ବିନା ଛୁଟିରେ ୮୨ ବର୍ଷର ମହିଳା ଏବେ ମଧ୍ୟ ସମ୍ଭାଳୁଛନ୍ତି ରାସ୍ତାରେ ଟ୍ରାଫିକ୍

ଛୋଟ ପିଲାଙ୍କୁ ସ୍କୁଲ ସାମ୍ନାରେ କରୁଛନ୍ତି ରାସ୍ତା ପାର

ଯଦି କିଛି କରିବାର ଇଚ୍ଛା ଅଛି, ତା ପାଇଁ ଟଙ୍କା ପଇସା କଣ, ବୟସ ବି ପ୍ରତିବନ୍ଧକ ସାଜି ପାରିବନି । ମହାରାଷ୍ଟ୍ର ପୁନେର ଜଣେ ମହିଳା ଅଛନ୍ତି ଯାହାଙ୍କ ସାମ୍ନାରେ ବୟସ ଏକ ସଂଖ୍ୟା ସାବ୍ୟସ୍ତ ହୋଇଛି। ଜାଣି ଆଶ୍ଚର୍ଯ୍ୟ ହେବେ, ପାଖାପାଖି ୮୨ ହେବ ଏହି ବୃଦ୍ଧା, ରାସ୍ତାରେ ଟ୍ରାଫିକ କଣ୍ଟ୍ରୋଲ କରୁଛନ୍ତି ।

traffic

ଆଜି ବି ତନ୍ଦୁରୁସ୍ତ ଅଛନ୍ତି ମହାରାଷ୍ଟ୍ର ପୁଣେର ପ୍ରଭା ନେନେ। ପ୍ରଭାଙ୍କ କାମ ହେଲା ଟ୍ରାଫିକ କଣ୍ଟୋଲ କରିବା । ଆଶ୍ଚର୍ଯ୍ୟ ହେବେ ପାଖାପାଖି ୧୮ ବର୍ଷ ହେବ ଏହି ମହିଳା, ଛୋଟ ପିଲାଙ୍କ ସ୍କୁଲ ଆଗରେ କରୁଛନ୍ତି ଟ୍ରାଫିକ କଣ୍ଟ୍ରୋଲ । ସ୍କୁଲ ପାଖରେ ଯେମିତି ଜାମ ନ ହେବ, ପିଲାଙ୍କୁ ସ୍କୁଲକୁ ଆସିବେଳେ ରାସ୍ତାରେ ଯେମିତି ସମସ୍ୟା ନହେବ ସେନେଇ ପ୍ରଭା ତାଙ୍କର ଡ୍ୟୁଟି କରନ୍ତି ।

ସକାଳର ୭ଟା ହେବା ମାତ୍ରେ, ନିଜ କାର ଧରି କାମରେ ବାହାରି ପଡ଼ନ୍ତି ପ୍ରଭା ନେନେ । ହାତରେ ହ୍ଵିସିଲ ନେଇ ଛିଡା ହୋଇପଡନ୍ତି ରାସ୍ତା ମଝିରେ। ଗୋଟିଏ ଦିନରେ ତିନୋଟି ଜାଗାକୁ ଯାଇ ଟ୍ରାଫିକ ପରିଚାଳନା କରନ୍ତି ସେ। ୨୦୦୦ ମସିହାରୁ ଆରମ୍ଭ କରି ଆଜି ପର‌୍ୟ୍ୟନ୍ତ ପ୍ରାୟ ୧୮ ବର୍ଷ ହେବ ସ୍କୁଲ ଗେଟ ଭଲ୍ୟୁଣ୍ଟିୟର ସ୍କିମ ଜରିଆରେ ଏହି କାମ କରି ଆସୁଛନ୍ତି ପ୍ରଭା । ସ୍କୁଲ ଖୋଲିବା ଓ ବନ୍ଦ ହେବାବେଳେ ଟ୍ରାଫିକ ନିୟନ୍ତ୍ରଣ କରିଥାନ୍ତି । ବଡ କଥା ପ୍ରଭା ଆଜି ଯାଏ ଛୁଟି ନେଇ ନାହାନ୍ତି ।

traffice

ପ୍ରଭାଙ୍କ ଯୋଗୁଁ ଆଜି ଏହି ସ୍କୁଲ ମାନଙ୍କ ଆଗରେ ଟ୍ରାଫିକ ସମସ୍ୟାରେ ସୁଧାର ଆସିପାରିଛି । ସ୍କୁଲ ବାହାର ଟ୍ରାଫିକ ପରିଚାଳନାକୁ ଦେଖି ପିଲାଙ୍କ ଅଭିଭାବକ ବି ବେଶ ଖୁସି । ପ୍ରଭାଙ୍କୁ ସେମାନେ ଢେର ପ୍ରଶଂସା କରନ୍ତି । ଟ୍ରାଫିକ ନିୟମକୁ ପାଳନ କରିବା ଦରକାର ବୋଲି ପ୍ରଭା ସମସ୍ତଙ୍କୁ ସୂଚନା ଦେଇଥାନ୍ତି। ଯେଉଁଥିରୁ ସଡକରେ ହେଉଥିବା ଦୁର୍ଘଟଣା କମ ହେବା ସହ ଲୋକ ସଠିକ୍ ଭାବେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରନ୍ତି।

traffic_women

ପ୍ରଭାଙ୍କ ସଉକ ଡ୍ରାଇଭିଂ କରିବା । ତାଙ୍କ ପାଖରେ ଗୋଟିଏ ପୁରୁଣା ଭେସପା ସ୍କୁଟି ସହ ଅନେକ ନୂଆ ପୁରଣା ଗାଡି ଅଛି । ନିଜଠୁ ଅଧିକ ସେ ଗାଡିମାନଙ୍କ ଯତ୍ନ ନିଅନ୍ତି । ନିଜେ ସଫା କରନ୍ତି ଆଉ ମରାମତି ବି କରନ୍ତି। ପ୍ରଭା ଅନେକ ରାଲି ଓ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇ ପୁରସ୍କାର ପାଇଛନ୍ତି । ଏକଦା ପ୍ରଭା ଏକ ରାଲିରେ ଭାଗ ନେଇ ୮୯୬ କିଲୋମିଟର ଅତିକ୍ରମ କରିଥିଲେ । ତା ବି ତାଙ୍କର ଭେସପା ସ୍କୁଟିରେ । ଟ୍ରାଫିକ କଣ୍ଟ୍ରୋଲ ଜବ ସାରିବା ପରେ ବିଦର୍ଭରୁ ମରାଠାଓ୍ଵାଡା ଏକ ଲଙ୍ଗ ଡ୍ରାଇଭରେ ଯିବାକୁ ଇଚ୍ଛା ରଖିଛନ୍ତି ପ୍ରଭା । ସତରେ ଏହି ବୟସରେ ପ୍ରଭା ନେନେଙ୍କ ଯୋଶକୁ ତାରିଫ୍ କରିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like