ମିଠା ମିଠା ଜିଲାପି ତିଆରି କରି ହୃଦୟ ଜିତିଲେ ୭ବର୍ଷର ସଭ୍ୟ, ଭାଇରାଲ୍ ହେଉଛି ଭିଡିଓ

ଆମେ ପ୍ରତିଦିନ ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଦେଖୁ ଯାହା ଭାଇରାଲ ହେବା ସହ ଦର୍ଶକଙ୍କ ମନ ଜିଣିଥାଏ। ସେହିପରି ଏକ ଭିଡିଓ ଏବେ ଭାଇରାଲ ହେଉଛି। କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ ଅର୍ଥାତ୍ ଯଦି କାହା ପାଖରେ କୌଣସି କଳା ରହିଛି ତାହା ଆପେ ଆପେ ଲୋକଲୋଚନକୁ ଆସିଥାଏ । ଖାଲି ଏଥିପାଇଁ ନିଜ ଭିତରେ ଇଚ୍ଛା ଏବଂ ଆତ୍ମବିଶ୍ବାସ ଥିବା ଦରକାର । ତେବେ ଏମିତି ଏକ ପ୍ରତିଭାର ଅଧିକାରୀ ହେଉଛନ୍ତି ଆପଣ ଦେଖୁଥିବା ଏହି ୭ବର୍ଷ ବୟସର ବାଳକ ଜଣକ। ଯାହାଙ୍କ ନା ସଭ୍ୟ ।

ସତ କହିବାକୁ ଗଲେ ୨୦/୩୦ ବର୍ଷରେବି ଆମ ମାନଙ୍କ ମଧ୍ୟରୁ କେତେ ଜଣ ରୋଷେଇ କରିବାକୁ ବେଶ୍ ସଂଘର୍ଷ କରନ୍ତି। କିନ୍ତୁ ୭ ବର୍ଷର ସଭ୍ଯ ଯିହାଙ୍କର ରୋଷେଇ କରିବାର କଳା ଆଜି ଇଣ୍ଟରନେଟ୍ ରେ ଭାଇରାଲ୍ ହେବାରେ ଲାଗିଛି । ରାଜସ୍ଥାନୀ ପାପଡ୍ କି ସାବଜୀ ଠାରୁ ଆରମ୍ଭ କରି ଚକୋଲେଟ୍ କେକ୍ ପର୍ଯ୍ୟନ୍ତ, ଏପରି କିଛି ନାହିଁ ଯାହା ଏହି ବାଳକ ରାନ୍ଧି ପାରିବେ ନାହିଁ । ସଭ୍ୟଙ୍କର ଏକ ଭିଡିଓରେ ବର୍ତ୍ତମାନ ଭାଇରାଲ ହୋଇଛି । ଯାହା ଗତ ମାସରେ ପୋଷ୍ଟ କରାଯାଇଥିଲା। ସଭ୍ୟ ନିଜ ରୋଷଇ ଘରେ ଜିଲାପି ତିଆରି କରୁଥିବାର ନଜର ଆସୁଛନ୍ତି । ହଁ, ଆପଣ ଯାହା ଶୁଣୁଛନ୍ତି ଠିକ୍। ଯେତେବେଳେ କି ଆମମାନଙ୍କ ମଧ୍ୟରୁ କେତେ ଜଣ ରୋଷେଇ ଘରେ ଜିଲାପି ତିଆରି କରିବାକୁ ୧୦୦ଥର ଭାବିବା, ଏଠାରେ କିନ୍ତୁ ଏହି ୭ ବର୍ଷୀୟ ଛୁଆଟି ଯିଏ କି ରୋଷେଇ ଘରେ ନିଜ ହାତର ଯାଦୁ ଦେଉଛନ୍ତି।

ସଭ୍ଯ କୌଣସି ବଡ଼ ପାତ୍ରରେ ରୋଷଇ ରାନ୍ଧନ୍ତି ନାହିଁ। ସେ ବହୁ କୁନି କୁନି ପାତ୍ରରେ ରୋଷଇ କରିଥାନ୍ତି। ଜଲେବି ତିଆରି କରିବା ପାଇଁ ମଧ୍ୟ ସେ ଛୋଟ ପାତ୍ରର ବ୍ଯବହାର କରିଥିଲେ। ପ୍ରଥମେ ସେ ଚିନି ସିରଫ ଏବଂ ପରେ ଅଳ୍ପ ପରିମାଣରେ ଜଲେବି ପ୍ରସ୍ତୁତ ପାଇଁ ଘୋଳ ପ୍ରସ୍ତୁତ କଲେ। ତା’ପରେ ସେ ବଟାକୁ ଏକ କୋନ ଭିତରେ ଭର୍ତି କରି ଛୋଟ ଛୋଟ ଜିଲାପି ସବୁ ତିଆରି କଲେ। ରୋଷେଇ ପ୍ରସ୍ତୁତ କରିବା ସମୟରେ ତାଙ୍କ କାଳ କହିବା ଶୈଳୀ ଖୁବ୍ ନିଆରା।

ତେବେ ଭିଡିଓରେ ଦେଖିବାକୁ ମିଳୁଛି ଯେ, ସେ ଜିଲାପି ର ପ୍ରସ୍ତୁତି ପ୍ରଣାଳୀକୁ ସଠିକ୍ ଭାବେ ଅନୁକରଣ କଲେ ଏବଂ ଶେଷରେ ଖୁବ୍ ସୁନ୍ଦର ଜିଲାପି ପ୍ରସ୍ତୁତ କଲେ । ଛୋଟ ପିଲାଟିର ରୋଷେଇ ଷ୍ଟାଇଲ୍ ଏବେ ଇଣ୍ଟରନେଟ୍ ଖୁବ୍ ଭାଇରାଲ ହେବା ସହ ସଭିଏଁ ପ୍ରଶଂସା କରୁଛନ୍ତି। କମେଣ୍ଟ ବକ୍ସରେ ଖୁବ୍ ଚମତ୍କାର, ବହଚତ ବଢିଆ ପରି, ଟେଷ୍ଟି, ଓ୍ୱା ଭଳି ଶବ୍ଦ ଗୁଡ଼ିକ ପୂର୍ଣ୍ଣ ହୋଇଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.