ଦମଦାର ଦାଦି: ବୃଦ୍ଧ ବୟସରେ ବି ସାଇକେଲ ଧରି ବାହାରିଛନ୍ତି ୨୨୦୦ କିମି ଯାତ୍ରାରେ, କରିବେ ମା’ ବୈଷ୍ଣୋ ଦେବୀଙ୍କୁ ଦର୍ଶନ

ଆଜିକାଲି ସମସ୍ତଙ୍କୁ ଦରକାର ମହଙ୍ଗା ସାଇକେଲ। ଆଉ ମହଙ୍ଗା ସାଇକେଲ ହାତରେ ପଡ଼ିଲେ ଇଚ୍ଛା ହୋଇଥାଏ କେଉଁଆଡ଼େ ବୁଲି ଯିବାକୁ। ନ ହେଲେ ଆଦୌ ମନ ବଳେ ନାହିଁ। କିନ୍ତୁ ଦୁନିଆ ଦେଖିବାକୁ ଇଚ୍ଛା ରଖିଥିବା ମଣିଷଟିଏ କିନ୍ତୁ ଏ ସବୁ କିଛି ଦେଖେନି। ବାସ, ଖାଲି ଦୁନିଆକୁ ହିଁ ଦେଖେ। ଏବେ ଏବେ ସୋସିଆଲ ମିଡିଆରେ ୬୮ ବର୍ଷୀୟା ଜଣେ ବୃଦ୍ଧା ମହିଳା ଖୁବ ଭାଇରଲ ହେଉଛନ୍ତି। ତାଙ୍କୁ ନେଇ ଏକ ଭିଡ଼ିଓ ଇଣ୍ଟରନେଟରେ ଘୁରିବୁଲୁଛି।

fd

ତେବେ ତାଙ୍କୁ ବୃଦ୍ଧା କହିବା ହୁଏତ ଭୁଲ ହେବ। କାରଣ, ମହିଳା ଜଣକ ଖାମଗାଁ ମହାରାଷ୍ଟ୍ରରୁ ମା’ ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ୨୨୦୦ କିମି ଯାତ୍ରାରେ ବାହାରିଛନ୍ତି। ଏତେ ବୟସରେ ‘ସାଇକେଲ ଦାଦି’ଙ୍କର ପ୍ରବଳ ଆଗ୍ରହ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭାଇରଲ ଭିଡ଼ିଓରେ ବୃଦ୍ଧା ଏକ ପୁରୁଣା ସାଇକେଲ ସହ ଛିଡ଼ା ହୋଇଥିବାର ନଜର ଆସୁଛନ୍ତି। ତାଙ୍କ ନାଁ ରେଖା ଡେଭାନକର।

cd

ଏବେ ନବରାତ୍ରୀ ଚାଲିଥିବାରୁ ସେ ମା’ଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛା ରଖିଛନ୍ତି। ତେବେ ବୃଦ୍ଧା ଜଣକ ନିଜ ଅତ୍ୟାବଶ୍ୟକ ଜିନିଷକୁ ପୁରୁଣା ସାଇକେଲରେ ବାନ୍ଧି ରଖିଥିବାର ଦେଖିବାକୁ ମିଳିଛି। ଭିଡ଼ିଓଟିକୁ ଟୁଇଟରରେ ସେୟାର କରାଯାଇଛି। ଏ ପର୍ଯ୍ୟନ୍ତ ଏହାକୁ ୩୭ ହଜାରରୁ ଅଧିକ ଭିୟୁଜ ମିଳିସାରିଲାଣି। ଜଣେ ୟୁଜର ଲେଖିଛନ୍ତି, ‘ମଦର ପାୱାର’। ଏହିପରି ଲୋକେ ନିଜ କମେଣ୍ଟ ଜରିଆରେ ଦାଦିଙ୍କ ମନୋବଳ ଦୃଢ଼ କରିବାରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.