ ନେଇ ଅଜଣା କଥା

ଆଜି ହେଉଛି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ । ୬୮ ବର୍ଷରେ ପାଦ ଦେଲେ ନରେନ୍ଦ୍ର ଦାମୋଦର ଦାସ ମୋଦି । ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜୁରାଟର ବଡ଼ନଗରରେ ଜନ୍ମ ହୋଇଥିଲେ ମୋଦି । ନିଜ ବାପାଙ୍କ ସହ ଷ୍ଟେସନରେ ଚା ବିକିବା ସହ ମାତ୍ର ଯୁବାବସ୍ଥାରେ ହିମାଳୟର କୋଳରେ ନିଜ ଅସ୍ତିତ୍ବ ଖୋଜିବାକୁ ପଛାଇ ନାହାଁନ୍ତି ଦେଶର ପ୍ରଧାନମନ୍ତ୍ରୀ । ସେତେବେଳେ ମୋଦିଙ୍କ ବୟସ ଥିଲା ମାତ୍ର ୧୭ ବର୍ଷ ।

ଏହା ପରେ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ ସହ ଯୋଡି ହୋଇ ଦେଶ ସେବାରେ ଲାଗି ଯାଇଥିଲେ । ସେମିତିରେ ତ ପ୍ରଧାନମନ୍ତ୍ରୀଙ୍କ ପୁରା ଜୀବନ ଦେଶ ସେବାରେ ସମର୍ପିତ । କିନ୍ତୁ ତାଙ୍କ ଜୀବନ ସହ ଜଡିତ ଏମିତି ଅନେକ କିଛି କଥା ଅଛି ଯାହା ଆପଣ ଜାଣିନାହାଁନ୍ତି । ଆଜି ଆମେ ମୋଦିଙ୍କ ବିଷୟରେ ଏମିତି କିଛି କଥା କହିବୁ ଯାହାକୁ ପଢିବା ପରେ ଆପଣ ଦେଶର ପ୍ରଧାନମନ୍ତ୍ରୀଙ୍କୁ ନିକଟରୁ ଜାଣିପାରିବେ ।

୧୯୭୫ରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ମୋଦି । ଯେତେବେଳେ ଜରୁରୀକାଳୀନ ସମୟରେ ତାଙ୍କୁ ଲୋକ ସଂଘର୍ଷ ସମିତିର ମହାସଚିବ ନିଯୁକ୍ତ କରାଯାଇଥିଲା । ୨୦୦୧ ରୁ ୨୦୧୪ ଯାଏଁ ମୁଖ୍ୟମନ୍ତ୍ରୀ ଭାବେ ଗୁଜୁରାଟର ଶାସନ ଭାର ସମ୍ଭାଳିଥିଲେ ମୋଦି । ୨୦୧୪ରେ ବାରଣାସୀର ସାଂସଦ ମଧ୍ୟ ହୋଇଥିଲେ । ଲୋକସଭା ନିର୍ବାଚନରେ ବହୁମତରେ ଜିତି ଦେଶର ପ୍ରଧାନମନ୍ତ୍ରୀ ହେବା ସହ ଯୁବପିଢୀଙ୍କ ଷ୍ଟାଇଲ୍ ଆଇକନ୍ ହୋଇଗଲେ ନରେନ୍ଦ୍ର ମୋଦି ।

ତେବେ ଗୋଟିଏ ପଟେ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ହିନ୍ଦୁ ରାଷ୍ଟ୍ରବାଦର ଧାରଣା ଏବଂ ଗୁଜୁରାଟ ଦଙ୍ଗାରେ ଭୂମିକାକୁ ନେଇ ଅନେକ ସମୟରେ ବିବାଦରେ ରହିଆସିଛନ୍ତି ମୋଦି । କିନ୍ତୁ ଅନ୍ୟପଟେ ଏକଥାକୁ ଅସ୍ବୀକାର କରିହେବ ନାହିଁ ଯେ ଜଣେ ମହାନ ବକ୍ତା ହେବା ସହ ମୋଦି ଜଣେ ଉତ୍ତମ ବ୍ୟକ୍ତି ମଧ୍ୟ । ମୋଦିଙ୍କ ପ୍ରଶଂସକଙ୍କ ମଧ୍ୟରେ ଅଧିକାଂଶ ଯୁବପିଢୀ ଏବଂ ପିଲା ।

ଏବେ ନଜର ପକାନ୍ତୁ ମୋଦିଙ୍କ ସହ ଜଡିତ କିଛି ଖାସ୍ କଥା

ସିନିୟର୍ କ୍ୟାମେରାମ୍ୟାନ୍ ଗୋପାଳ ବିଷ୍ଟଙ୍କ ଅନ୍ତିମ ସଂସ୍କାରରେ ଥିବା ସମୟରେ ମୋଦିଙ୍କ ନିକଟକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଫୋନ୍ ଆସିଥିଲା । ଯେତେବେଳେ ଅଟଳ ବିହାରୀଙ୍କୁ ଦେଖା କରିବାକୁ ଗଲେ ସେତେବେଳେ ଅଟଳ ବିହାରୀ କହିଥିଲେ – ଦିଲ୍ଲୀ ତମକୁ ବହୁତ ମୋଟା କରିଦେଲାଣି , ତମକୁ ଏବେ ଗୁଜୁରାଟ ଫେରିଯିବା ଉଚିତ୍ ।

ଏହି କଥାର ଉଦ୍ଦେଶ୍ୟ ଭଲ ଭାବରେ ବୁଝିଯାଇଥିଲେ ମୋଦି । କିନ୍ତୁ ଆଶ୍ଚର‌୍ୟ୍ୟ ଥିଲେ ଯେ ଯିଏ କେବେ ବିଧାୟକ ହୋଇନି ତା ଉପରେ ଭରସା କରି ପାର୍ଟି ଏତେ ବଡ ଦାୟିତ୍ବ କେମିତି ଦେଉଛି । କିନ୍ତୁ ଯେହେତୁ ପ୍ରଧାନମନ୍ତ୍ରୀ ନିଜେ ଏଥିପାଇଁ ଜୋର୍ ଦେଉଛନ୍ତି ତେବେ କିଏ ମନା କରିବ । ଏହି ପରି ଭାବରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ ମୋଦି । ୪ ଥର ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ମୋଦି । ଯାହା ଏକ ରେକର୍ଡ ।

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହେରୁ ଏବଂ ରାଜୀବ ଗାନ୍ଧୀଙ୍କ ପରେ ଦେଶର ସବୁଠାରୁ ଷ୍ଟାଇଲିସ୍ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି । ୧୫ ଅଗଷ୍ଟ ଏବଂ ୨୬ ଜାନୁଆରୀରେ ଦେଶର ସ୍ବାଧୀନତା ଏବଂ ଗଣତନ୍ତ୍ରର ଉତ୍ସବ ପାଳନ କରିବାକୁ ଦେଶବାସୀ ଏକାଠି ହେଇଥାନ୍ତି ସେତେବେଳେ ଗୋଟିଏ ବର୍ଗ କେବଳ ଏହା ଦେଖିବାକୁ ଚାହେଁ ଏଥର ମୋଦି ସାଫେର ରଙ୍ଗ କଣ ହୋଇଥିବ, କୂର୍ତ୍ତର ହାତ କେମିତି ହୋଇଥିବ ଏବଂ ରଙ୍ଗ କିପରି ଥିବ ।

ମୋଦିଙ୍କ ପୋଷାକ ପଛର ଅଜଣା କଥା

ଯେପରି ନେହେରୁଙ୍କ ବନ୍ଦ ଗଳାର ଡ଼ିଜାଇନକୁ ନେହେରୁ ଡ଼ିଜାଇନ୍ ଭାବେ କୁହାଯାଉଥିଲା ସେହିପରି ମୋଦିଙ୍କ ଖଣ୍ଡିଆ ହାତ କୁର୍ତ୍ତାକୁ ଦେଶରେ ମୋଦି କୁର୍ତ୍ତା ଭାବେ ଜଣାଯାଉଛି। କିନ୍ତୁ ଏହି ମୋଦି କୁର୍ତ୍ତା ପଛରେ ରହିଛି ଏକ ଆଶ୍ଚର୍ଯ୍ଯକର ତଥ୍ଯ। ଆଜିର ଷ୍ଟାଇଲସେଗମେଣ୍ଟ ଭାବେ ପରିବର୍ତ୍ତନ ହୋଇଥିବା ମୋଦି କୁର୍ତ୍ତାର କାହାଣୀ ବାସ୍ତବରେ କୌତୁହରୁ ଆରମ୍ଭ ହୋଇଥିଲା।

ଆରଏସଏସ ଏବଂ ଭାଜପାାର କାର୍ଯ୍ଯ ଅର୍ଥ କେବଳ ବାରମ୍ବାର ଯାତ୍ର ନୁହଁ ବରଂ ଅନିଶ୍ଚିତ ଏବଂ ଦୁଃଶାହାସିକତା କାର୍ଯ୍ଯ ମଧ୍ୟ। ମୋଦି ନିକଟରେ ଏକ ମିଡ଼ିଆ ସମ୍ମିଳନୀରେ କହିଥିଲେ କି, ମୁଁ ନିଜ କପଡ଼ା ନିଜେ ହିଁ ସପା କରିଥାଏ। ଏଣୁ ଫୁଲ ବା ସଂପୂର୍ଣ୍ଣ ହାତ ଥିବା କୁର୍ତ୍ତାକୁ ଧୋଇବାକୁ ବହୁତ କଷ୍ଠକର ହୋଇଥାଏ ଏଣୁ ମୁଁ ସର୍ବଦା ଅଧାହାତ ବା ହାତକଟାର କୁର୍ତ୍ତା ସିଲେଇଥାଏ।

ମୋଦି ଏହିପରି କୁର୍ତ୍ତାକୁ ବହୁ ବର୍ଷ ହେଲା ପିନ୍ଧିଆସୁଥିଲେ। କିନ୍ତୁ ନିକଟରେ ଏହି କୁର୍ତ୍ତା ଯୁବପିଢ଼ିଙ୍କ ମଧ୍ୟରେ ଷ୍ଟାଇଲସେଗମେଣ୍ଟ ହୋଇଯାଇଛି। ମୋଦିଙ୍କ ଖାଲି କୁର୍ତ୍ତା ନୁହଁ, ମୋଦି ମାକ୍ସ, କପ୍, ଟି-ସାର୍ଟ ଏବଂ ଚକୋଲେଟରେ ମଧ୍ୟ ସମୟକ୍ରମେ ମୋଦିଙ୍କ ଛାପ ଦେଖିବାକୁ ମିଳିଛି।

ଚିନ୍ତାଗ୍ରସ୍ତ ଥିବାବେଳେ କେଉଁ ଗୀତ ଗୁଣଗୁଣାନ୍ତି ମୋଦି ?

ନିଜର ସାଧା ସିଧା ଜୀବନ ଶୈଳୀ ପାଇଁ ବେଶ୍ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ମୋଦି କଣ କେବେ ମନୋରଞ୍ଜନ କରନ୍ତିନି ? ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ବି ମଧ୍ୟ କଣ କେବେ ଫିଲ୍ମ ଦେଖୁନଥିଲେ ମୋଦି । ଏମିତି ଅନେକ ପ୍ରଶ୍ନ ଆପଣଙ୍କ ମନକୁ ନିଶ୍ଚୟ ଆସିଥିବ । ତେବେ ମାସକୁ ଥରେ ଦେଶବାସୀଙ୍କୁ ମନ କଥା କହୁଥିବା ମୋଦିଙ୍କ ମନପସନ୍ଦର ଗୀତ କଣ ? ଏ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆମର ଏହି ରିପୋର୍ଟ ।

ଏ ସବୁ ପଶ୍ନର ଉତ୍ତର ନିଜେ ମୋଦି ଏକ ସାକ୍ଷାତକାରରେ ଦେଇଛନ୍ତି । ମୋଦି କହିଛନ୍ତି ଯୌବନ ଅବସ୍ଥାରେ ମୁଁ ବି ଉତ୍ସୁକତାର ସହ ସିନେମା ଦେଖୁଥିଲି । କିନ୍ତୁ ମନୋରଞ୍ଜନ ଦୃଷ୍ଟିକୋଣରୁ ନୁହେଁ କିଛି ଶିକ୍ଷା ପାଇବା ଦୃଷ୍ଟିରୁ ସିନେମା ଦେଖୁଥିଲେ ମୋଦି । କିନ୍ତୁ ଯେମିତି ଯେମିତି ରାଜନୀତିର ଗଭୀର କୁଅ ଭିତରେ ବୁଡି ବୁଡି ଚାଲିଲେ ସେମିତି ସେମିତି ସିନେମାଠାରୁ ଦୂରେଇ ଗଲେ ମୋଦି । କିନ୍ତୁ ସର୍ବଦା ଭାରତୀୟ କଳା, ସଂସ୍କୃତି ତଥା ସନେମା ଦୁନିଆ ସହ ଜଡିତ ରୁହନ୍ତି ।

ତେବେ ମୋଦିଙ୍କ ମନ ପସନ୍ଦ ଗୀତ ହେଉଛି ୧୯୬୧ରେ ଆସିଥିବା ଫିଲ୍ମ ଜୟ ଚିତୋଡରେ ଲତା ମଙ୍ଗେସକର ଗାଇଥିବା “ ହୋ ପବନ ବେଗ ସେ ଉଡନେ ବାଲେ ଘୋଡେ, ତେରେ କନ୍ଧୋ ପର୍ ଆଜ୍ ଭାର୍ ହୈ ମେୱଡା କା, କରନା ପଡେଗା ତୁଝେ ସାମନା ପାହାଡ କା , ହଲଦୀଘାଟି ନେହିଁ କୋଇ ଖିଲୱାଡ କା, ଦେନା ଯବାବ୍ ୱହାଁ ଶେରୋଁ କେ ଦହାଡ କା” । ଚିନ୍ତାଗ୍ରସ୍ତ ଥିଲେ ଏହି ଗୀତ ଗୁଣୁଗୁଣେଇ ଥାନ୍ତି ମୋଦି ।

ସବୁବେଳେ ଲୋକମାନଙ୍କ ମନରେ ଗୋଟିଏ କଥା ଥାଏ ନିଜକୁ ସବୁବେଳେ ଫିଟ୍ ଏବଂ ସଜାଗ ରଖୁଥିବା ଅଭିନେତା, ଅଭିନେତ୍ରୀ ଏବଂ ରାଜନେତା କଣ ଖାଆନ୍ତି । ଜାଣି ଆଶ୍ଚର୍ଯ୍ଯ ହେବେ ପ୍ରଧାନମନ୍ତ୍ରୀଙ୍କ ମନ ପସନ୍ଦର ଖାଦ୍ୟ ହେଉଛି ଖିଚିଡି ।

ସେହପରି ଆଉ ଏକ ବଡ ପ୍ରଶ୍ନ ହେଉଛି ମୋଦିଙ୍କ ଫିଟନେସର ରହସ୍ୟ । ଯଦି ଜଣେ ଅଫସରେ ୮ ଘଂଟା କାମ କରି ଥକି ଯାଉଛି ତେବେ ୬୭ ବର୍ଷ ବୟସ୍କ ମୋଦିଙ୍କ ଚେହେରାରେ ଥକାପଣର ଚିହ୍ନ ଟିକେ ବି ନାହିଁ । ଯେତେ ବିଳମ୍ବରେ ଶୁଅନ୍ତୁ ନାଁ କାହିଁକି ପ୍ରତିଦିନ ସକାଳ ୫ ଟାରେ ଉଠିଯାଆନ୍ତି ମୋଦି । ସାରା ଦିନ ନିଜକୁ ଫ୍ରେସ୍ ରଖିବା ପାଇଁ ପ୍ରତିଦିନ ୧ ଘଂଟା ଯୋଗ କରନ୍ତି । ସୂର‌୍ୟ୍ୟ ନମସ୍କାର ଏବଂ ପ୍ରାଣାୟମ କରିବାକୁ ଖୁବ୍ ପସନ୍ଦ କରନ୍ତି ମୋଦି । ମୋଦି ହେଉଛନ୍ତି ଶାକାହାରୀ । ଏହା ସହ ମଦ ଏବଂ ଅନ୍ୟ ନିଶା ଦ୍ରବ୍ୟ ଠାରୁ ବେଶ୍ ଦୂରରେ ମୋଦି । ସେହିପରି ଗଳା ସଫା ରଖିବା ପାଇଁ ନଖ ଉଷୁମ ପାଣି ପିଇବାକୁ ପସନ୍ଦ କରନ୍ତି । ଆଉ ନିଜକୁ ଚାପମୁକ୍ତ ରଖିବା ପାଇଁ ଶୋଇବା ପୂର୍ବରୁ ଧ୍ୟାନ କରନ୍ତି ।

Knewsodisha ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago