୪ ଛୁଆ, ୨ ମହିଳା ଓ ଜଣେ ପୁରୁଷ! ଏହା ବାଇକ୍ ନା ଆଉ କ’ଣ; ଗୋଟିଏ ଗାଡ଼ିରେ ବସି ବୁଲିବାକୁ ଗଲେ ସମସ୍ତେ…ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖି ଲୋକେ ହସନ୍ତି, କାନ୍ଦନ୍ତି, ଏପରି କି, ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଆନ୍ତି। କିଛି ଭିଡିଓ ଏମିତି ବି ଥାଏ, ଯେଉଁଥିରେ ଲୋକମାନଙ୍କର ଅଜବ ପ୍ରକାର ଯୋଗାଡ଼ ଆମେ ଦେଖିବାକୁ ପାଇଥାଉ। ଆଜି ଆମେ ଆପଣଙ୍କୁ ଏହିଭଳି ଏକ ଭିଡିଓ ବିଷୟରେ କହିବୁ, ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ଟ୍ରାଫିକ୍ ନିୟମ ମୁତାବକ, ଦୁଇ ଚକିଆ ଯାନରେ ୨ରୁ ଅଧିକ ଲୋକ ବସି ପାରିବେ ନାହିଁ। ଯଦି ବସନ୍ତି, ତା’ ହେଲେ ଟ୍ରାଫିକ୍ ପୋଲିସ ସେମାନଙ୍କ ଚାଲାଣ କାଟିଥାଏ। କିନ୍ତୁ କିଛି ଲୋକଙ୍କୁ ଏଥିରେ କୌଣସି ବି ଫରକ୍ ପଡ଼େନାହିଁ। ବାଇକ୍ ହେଉ କି ସ୍କୁଟର, ସେମାନେ ୨ ପରିବର୍ତ୍ତେ ଅନେକ ଜଣ ଏକାଠି ବସି ଏହାର ମଜା ଉଠାଇ ଥାଆନ୍ତି।
ଆଉ ଯେତେବେଳେ ସେମାନେ ଟ୍ରାଫିକ୍ ପୋଲିସ ହାବୁଡ଼ରେ ପଡ଼ି ଯାଆନ୍ତି, ତ ସେମାନଙ୍କଠାରୁ ମୋଟା ଜରିମାନା ଆଦାୟ କରାଯାଇଥାଏ। ଏପରି କି, ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଜେଲ୍ ଯିବାର ବି ବ୍ୟବସ୍ଥା ରହିଛି। ହେଲେ କିଛି ଦାୟିତ୍ୱହୀନ ଲୋକ ଏ ସବୁ ନିୟମକୁ ବେଖାତିର କରି ଚାଲିଛନ୍ତି।
ବାଇକ୍ରେ ବସିଲେ ୭ ଜଣ!
ଇଣ୍ଟରନେଟ୍ରେ ଯେଉଁ ଭିଡିଓ ଏବେ ଭାଇରାଲ ହେଉଛି, ସେଥିରେ ଦେଖିବାକୁ ମିଳୁଛି କି, ଜଣେ ବ୍ୟକ୍ତି ଯୋଗାଡ଼ କରି ୩ କିମ୍ବା ୪ ନୁହେଁ, ବରଂ ୭ ଜଣ ଲୋକଙ୍କୁ ବସାଇ ବାଇକ୍ ଚଲାଇ ଯାଉଛନ୍ତି। କେହି ଜଣେ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଅପ୍ଲୋଡ କରିଦେବା ପରେ ତାହା ଭାଇରାଲ ହେବାରେ ଲାଗିଛି।
ପ୍ରଥମ ଜଣେ ବ୍ୟକ୍ତି ନିଜ ବାଇକ୍ ଉପରେ ବସୁଛନ୍ତି ଏବଂ ଆଗରେ ଦୁଇ ଜଣ ଛୁଆଙ୍କୁ ବସାଉଛନ୍ତି। ଏହାପରେ ବ୍ୟକ୍ତିଙ୍କ ପଛରେ ଜଣେ ମହିଳା ବସୁଛନ୍ତି ଏବଂ ସେ ନିଜ କୋଳରେ ଜଣେ ଛୁଆଙ୍କୁ ବସାଉଛନ୍ତି। ପୁଣି ତାଙ୍କ ପଛରେ ଆଉ ଜଣେ ମହିଳା ବସୁଛନ୍ତି ଏବଂ ସେ ମଧ୍ୟ ନିଜ କୋଳରେ ଜଣେ ଛୁଆଙ୍କୁ ବସାଉଛନ୍ତି। ଅର୍ଥାତ୍ ବାଇକ୍ରେ ମୋଟ ୭ ଜଣ ଲୋକ ବସୁଛନ୍ତି। ସେମାନଙ୍କ ମଧ୍ୟରେ ୪ ଛୁଆ, ୨ ମହିଳା ଓ ଜଣେ ପୁରୁଷ ଅଛନ୍ତି।
ତେବେ ଏହି ଭିଡିଓ ଦେଖି ୟୁଜରମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିବା ବେଳେ ଅନ୍ୟମାନଙ୍କୁ ଏମିତି ନ କରିବାକୁ ପରାମର୍ଶ ଦେଇଛନ୍ତି। ଇନ୍ଷ୍ଟାଗ୍ରାମରେ theadulthumour ନାମକ ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି, ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।
View this post on Instagram