ପୃଥିବୀରେ ଘଟିବ ବଡ ପରିବର୍ତ୍ତନ, ଭୟ ବଢ଼ାଉଛି ଅଘୋରୀ ବାବାଙ୍କ ଚେତାବନୀ

ଅଘୋରୀ ବାବାଙ୍କ ଭବିଷ୍ୟବାଣୀ । ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ପ୍ରୟାଗରାଜ ମହାକୁମ୍ଭ ମେଳାରେ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଅଘୋରୀ ବାବାଙ୍କ ଭବିଷ୍ୟବାଣୀ ଶୁଣି ଭୟଭୀତ ହୋଇଯାଇଛନ୍ତି ଲୋକେ । ୯୫ ବର୍ଷୀୟ ଅଘୋରୀ ବାବା କାଳପୁରୁଷଙ୍କ ଭବିଷ୍ୟବାଣୀକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି ।
ମହାକୁମ୍ଭରେ ଦେଖିବାକୁ ମିଳିଛନ୍ତି ୯୫ ବର୍ଷୀୟ ଅଘୋରୀ ବାବା । ଯାହାଙ୍କ ନାମ କାଳପୁରୁଷ । ତାଙ୍କର ମୁଖମଣ୍ଡଳର ରୂପରେଖ ଦେଖି ମହାକୁମ୍ଭରେ ସମସ୍ତ ଭୟଭୀତ ଓ ଥରହର ହେଉଛନ୍ତି । ଭବିଷ୍ୟତରେ ପୃଥିବୀରେ ହେବାକୁ ଥିବା ବଡ଼ ପରିବର୍ତ୍ତନ ବିଷୟରେ ସଙ୍କେତ ଦେଇ ବାବା କାଳପୁରୁଷ କହିଛନ୍ତି, ”ଚିତା ଜଲ ଯାଏଗି,ହୱା କାଳୀ ହୋ ଯାଏଗି, ନଦୀ କୋ ବହ ସବ ୟାଦ ହୈ,ଜୋ ଆଦମୀ ଭୁଲ ଗୟା ହୈ, ଯବ ଗଙ୍ଗା ରୋଏଗି ତୋ ଉସକେ ଆସୁଁ ମୈଦନୋ ପର ଗିରେଙ୍ଗେ । ୟହ ଶୁରୁ ହୋ ଗୟା ହୈ” ଅର୍ଥାତ୍ ଚିତା ଜଳିବ, ପବନ କଳା ହୋଇଯିବ । ମଣିଷ ଭୁଲି ଯାଇଛି, ହେଲେ ନଦୀ ସେସବୁ ମନେ ରଖିଛି । ଗଙ୍ଗା କାନ୍ଦିଲେ ସେ ଲୁହରେ ଚାରିଆଡେ ଭର୍ତ୍ତି ହୋଇଯିବ । ଆଉ ଏସବୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବାବା କାଳପୁରୁଷ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ,ପୃଥିବୀ ନିଜ ଗତି ବଦଳାଇଲାଣି । ଆଗାମୀ ଦିନରେ ସଙ୍ଗମ ସ୍ଥଳ ବଦଳି ଯିବ । ସମୟ ସହିତ ସଙ୍ଗମକୁ ନୂଆ ସ୍ଥାନ ମିଳିବ । ଭବିଷ୍ୟତ ପିଢି ନୂଆ ସ୍ଥାନରେ କୁମ୍ଭର ଆୟୋଜନ କରିବେ ।
ମହାକୁମ୍ଭ ମେଳାରେ ବାବା କାଳପୁରୁଷ ଲୋକଙ୍କ ମନକୁ ମୋହିତ କରିଦେଉଛନ୍ତି । ସେ ମୁଖରେ ଲାଲ ରଙ୍ଗ, ଦେହରେ ଭସ୍ମ ଏବଂ ହାତରେ ମାନବ ଖପୁରୀ ଧରିଛନ୍ତି । ଖପୁରୀରେ ପାଣି ପିଉଛନ୍ତି । ସେ ହିମାଳୟ ଶିଖରରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଧ୍ୟାନ କରିଥିଲେ ସେଥିପାଇଁ ତାଙ୍କ ସ୍ବର ବଦଳି ଯାଇଛି । ଅତି ମଧୁର, ଉଚ୍ଚ ସ୍ବରରେ ସେ ଶ୍ରଦ୍ଧାଳୁଙ୍କୁ ମୋହିତ କରିଦେଉଛନ୍ତି । ବାବା କାଳପୁରୁଷ ୭ଟି ମହାକୁମ୍ଭରେ ସାମିଲ ହେଲେଣି । କିନ୍ତୁ ସେ ପ୍ରତି ଥର ଏହି ଅଞ୍ଚଳରେ ବୁଲିବାକୁ ଆସନ୍ତି । ମାତ୍ର ଚଳିତ ଥର କିଛି ଭିନ୍ନ ସଙ୍କେତ ଅନୁଭବ କରୁଥିବା କହିଛନ୍ତି ।
ଶବ ସତ୍କାର ସ୍ଥାନରେ କାଉ ଭିନ୍ନ ସ୍ବରରେ ବୋବାଉଛନ୍ତି । ମୃତକ ଅଧିକ ଅସ୍ଥିର ହେଉଛନ୍ତି । ବାବା ଦାବି କରିଛନ୍ତି ଯେ ନଦୀ ନିଜ ଗତିପଥ ବଦଳାଇ ଦେବ । ସେ ସମୟରେ ଆଉ କାହାର ଜମିରେ ରହିଛୁ ବୋଲି ସହରବାସୀ ଅନୁଭବ କରିବେ । ଆଗାମୀ ଚାରି ବର୍ଷରେ ଏହି ସବୁ ଘଟଣା ଘଟିବ । ବାବା କାଳପୁରୁଷ ପାଣିକୁ ନେଇ କହିଛନ୍ତି ଯେ ପାହାଡ଼ ରାସ୍ତା ଛାଡ଼ିଦେବ । ଧିରେ ଧିରେ ନଦୀ ନିଜ ପାଇଁ ନୂଆ ମାର୍ଗ ଖୋଜିନେବେ । ପୃଥିବୀରେ ଥିବା ଅନେକ ମନ୍ଦିର ଅଚାନକ ପୁଣି ବାହାରି ଆସିବ। ବାବାଙ୍କର ଏହି ଚେତାବନୀ ଯାହା ଏବେ ମହାକୁମ୍ଭରେ ଭୟ ସୃଷ୍ଟି କରିଛି । ତେବେ ଏ ଭବିଷ୍ୟବାଣୀ କେତେ ସତ କେତେ ମିଛ, ତାହା ଆଗାମୀ ଭବିଷ୍ୟ ହିଁ କହିବ ।