ଭାରତରେ କେବେ ଲାଗୁ ହୋଇଥିଲା ପ୍ରଥମ ବେତନ ଆୟୋଗ…ତେବେ କେତେଟଙ୍କା କର୍ମଚାରୀଙ୍କୁ ମିଳୁଥିଲା?

କେନ୍ଦ୍ର ସରକାରରେ ଏକ କୋଟିରୁ ଅଧିକ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଅଛନ୍ତି । ଏହି କର୍ମଚାରୀମାନେ ଅଷ୍ଟମ ବେତନ ଆୟୋଗ ଗଠନ ପାଇଁ ଅପେକ୍ଷା କରିଛନ୍ତି । କର୍ମଚାରୀଙ୍କ ଦରମା ବୃଦ୍ଧି ସମ୍ପର୍କରେ ଅଷ୍ଟମ ବେତନ ଆୟୋଗ ସରକାରଙ୍କୁ ସୁପାରିଶ ଦାଖଲ କରିଛନ୍ତି । କର୍ମଚାରୀଙ୍କ ସୁପାରିଶ ଜାନୁୟାରୀ ୨୦୨୬ ରୁ ଅଷ୍ଟମ ବେତନ ଆୟୋଗରେ ଦାଖଲ କରାଯାଇପାରିବ । ତେବେ ଜାନୁଆରୀ ୧୯୪୬ ରେ ପ୍ରଥମ ବେତନ ଆୟୋଗ ଗଠନ କରାଯାଇଥିଲା ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଅଷ୍ଟମ ବେତନ ଆୟୋଗ ଗଠନ ପରେ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଉପକୃତ ହେବେ । ଅଷ୍ଟମ ବେତନ ଆୟୋଗ ଗଠନ ସହିତ ମୋଟ ୪୯ ଲକ୍ଷ ସରକାରୀ କର୍ମଚାରୀ ଏବଂ ୬୮ ଲକ୍ଷ ପେନସନଭୋଗୀଙ୍କ ଦରମା ବୃଦ୍ଧି ହୋଇପାରେ । ଏକ ରିପୋର୍ଟରେ କୁହାଯାଇଛି ଯେ ଫିଟମେଣ୍ଟ ଫ୍ୟାକ୍ଟରକୁ ୩.୬୮ ଥର ସେଟ୍ କରାଯାଇପାରିବ । ସରକାରୀ କର୍ମଚାରୀଙ୍କ ବେତନରେ ଫିଟମେଣ୍ଟ ଫ୍ୟାକ୍ଟର୍ ପ୍ରୟୋଗ କରିବା ପରେ ଯାହାର ଦରମା ୧୮,୦୦୦ ଟଙ୍କା । ଏଥିପାଇଁ ଏହି ବୃଦ୍ଧି ଦ୍ୱାରା ସେମାନଙ୍କ ଦରମା ୮,୦୦୦ ଟଙ୍କା ବୃଦ୍ଧି ହୋଇପାରେ ଏବଂ ମୋଟ ଦରମା ୨୬,୦୦୦ ଟଙ୍କା ହୋଇପାରେ ।
ବେତନ ଆୟୋଗ କଣ, ଏହା କେବେ ଆରମ୍ଭ ହୋଇଥିଲା ? ସରକାରୀ କର୍ମଚାରୀଙ୍କର ସାଲାରୀ କେତେ ବୁଦ୍ଧି ହୋଇଥିଲା । ବେତନ ଆଯୋଗ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠନ କରଯାଇଥିବା ଏକ କମିଟି ଅଟେ । ଯାହାକି କେନ୍ଦ୍ର ସରକାରଙ୍କ କର୍ମଗାରୀଙ୍କ ସାଲାରୀ ଷ୍ଟକଚରର ସମୀକ୍ଷା କରିଥାଏ । ଏବେ ଏଥିରେ ପରିବର୍ତନ କରିବାକୁ ସୁପାରିଶ କରିଥାଏ । ଏହାସହ କର୍ମଚାରୀ ମାନଙ୍କର ବୋନସ, ଭତ୍ତା, ସାଲାରୀ ଏହା ସହ ଅନ୍ୟ ଲାଭର ସମୀକ୍ଷା କରିଥାଏ । ଏ ସମସ୍ତ ସୁପାରିଶ କେନ୍ଦ୍ରୀୟ କର୍ମଚାରୀଙ୍କ ଦ୍ୱାରା ହୋଇଥାଏ । ପେନସନରେ ମଧ୍ୟ ଲାଗୁ କରାଯାଇଥାଏ ।୧୦ ବର୍ଷରେ ବେତନ ଆଯୋଗ ଗଠନ କରାଯାଇଥାଏ ।
ସପ୍ତମ ବେତନ ଆୟୋଗରେ ୧୦ ବର୍ଷ ପରେ କେନ୍ଦ୍ର ସରକାର ନିଜ କର୍ମଚାରୀ ମାନଙ୍କୁ ଖୁସିଖବର ଦେଇଛନ୍ତି । କେନ୍ଦ୍ର ସରକାର ଅଷ୍ଟମ ବେତନକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଏହାକୁ ୨୦୨୬ରେ ଲାଗୁ କରାଯିବ । ଅଷ୍ଟମ ବେତନ ଲାଗୁ ହେବା ଫଳରେ କେନ୍ଦ୍ରିୟ କର୍ମଚାରୀଙ୍କ ବେତନ ବଢିବାର ସମ୍ଭାବନା ରହିଛି । ବିଶ୍ୱାସ କରାଯାଏ କି କର୍ମଚାରୀ ମାନଙ୍କର ବେସିକ ସାଲାରୀରେ ୧୮୬ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏବେ ବେସିକ ସାଲାରୀ ୧୮,୦୦୦ ଟଙ୍କା । ଯାହା ଅଷ୍ଟମ ବେତନ ଲାଗିବା ପରେ ୫୧,୪୮୦ ଟଙ୍କାକୁ ଅତିକ୍ରମ କରିବ ।
ବେତନ ଆୟୋଗ ହେଉଛି ଦେଶରେ ଏବେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ଗଠନ ହୋଇଥିବା କମିଟି । ଯାହାକି କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ନେଇ ସାଲାରୀ ଷ୍ଟକଚରର ସମୀକ୍ଷା କରିଥାଏ । ପ୍ରଥମ ବେତନ ଆଯୋଗ ମେ ମାସ ୧୯୪୬ ରୁ ୧୯୪୭ ମଧ୍ୟରେ ହୋଇଥିଲା । ଏହି ବେତନ ଆଯୋଗର ଅଧକ୍ଷ ଶ୍ରୀନିବାସ ବରଦାଚାର୍ଯ ଥିଲେ । ଏହି ବେତନ ଆଯୋଗ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ନ୍ୟୁନତମ ବେତନ ୫୫ ଟଙ୍କା ମାସରେ ଦେଉଥିଲେ । ଅଧିକରେ ୨୦୦୦ ଟଙ୍କା ମାସରେ ମିଳିବା ନେଇ ସୁପାରିଶ କରିଥିଲେ । ଯାହାର ଲାଭ ୧୫ ଲକ୍ଷ କର୍ମଚାରୀ ଙ୍କୁ ମିଳିଥିଲା ।
ଆସନ୍ତୁ ଜାଣିନେବା ଦେଶର ପ୍ରଥମ ବେତନ ଆୟୋଗ ୫୫ଟଙ୍କା ଦ୍ଵିତୀୟ ବେତନ ଆୟୋଗ ୮୦ ଟଙ୍କା ତୃତୀୟ ବେତନ ଆୟୋଗ ୧୯୬ ଟଙ୍କା ଚତୁର୍ଥ ବେତନ ଆୟୋଗ ୭୫୦ ଟଙ୍କା ପଞ୍ଚମ ବେତନ ଆୟୋଗ ୨୫୫୦ ଟଙ୍କା ଷଷ୍ଠ ବେତନ ଆୟୋଗ ୭୦୦୦ଟଙ୍କା ସପ୍ତମ ବେତନ ଆୟୋଗ ୧୮୦୦୦ ଟଙ୍କା ରହିଥିଲା ।