ବେଲୁନ୍‌କୁ ସ୍ତ୍ରୀଠୁ ବି ଅଧିକ ଭଲ ପାଆନ୍ତି ଏହି ବ୍ୟକ୍ତି, କୁହନ୍ତି- ଏହାକୁ ଛୁଇଁଲେ ଦେହ ଶିହରି ଉଠେ

ବର୍ତ୍ତମାନ ଦୁନିଆ ଆଧୁନିକ ହୋଇଯାଇଛି। ଫଳରେ ଲୋକମାନେ ସ୍ୱାଧୀନଭାବେ ନିଜର ମନର କଥାକୁ ସମସ୍ତଙ୍କ ସାମ୍ନାରେ ରଖି ପାରୁଛନ୍ତି। ସେମିତି କିଛି ହୋଇଛି ୭୧ ବର୍ଷୀୟ ଜୁଲିୟସ୍‌ଙ୍କ ସହ। ଜୁଲିୟସ୍‌ଙ୍କୁ ବେଲୁନ୍‌ ଏମିତି ପସନ୍ଦ ଆସିଛି ଯେ ସେ ସେଥିପାଇଁ ସ୍ତ୍ରୀକୁ ବି ଛାଡ଼ି ଦେଇଛନ୍ତି। ଜୁଲିୟସ୍‌ ବେଲୁନ୍‌କୁ ପ୍ରେମିକା ଭଳି ପସନ୍ଦ କରୁଛନ୍ତି ଓ ଭଲ ପାଉଛନ୍ତି। ତାଙ୍କ କହିବାନୁସାରେ, ଯେତେବେଳେ ସେ ବେଲୁନ୍‌କୁ ଗେଲ କରନ୍ତି ତାଙ୍କୁ ସ୍ୱର୍ଗ ଭଳି ଅନୁଭବ ହୋଇଥାଏ।

୨୦୧୩ରେ ଜୁଲିୟସ୍‌ ଟିଭି ଚ୍ୟାନେଲର ଏକ ଶୋ’ରେ ସାମିଲ ହୋଇ ନିଜର ଏହି ଅଜବ ଅଭ୍ୟାସ ବିଷୟରେ କହିଥିଲେ। ଜୁଲିୟସ୍‌ କହିଥିଲେ, ବୃଦ୍ଧାବସ୍ଥାରେ ଉପନୀତ ହୋଇଥିଲେ ବି ତାଙ୍କୁ ବେଲୁନ୍‌ ବହୁତ ପସନ୍ଦ। ବେଲୁନ୍‌କୁ ସେ ନିଜ ସ୍ତ୍ରୀଠାରୁ ବି ଅଧିକ ପସନ୍ଦ କରନ୍ତି ଓ ଭଲ ପାଆନ୍ତି। ଏଣୁ ସେ ଘରେ ଶତାଧିକ ବେଲୁନ୍‌ ରଖିଛନ୍ତି।

Balloon Love2
Image Credit: Daily Mail

ସବୁଠୁ ମଜା କଥା ହେଉଛି, ତାଙ୍କ କହିବାନୁସାରେ ସେ ବେଲୁନ୍‌କୁ ଚୁମା ଦେଲା ବେଳେ ଏକ୍ସାଇଟେଡ୍‌ ହୋଇଯାଆନ୍ତି। ଜଣେ ପୁରୁଷ ମହିଳାଙ୍କୁ ଛୁଇଁଲେ ଯେମିତି ଅନୁଭବ କରେ ସେ ବେଲୁନ୍‌କୁ ଛୁଇଁଲେ ସେମିତି ଅନୁଭବ କରନ୍ତି ବୋଲି କହିଛନ୍ତି। ବେଲୁନ୍‌କୁ ଦେଖିବା ମାତ୍ରେ ତାଙ୍କ ମନ ଆଉ କେଉଁଠି ଲାଗେନି। ତାଙ୍କୁ ୪ ବର୍ଷ ହୋଇଥିବା ବେଳେ ସେ ହସ୍ପିଟାଲରେ ଆଡମିଟ୍‌ ହୋଇଥିଲେ। ସେତେବେଳେ ତାଙ୍କ ମା’ ତାଙ୍କୁ ପ୍ରଥମେ ଏକ ବେଲୁନ୍‌ ଦେଇଥିଲେ। ସେବେଠାରୁ ସେ ବେଲୁନ୍‌ ସଂଗ୍ରହ କରୁଛନ୍ତି। ଜୁଲିୟସ୍‌ଙ୍କ କହିବାନୁସାରେ, ୨୦୧୩ ମସିହା ବେଳକୁ ତାଙ୍କ ପାଖରେ ୫୦ ହଜାରରୁ ଅଧିକ ବେଲୁନ୍‌ ଥିଲା। ତେବେ ଜୁଲିୟସ୍‌ଙ୍କର ଏହି ପ୍ରେମକୁ କେହି ପାଗଳାମୀ କହୁଥିବା ବେଳେ ଆଉ କିଛି ପ୍ରକୃତ ପ୍ରେମ ବୋଲି କହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.