ହନୁମାନ ଚାଳିଶା ପଛରେ ଲୁଚି ରହିଛି ସ୍ବାସ୍ଥ୍ଯ ସହ ଜଡିତ ୭ଟି ରହସ୍ଯ, ଜାଣନ୍ତୁ କ’ଣ?

ପ୍ରଭୁ ବଜରଙ୍ଗବଲୀ ଅଜର-ଅମର। ସେ ସର୍ବଦା ନିଜ ଭକ୍ତମାନଙ୍କ ଉପରେ କୃପା ରଖିବା ସହ ଭକ୍ତମାନଙ୍କର ପ୍ରତ୍ଯେକ ଇଛାକୁ ପୂରଣ କରିଥାନ୍ତି। କୁହାଯାଇଥାଏ ଯେଉଁଠାରେ ରାମ କଥା ହୋଇଥାଏ ସେଠାରେ କୌଣସି ନା କୌଣସି ରୂପରେ ପ୍ରଭୁ ବଜରଙ୍ଗବଲୀ ଉପସ୍ଥିତ ରହିଥାନ୍ତି। ହନୁମାନଙ୍କ ମହିମା ଦେଖିବା ପରେ ଭକ୍ତ ତୁଳସୀ ଦାସ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ହନୁମାନ ଚାଳିଶା ଲେଖିଥିଲେ। ପ୍ରତ୍ଯେକ ଦିନ ହନୁମାନ ଚାଳିଶା ପାଠ କରିବା ଦ୍ବାରା ଆମ ଜୀବନରେ ପ୍ରତ୍ଯେକ ଦୁଃଖ-ଯନ୍ତ୍ରଣା ଦୂର ହୋଇଥାଏ। ଆମେ ପ୍ରତ୍ଯେକ ଶଙ୍କଟରୁ ଦୂରେଇ ରହିପାରିବା। ଏଥିସହ ହନୁମାନ ଚାଳିଶାରେ ଆମ ଶରୀରକୁ ସଦା ସୁସ୍ଥ ରଖିବାର ରହସ୍ଯ ମଧ୍ଯ ଲୁଚି ରହିଛି, ଯାହା ଆଜି ଆମେ ଆପଣଙ୍କୁ କହିବୁ।

bajarangabali-ପ୍ରଭୁ ବଜରଙ୍ଗବଲୀଙ୍କୁ ବଳ, ବୁଦ୍ଧି ଏବଂ ବିଦ୍ଯାର ଦାତା କୁହାଯାଇଥାଏ। ଏହିକାରଣରୁ ପ୍ରତିଦିନ ହନୁମାନ ଚାଳିଶା ପାଠ କରିବା ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ।

-ପ୍ରତିଦିନ ହନୁମାନ ଚାଳିଶା ପାଠ କରିବା ଦ୍ବାରା ଆଧ୍ଯାତ୍ମିକ ବଳ ବଢିଥାଏ। ଆଧ୍ଯାତ୍ମିକ ବଳ ଦ୍ବାରା ହିଁ ଆମେ ଜୀବନର ପ୍ରତ୍ଯେକ ସମସ୍ଯା ସହ ଲଢି ପାରିବା। ଏଥିସହ ଆଧ୍ଯାତ୍ମିକ ବଳ ସାହାରାରେ ଆମେ ଶାରୀରିକ ରୋଗ ଉପରେ ବିଜୟ ଲାଭ କରିପାରିବା।

-ହନୁମାନ ଚାଳିଶା ପାଠ ଆପଣଙ୍କୁ ପ୍ରତ୍ଯେକ ପ୍ରକାର ଭୟ ଏବଂ ଚିନ୍ତାରୁ ଦୂରେଇ ରଖିଥାଏ। ଏହିକାରଣରୁ ହନୁମାନ ଚାଳିଶା ଚୌପାଇରେ କୁହାଯାଇଛି-‘ସବ ସୁଖ ଲହେ ତୁମହାରୀ ସରନା, ତୁମ ରକ୍ଷକ କାହୁ କୋ ଡରନା।।’
ଏହାର ଅର୍ଥ ହେଉଛି, ଯିଏ ଆପଣଙ୍କ ଶରଣରେ ଆସିଥାଏ, ତାଙ୍କୁ ଆନନ୍ଦ ପ୍ରାପ୍ତ ହୋଇଥାଏ ଏବଂ ଯେତେବେଳେ ଆପଣ ରକ୍ଷକ ସାଜିଥାନ୍ତି ସେତେବେଳେ କାହାର ଡର ରହିନଥାଏ।

bajarangabali1-ପ୍ରତ୍ଯେକ ଦିନ ଶ୍ରଦ୍ଧା ଭାବ ପୂର୍ବକ ହନୁମାନ ଚାଳିଶା ପାଠ କରିବା ଦ୍ବାରା ସମସ୍ତ ରୋଗରୁ ମୁକ୍ତି ମିଳିଥାଏ।

-ସେହିଭଳି ଯଦି ଆପଣ ଜୀବନରେ ଶାରୀରିକ ସଙ୍କଟର ସାମ୍ନା କରୁଛନ୍ତି କିମ୍ବା ପାରିବାରିକ ଆର୍ଥିକ ସମସ୍ଯା ଦେଇ ଗତି କରୁଛନ୍ତି ତେବେ ହନୁମାନ ଚାଳିଶା ପାଠ କରନ୍ତୁ। କାରଣ ହନୁମାନ ଚାଳିଶା ପାଠ କରିବା ଦ୍ବାରା ଆଶାର କିରଣ ଜାଗ୍ରତ ହୋଇଥାଏ।

-ହନୁମାନ ଚାଳିଶା ପାଠ କରିବା ଦ୍ବାରା ଆମ ଘର, ମନ ଏବଂ ଶରୀରରୁ ନକାରାତ୍ମକ ପ୍ରଭାବ ଦୂର ହେବା ସହ ସକାରାତ୍ମକ ଶକ୍ତି ସଂଚାର ହୋଇଥାଏ।

-ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ଯେକ ଗ୍ରହର ଶରୀର ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡିଥାଏ। ଯେତେବେଳେ ଗ୍ରହର ଖରାପ ପ୍ରଭାବ ପଡିଥାଏ ସେତେବେଳେ ସେହି ଗ୍ରହ ସମ୍ବନ୍ଧିତ ରୋଗ ହୋଇଥାଏ। ଯେପରି ଶନିଙ୍କ କାରଣରୁ ନିଶ୍ବାସ ନେବାରେ ଟେ ହେବା, ଚନ୍ଦ୍ରଙ୍କ କାରଣରୁ ମାନସିକ ରୋଗ ଆଦି। ଏହିଭଳି ସମସ୍ତ ଗ୍ରହରୁ ରୋଗ ଉତ୍ପନ୍ନ ହୋଇଥାଏ। କିନ୍ତୁ ଯଦି ଆପଣ ନିୟମ ପୂର୍ବକ ହନୁମାନ ଚାଳିଶା ପାଠ କରନ୍ତି ତେବେ ଆପଣ ଗ୍ରହମାନଙ୍କ ଖରାପ ପ୍ରଭାବରୁ ମୁକ୍ତି ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.