ରୋଗୀଣା ପତ୍ନୀଙ୍କୁ ଭେଟିବା ପାଇଁ ମିଳିଲାନି ଅନୁମତି, ଶେଷରେ ମଝିରାସ୍ତାରେ ବୃଦ୍ଧ ନେଲେ ସଂଗୀତର ସାହାରା…….

ସଂଗୀତକୁ ପ୍ରେମର ଭାଷା ଭାବରେ ଧରାଯାଏ । ବିଶ୍ୱାସ କରାଯାଏ କି ଲୋକଙ୍କୁ ଯୋଡି ରଖିବାରେ ଏହା ହେଉଛି ସର୍ବୋତ୍କୃଷ୍ଟ ମାଧ୍ୟମ । ଅନ୍ୟପକ୍ଷରେ ଏକ ଭଲ ମ୍ୟୁଜିକ ଲୋକଙ୍କୁ ଏକ ପ୍ରକାର ମାନସିକ ଶାନ୍ତି ଦେଇଥାଏ । ନିଜ ଭାବନା ଗୁଡିକୁ ବି ଖୁବ ସରଳ ତଥା ସାବଲୀଳ ଭାବରେ ସଂଗୀତ ମାଧ୍ୟମରେ ହିଁ ଜାହିର କରିହୁଏ । ଏହି ସଂଗୀତ ସହିତ ଜଡିତ ଏକ ଭିଡିଓ ଇଣ୍ଟରନେଟରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଲୋକ ମାନେ ବି ଏହି ଭିଡିଓ ଟିକୁ ବହୁଳ ମାତ୍ରାରେ ପସନ୍ଦ କରୁଥିବା ମଧ୍ୟ ଜଣାଯାଇଛି । ଅନେକଙ୍କ ହୃଦୟକୁ ମଧ୍ୟ ଖୁବ ଜିଣିଛି ଏହି ଭିଡିଓ । ପ୍ରକୃତରେ ଘଟଣାଟି ଘଟିଛି ଇଟାଲୀର କଷ୍ଟାଲ ସହରରେ । ଏଠାକାର ଜଣେ ବୟସ୍କ ବ୍ୟକ୍ତିଙ୍କ ପତ୍ନୀ ଚିକିତ୍ସା ନେଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଏହି ସମୟରେ ବୃଦ୍ଧ ଜଣଙ୍କୁ ନିଜ ପତ୍ନୀଙ୍କୁ ଭେଟିବା ନେଇ ଅନୁମତି ମିଳିନଥିଲା । ଫଳରେ ନିଜ ପତ୍ନୀଙ୍କ ନିକଟରେ ନିଜ ହୃଦୟର ଭାଷାକୁ ପହଂଚାଇବା ପାଇଁ ରାସ୍ତା ଉପରେ ଆର୍କରାଡିୟାନ “ବାଦ୍ୟ ଯନ୍ତ୍ର” ବଜାଇବା ଆରମ୍ଭ କରି ଦେଇଥିଲେ ।

ବ୍ୟକ୍ତିଙ୍କ ଅନୁଯାୟୀ, ଏହି ବ୍ୟକ୍ତି ଜଣଙ୍କ ବୟସ ୮୧ ବର୍ଷ ହେବ । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ତାଙ୍କ ରୋଗୀଣା ପତ୍ନୀଙ୍କ ସହ ଭେଟିବା ନେଇ ତାଙ୍କୁ ଅନୁମତି ନ ମିଳିବାରୁ ସେ ଏପରି କରିବା ଆରମ୍ଭ କରିଥିଲେ । ତାଙ୍କୁ ନେଇ ଭାଇରାଲ ହୋଇଥିବା ଭିଡିଓ ଟିରେ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ ମଝି ରାସ୍ତାରେ ବୃଦ୍ଧ ଜଣଙ୍କ ନିଜ ପତ୍ନୀଙ୍କୁ ମନେ ପକାଇ ଏକ ଚୌକି ଉପରେ ବସି ଆର୍କରାଡିୟାନ ବଜାଉଛନ୍ତି । ଆଉ ଏହି ସମୟରେ ତାଙ୍କ ନଜର କେବଳ ମାତ୍ର ପତ୍ନୀ ଥିବା ହସ୍ପିଟାଲ ରୁମର ଝରକା ଉପରେ ହିଁ ରହିଛି । ଚେହେରାରେ ଏକ ମାସ୍କ ପିନ୍ଧିଥିବା ବେଳେ ମୁଣ୍ଡରେ ଏକ ଟୋପି ପିନ୍ଧିଛନ୍ତି । ଆଉ ଏହି ବୟସରେ ବି ଖୁବ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି । ଆଉ ଏହାକୁ ଫେସବୁକ ଆକାଉଣ୍ଟରେ ଭାଲେରିଓ ମାରାଙ୍ଗନ ନାମକ ଜଣେ ବ୍ୟକ୍ତି ସେୟାର କରିଛନ୍ତି । ଆଉ ସେୟାର କରିବା ମାତ୍ରେ ଏହାକୁ ହଜାର ହଜାର ଲାଇକ୍ସ ମିଳିଥିବା ବେଳେ ଶହ ଶହ ଥର ସେୟାର କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.