୧୦ ବର୍ଷର ଝିଅ କମାଉଛି ଲକ୍ଷ ଲକ୍ଷ ଟଙ୍କା !

କିଛି କରି ଦେଖାଇବା ପାଇଁ ବୟସ ବାଧକ ନୁହେଁ । ଦୁନିଆ ଆଗରେ ନିଜକୁ ପ୍ରମାଣିତ କରି ଦେଖାଇବା ପାଇଁ କେବଳ ସ୍ବପ୍ନର ବ୍ଲୁ ପ୍ରିଣ୍ଟ ଓ ତାକୁ ପୂରା କରିବାର ପ୍ରତିବଦ୍ଧତା ହିଁ ଦରକାର ।ବୟସ ମାତ୍ର ୧୦ । କିନ୍ତୁ କୁନି ବୟସରେ ସେ ମିଲେନିୟର । ଲକ୍ଷ ଲକ୍ଷ ଟଙ୍କାର ମାଲିକ । ଆପଣ ଭାବୁଥୁବେ ୧୦ ବର୍ଷ ବୟସରେ ପଞ୍ଚମ ପଢ଼ୁଥିବି ମୁଁ । ନୋଡାଲ ସ୍କୁଲ ମାଡ଼ିନଥିବି । କେଇଖଣ୍ଡ ଗଣିତ, ସାହିତ୍ୟ ଓ ଇଂରାଜୀର ଧାଡ଼ି ଜାଣିଥିବି । କିନ୍ତୁ ଏହି ବୟସରେ ଆମେରିକାର କୁନି ଝିଅ ପିକ୍ସି କର୍ଟି ଲକ୍ଷ ଲକ୍ଷ ଟଙ୍କାର ମାଲିକ । ଯେଉଁ ବୟସରେ ପିଲାଟେ ବାପାମାଆକୁ ଖର୍ଚ୍ଚ ପାଇଁ ୫ଟଙ୍କା ୧୦ଟଙ୍କା ମାଗେ, ସେ ବୟସରେ ପିକ୍ସି ନିଜ କର୍ମଚାରୀଙ୍କୁ ଦେଉଛନ୍ତି ଦରମା ।

ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ୧୦ ବର୍ଷୀୟ କର୍ଟିଙ୍କର ରହିଛି ଖେଳନା କମ୍ପାନୀ । ଯାହା ଏବେ ବ୍ୟବସାୟରେ ଲକ୍ଷ ଲକ୍ଷ ଟଙ୍କାର ଲାଭ କରୁଛି ।
ପ୍ରାଥମିକ ସ୍କୁଲରେ ପଢ଼ୁଥିବା ପିକ୍ସି ନିଜ ମାଆ ରକ୍ସିଙ୍କ ସାହାଯ୍ୟରେ ଗତବର୍ଷ ଆରମ୍ଭ କରିଥିଲେ ପିକ୍ସି ଗ୍ୟାଜେଟସ୍ ନାଁରେ ଏକ ଖେଳନା କମ୍ପାନୀ । ଆରମ୍ଭରେ ଏମିତି ବମ୍ପର ବିକ୍ରି ହେଲା ଯେ କମ୍ପାନୀ ଲଞ୍ଚ ହେବାର ୪୮ଘଣ୍ଟା ମଧ୍ୟରେ ସବୁ ଖେଳନା ବିକ୍ରି ହୋଇଗଲା ।

ଖାଲି ସେତିକି ନୁହେଁ, ପିକ୍ସି ଛୋଟ ଥିବା ସମୟରେ ତାଙ୍କ ମାଆ ପିକ୍ସି ବୋଜ୍ ନାଁରେ ଆଉ ଏକ କମ୍ପାନୀ ବ୍ୟବସାୟ ଆରମ୍ଭ କରିଥିଲେ । ଏହି ଦୁଇ କମ୍ପାନୀକୁ ମିଶାଇ ପିକ୍ସି ତାଙ୍କ ଉଦ୍ୟୋଗର ନାଁ ରଖିଛନ୍ତି ପିକ୍ସିଜ୍ ପିକ୍ସ । ଖେଳନା ସହ ଅନ୍ୟ ଗେମ୍ ଓ ଛୋଟପିଲାଙ୍କ ଉପକରଣ ବିକ୍ରି କରୁଛନ୍ତି ପିକ୍ସି ।

ପିକ୍ସିଙ୍କ ମାଆଙ୍କର ବି ରହିଛି ଏକ ପବ୍ଲିକ ରିଲେସନ ଫାର୍ମ ବିଜନେସ । ବ୍ୟବସାୟ ଦୁନିଆରେ ରାଜ କରୁଛନ୍ତି ମାଆଝିଅ। ତେବେ ପିକ୍ସିଙ୍କ ଏ ସଫଳତାର କାହାଣୀ ତାଙ୍କୁ ରାତାରାତି ସୋସିଆଲ ମିଡ଼ିଆର ଷ୍ଟାର ବନେଇଦେଇଛି । ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ ଏକ ଲକ୍ଷ ଫ୍ୟାନ ଫଲୋୟର୍ସ ତାଙ୍କ ସହ ଯୋଡ଼ିହୋଇଛନ୍ତି ।

ଏ ନଭଶ୍ଚୁମ୍ବି ସଫଳତା ସତ୍ତ୍ବେ ତାଙ୍କ ମାଆ ଚାହାଁନ୍ତିନି ଝିଅ ଏତେ କମ୍ ବୟସରେ କମ୍ପାନୀ ବୁଝୁ କାମ କରୁ । ଯେବେ ଝିଅ ଚାହିଁବ ସେ ଏଥିରେ ମନ ନଦେଇପାରେ କିନ୍ତୁ ଏବେ ସେ ଖୁସି ଅଛି । ବହୁତ କିଛି ଶିଖୁଛି । ଏକ ଓ୍ବେବସାଇଟକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ମାଆ ରକ୍ସି ଜାସନକୋ । ଏହା ବି କୁହନ୍ତି, ଆମେ ପଛେ ୧୦୦ ବର୍ଷ ଯାଏଁ କାମ କରିବୁ କିନ୍ତୁ ଝିଅ ଆମର ୧୫ ବର୍ଷରେ ଅବସର ନେବ । ମାନେ, ଇସାରାରେ ଏହା ଦର୍ଶାଇଛନ୍ତି ଯେ ଆଉ ୫ବର୍ଷ ଭିତରେ ଝିଅ ଏତେ ଟଙ୍କା କମାଇବ ଯେ ବସି ଖାଇଲେ ବି ଟଙ୍କାର ଅଭାବ ପଡ଼ିବନି ।

Leave A Reply

Your email address will not be published.