ସ୍ପେଶାଲ

୬ ବର୍ଷ ପରିଶ୍ରମ କରି ୭୨ ବର୍ଷୀୟ ବ୍ୟକ୍ତି ତିଆରି କଲେ ‘ଘୂର୍ଣ୍ଣୟମାନ ଘର’, ଦିନସାରା ସ୍ତ୍ରୀଙ୍କୁ ଦେଖାଇ ଥାଆନ୍ତି ବିଭିନ୍ନ ପ୍ରକାରର ଦୃଶ୍ୟ

ବିଭିନ୍ନ ପ୍ରକାର ଲୋକେଶନକୁ ଦେଖିବା ପାଇଁ ଆପଣ ଅନେକ ଲୋକଙ୍କୁ ଭ୍ୟାନ୍‌ରେ ହିଁ ଘର ତିଆରି କରୁଥିବାର ଦେଖିଥିବେ। କିନ୍ତୁ ଏମିତି ଘଟଣା କେବେ ବି ଦେଖି ନ ଥିବେ ଯେ କେହି ନିଜ ଘରକୁ ହିଁ ଘୂର୍ଣ୍ଣୟମାନ କରି ଦିଅନ୍ତି। ବୋସ୍ନିଆରେ ରହୁଥିବା ୭୨ ବର୍ଷୀୟ ଜଣେ ବୃଦ୍ଧ ବ୍ୟକ୍ତି ଭୋଜିନ୍‌ କ୍ୟୁସିକ ଏବେ ନିଜ ସ୍ତ୍ରୀଙ୍କ ଇଚ୍ଛା ପୂରଣ ପାଇଁ ଏମିତି ଏକ ଘର ବନାଇଛନ୍ତି, ଯାହା ଖୋଦ୍‌ ନିଜ ଦିଗ ବଦଳାଇ ପାରିଥାଏ। ଏହି ଘର ବୋସ୍ନିଆ ନିକଟ ସରବ୍ୟାକ୍‌ ସହରରେ ତିଆରି ହୋଇଛି। ଘରର ଖାସିୟତ ହେଉଛି, ଏହା ନିଜ ଅକ୍ଷ ଚାରିପଟେ ଘୂରି ପାରିଥାଏ। ଏହି ଘରକୁ ଭୋଜିନ୍‌ ନିଜେ ତିଆରି କରିଛନ୍ତି। ସେ ଏହାକୁ ଏମିତି ଏକ ଜାଗାରେ ତିଆରି କରିଛନ୍ତି, ଯେଉଁଠି ଘରର ଦିଗ ବଦଳିଲେ ସାମ୍ନାରେ ମକ୍କା କ୍ଷେତ, ପଡ଼ିଆ, ଜଙ୍ଗଲ ଏବଂ ନଦୀର ଦୃଶ୍ୟ ଘର ଭିତରୁ ଦେଖା ଯାଇଥାଏ।

ସ୍ତ୍ରୀଙ୍କ ଅଭିଯୋଗରେ ରାଗିଯାଇ ବନାଇଥିଲେ ଘର

ଭୋଜିନ୍‌ କ୍ୟୁସିକ ୬ ବର୍ଷର କଠିନ ପରିଶ୍ରମ ପରେ ଏହି ନିଆରା ଘର ପ୍ରସ୍ତୁତ କରିଛନ୍ତି। ଏକ ନ୍ୟୁଜ୍‌ ଏଜେନ୍ସିକୁ ସେ କହିଛନ୍ତି କି, ସେ ତାଙ୍କ ସ୍ତ୍ରୀଙ୍କୁ ସବୁବେଳେ ଘରର ସେଟିଙ୍ଗ୍‌ ବଦଳାଉଥିବାର ଦେଖୁଥିଲେ। ସେ ତାଙ୍କର ବିଭିନ୍ନ ପ୍ରକାର ଅଭିଯୋଗରେ ରାଗି ଯାଇଥିଲେ। ଏମିତିରେ ଗୋଟିଏ ଦିନ ନିଷ୍ପତ୍ତି ନେଲେ କି, ସ୍ତ୍ରୀଙ୍କ ପାଇଁ ଏଭଳି ଘର ବନାଇବେ, ଯାହାକୁ ନିଜ ଇଚ୍ଛା ମୁତାବକ ଶିଫ୍ଟ କରାଯାଇ ପାରିବ। ଏବେ କ୍ୟୁସିକଙ୍କ ଦ୍ୱାରା ବନାଯାଇଥିବା ଘର ନିଜ ଅକ୍ଷ ଚାରିପଟେ ପୂରା ଚକ୍କର ଲଗାଇ ପାରିବ। ଯଦି ଚାହିଁବେ, ଏହା ୨୪ ଘଣ୍ଟାରେ ଗୋଟିଏ ଚକ୍କର ପୂରା କରିବ ଏବଂ ୨୨ ସେକେଣ୍ଡରେ ମଧ୍ୟ ବୁଲି ପାରିବ।

photo: sea.mashable.com

୬ ବର୍ଷରେ ବନାଇ ଦେଲେ ଘର

କ୍ୟୁସିକ କୁହନ୍ତି କି, ସେ ସର୍ବିୟାନ ଆମେରିକାନ୍‌ ଆବିଷ୍କାରକ ନିକୋଲା ଟେସ୍‌ଲା ଓ ମିହାଜ୍‌ଲୋ ପୁପିନ୍‌ଙ୍କଠାରୁ ପ୍ରେରଣା ପାଇଥିଲେ, ଯେଉଁମାନେ ନିଜ ଜିନିଷଗୁଡ଼ିକୁ ନିଜେ ହିଁ ବନାଇ ଥାଆନ୍ତି। ସେ କୁହନ୍ତି, ଏହା କୌଣସି ଆବିଷ୍କାର ନୁହେଁ, ବରଂ ଏଥିପାଇଁ ଜ୍ଞାନ ଓ ଇଚ୍ଛାଶକ୍ତିର ଆବଶ୍ୟକତା ରହିଥାଏ। ତାଙ୍କ ପାଖରେ ଜ୍ଞାନ ସହିତ ସମୟ ମଧ୍ୟ ଥିଲା। ଏଥିପାଇଁ ସେ ୬ ବର୍ଷରେ ଏହି କମାଲ କରି ଦେଖାଇଥିଲେ। ଏହି ଘର ଭୂମିକମ୍ପରେ ମଧ୍ୟ ସୁରକ୍ଷିତ ରହିବ।

ତେବେ ଘର ତିଆରି ସମୟରେ କ୍ୟୁସିକଙ୍କୁ ହାର୍ଟ ପ୍ରୋବ୍ଲେମ୍‌ ହୋଇଥିଲା, ତ ଡାକ୍ତରମାନଙ୍କୁ ସେ କହିଥିଲେ କି, ଅତି କମ୍‌ରେ ଗୋଟିଏ ବର୍ଷ ତାଙ୍କୁ ବଞ୍ଚାଇ ରଖନ୍ତୁ। କାହିଁକିନା, ଏହି ଘରକୁ ତାଙ୍କ ବ୍ୟତୀତ ଆଉ କେହି ପୂରା କରି ପାରିବେ ନାହିଁ। ଘରକୁ ନିଜ ଆବଶ୍ୟକତା ହିସାବରେ ଦ୍ରୁତ କିମ୍ବା କମ୍‌ ଗତି ଦିଆଯାଇ ପାରିବ। ଏହାର କଣ୍ଟ୍ରୋଲ ଆଇଫୋନର ଏକ ଆପ୍‌ରେ ରହିବ।

Roshni

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

22 seconds ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

9 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

25 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

34 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

42 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

59 mins ago