ମୁମ୍ବାଇ: ଫିଟ୍ ରହିବା ସୁସ୍ଥ ରହିବା। ଆଜିକାଲି ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଏହା ମୂଳମନ୍ତ୍ର ହୋଇପାରିଛି। ତେବେ ଫିଟନେସକୁ ନେଇ ସୋସିଆଲ ମିଡିଆ ଆମେ ଅନେକ ପ୍ରେରଣାଦାୟକ ଭିଡିଓ ଦେଖିଛେ। ଯେଉଁ ଭିଡିଓ ବହୁ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ତେବେ ପିଲାମାନଙ୍କଠାରୁ ବରିଷ୍ଠ ନାଗରିକ ପର୍ଯ୍ୟନ୍ତ ସମସ୍ତେ ଏବେ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଉଛନ୍ତି । କାରଣ ସ୍ୱାସ୍ଥ୍ୟ ହେଉଛି ଧନ। ଚାଲିବା, ଏବଂ ଜଗିଂ ଭଳି ବ୍ୟାୟାମ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିଛି। କେବଳ ଯୁବକ ନୁହଁନ୍ତି ବରିଷ୍ଠ ନାଗରିକମାନେ ମଧ୍ୟ ଏଥିରେ ସକ୍ରିୟ ସହଯୋଗ କରୁଛନ୍ତି । ନିକଟରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ୮୦ ବର୍ଷ ବୟସ୍କା ବୃଦ୍ଧା ଏକ ମାରାଥନରେ ଦୌଡି ସମସ୍ତଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ।୮୦ ବର୍ଷ ବୟସ୍କା ବୃଦ୍ଧାଙ୍କୁ ଏକ ସାଢୀରେ ଦୌଡୂଥିବାର ଦେଖି ସଭିଏଁ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ |
ବୃଦ୍ଧାଙ୍କ ନାତୁଣୀ ଡିମ୍ପଲ୍ ମେହେଟା ଫର୍ଣ୍ଣାଣ୍ଡିସ୍ ଇନଷ୍ଟାଗ୍ରାମରେ ତାଙ୍କ ‘ନାନି’ ଙ୍କ ଏହି ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ଲେଖାଥିଲା ଯେ ୮୦ ବର୍ଷିୟ ଭାରତୀ କିପରି ମାରାଥନ୍ ରେ ସାଢୀ ଓ ସ୍ନିକର୍ ପିନ୍ଧି ୪.୨ କିଲୋମିଟର ଦୌଡିଥିଲେ। ସେ ହାତରେ ଜାତୀୟ ପତାକା ଧରିଥିଲେ। ୫୧ ମିନିଟରେ ମାରାଥନ୍ ସମାପ୍ତ କରିଥିଲେ ବୃଦ୍ଧା ଜଣକ । ଭିଡିଓର କ୍ୟାପସନରେ ଲେଖାଥିଲା “ମୋର ୮୦ ବର୍ଷିୟ ନାନୀଙ୍କ ଦ୍ବାରା ଅନୁପ୍ରାଣିତ, ଯିଏ ଗତ ରବିବାର ଟାଟା ମାରାଥନ୍ ରେ ଭାଗ ନେଇଥିଲେ।
View this post on Instagram
ଭିଡିଓଟି ଏକ ସାକ୍ଷାତକାର ସହିତ ଶେଷ ହୋଇଛି । ଯେଉଁଠାରେ ସେ ଉଲ୍ଲେଖ କରିଛନ୍ତି ଯେ ସେ ପ୍ରତିଦିନ ମାରାଥନ୍ ଅଭ୍ୟାସ କରୁଥିଲେ ଏବଂ ପଞ୍ଚମ ଥର ପାଇଁ ସେ ଏହି ମାରାଥନ୍ ରେ ଭାଗ ନେଇଛନ୍ତି। ଦୌଡିବା ସମୟରେ ସେ କାହିଁକି ଜାତୀୟ ପତାକା ଧରିଥିଲେ ବୋଲି ପ୍ରଶ୍ନ ପଚରାଯିବାରୁ ସେ କହିଥିଲେ ଯେ ସେ ଜଣେ ଭାରତୀୟ ହୋଇଥିବାରୁ ଗର୍ବିତ ଏବଂ ଲୋକମାନେ ତାଙ୍କର ଜାତୀୟ ପରିଚୟ ବିଷୟରେ ଜାଣିବାକୁ ଚାହାଁନ୍ତି। ଯାହା ତାଙ୍କୁ ପରିଚିତ କରାଏ। ସେ ଭଲ ସ୍ୱାସ୍ଥ୍ୟ ପାଇଁ ଯୁବକମାନଙ୍କୁ ଚାଲିବାକୁ ପରାମର୍ଶ ଦେଇଛନ୍ତି।
ଏହି ଭିଡିଓ ଭାଇରାଲ ହେବା ପରେ ୟୁଜର୍ସମାନେ ଏହାକୁ ଖୁବ୍ ପସନ୍ଦ କରିବା ସହିତ ସକରାତ୍ମକ ପ୍ରତିକ୍ରିୟାରେ କମେଣ୍ଟ ବକ୍ସ ଫୁଲ୍ କରିଦେଇଛନ୍ତି । ଜଣେ ଅଭିନେତା କମେଣ୍ଟ ଦେଇଛନ୍ତି, “ନାନୀଙ୍କୁ ଅଭିନନ୍ଦନ। ବହୁତ ଭଲ କରୁଛନ୍ତି। ଏସବୁ ଜାରି ରଖନ୍ତୁ” “ଯୁବ ପିଢୀଙ୍କ ପାଇଁ ପ୍ରେରଣା” ।