ସ୍ପେଶାଲ

ପ୍ରେତ ବାଧା ନିବାରଣ ପାଇଁ ଆପଣାନ୍ତୁ ଏହି ୮ଟି ଉପାୟ, ପାଖ ମାଡ଼ିବେନି ଦୁଷ୍ଟ ଆତ୍ମା

ଘରେ କିମ୍ବା ଘର ଆଖପାଖରେ ଆପଣଙ୍କୁ କିଛି ଅଦ୍ଭୁତ ପ୍ରକାର ଅନୁଭବ ହେଉଛି କି? ବାହାରୁ କିଛି ଅଜବ ଶବ୍ଦ ଆସୁଛି କି? ତା’ହେଲେ ହୋଇଯାଆନ୍ତୁ ସାବଧାନ। ଏହା ହୋଇପାରେ ଭୂତପ୍ରେତଙ୍କ କାରନାମା। ଘର ଚାରିପାଖେ ବୁଲୁ ଥାଇପାରନ୍ତି ଦୁଷ୍ଟ ଆତ୍ମା। ଏଥିରୁ ମୁକ୍ତି ପାଇଁ ଆପଣଙ୍କୁ କିଛି ଉପାୟ ଆପଣାଇବାକୁ ପଡ଼ିବ। ଆସନ୍ତୁ ଜାଣିବା ସେ ବିଷୟରେ।

୧. ଘର ବାହାରେ କଳା ଘୋଡ଼ାର ନାଲ ଲଗାନ୍ତୁ। କୁହାଯାଏ, ଏମିତି କଲେ ଭୂତପ୍ରେତ ଆପଣଙ୍କ ଘର ଆଖପାଖରେ ଆଉ ଘୂରି ବୁଲିବେ ନାହିଁ।

୨. ଓଁର ଲକେଟ୍‌ କିମ୍ବା ରୁଦ୍ରାକ୍ଷ ମାଳା ଗଳାରେ ଧାରଣ କରନ୍ତୁ। ଘରର ମୁଖ୍ୟଦ୍ୱାରରେ ତ୍ରିଶୂଳ ଲଗାନ୍ତୁ।

୩. ମଥାରେ ଚନ୍ଦନ କିମ୍ବା ବିଭୂତିର ତିଳକ ଲଗାନ୍ତୁ ଏବଂ ହାତରେ ଡେଉଁରିଆ ବାନ୍ଧନ୍ତୁ।

୪. ରାତିରେ କୌଣସି ଏକ ଶୁଦ୍ଧ ବା ପବିତ୍ର ସ୍ଥାନରେ ଲବଙ୍ଗ ଏବଂ କର୍ପୂର ଜଳାନ୍ତୁ।

୫. ପ୍ରତିଦିନ ହନୁମାନ ଚାଳିଶା ପଢ଼ନ୍ତୁ ଏବଂ ହନୁମାନଙ୍କ ମନ୍ତ୍ର ଜପ କରନ୍ତୁ। ଏହାସହିତ ମଙ୍ଗଳବାର ଏବଂ ଶନିବାର ବଜରଙ୍ଗ ବାଣ ପାଠ କରନ୍ତୁ।

୬. କୁହାଯାଏ, ଦୀପାବଳି ଦିନ ଦୀପରୁ ବାହାରିଥିବା କାଜଲକୁ ଲଗାଇବା ଦ୍ୱାରା ଭୂତପ୍ରେତଙ୍କଠାରୁ ମୁକ୍ତି ମିଳିଥାଏ।

୭. ଗଣେଶଙ୍କ ମନ୍ଦିରରେ ଏକ ଗୁଆ ପ୍ରତିଦିନ ଅର୍ପଣ କରନ୍ତୁ। ଏହାସହିତ ଏକ ପାତ୍ରରେ ଗରିବଙ୍କୁ ଚାଉଳ ଦାନ କରନ୍ତୁ। ଏମିତି ଗୋଟିଏ ବର୍ଷ ଯାଏ କରନ୍ତୁ।

୮. ଦେବଦାରୁ ଗଛର ୭ଟି ପତ୍ରକୁ ମନ୍ଦିରରେ ପୂଜା କରିସାରିବା ପରେ ନିଜ ଘରର କୌଣସି ଏକ ପବିତ୍ର ସ୍ଥାନରେ ରଖନ୍ତୁ। ଯେତେବେଳେ ଏହା ଶୁଖିଯିବ, ସେତେବେଳେ ଏହାକୁ ଅଶ୍ୱତ୍‌ଥ ଗଛ ତଳେ ରଖି ଦିଅନ୍ତୁ। କୁହାଯାଏ, ଏମିତି କଲେ ପ୍ରେତ ବାଧା ଦୂର ହୋଇଥାଏ।

Roshni

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାମ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

32 seconds ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

2 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

6 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

8 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

13 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

21 mins ago