ସ୍ପେଶାଲ

୪ବର୍ଷର କୁନି ଝିଅର କଥା ଶୁଣି ପ୍ରଶାସନ ହେଲା ତତ୍ପର, ସବୁଠି ଘୁରି ବୁଲୁଛି ଏବେ ଭାଇରାଲ୍ ଭିଡିଓ

କୋରାପୁଟ(କେନ୍ୟୁଜ୍): କୁନି ଝିଅର ଗୁହାରୀ ଶୁଣିଲା ପ୍ରଶାସନ। ସିଧା ଧାଇଁ ଗଲା କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ପଦୁଗୁଡ଼ା ଗାଁକୁ । ସେଠାକୁ ଯାଇ ସ୍ଥିତି ପରଖିବା ସହିତ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଲା ବ୍ଲକ ପ୍ରଶାସନ। ଝିଅଟି  ତାର କୁନି ଓଠରେ ବଡ ବଡ ବାବୁ ମାଙ୍କର ସମ୍ମୁଖରେ ମାଇକି ଟିଏ ଧରି ବଖାଣି ପକାଉଥିଲେ ନିଜ ଗାଁ ମାଟି ସମସ୍ୟା । ଆମର ଗାଁକେ ଯିବାକେ ରାସ୍ତା ନାଏଁ, ପିଇବାକେ ପାଣି ନାଏଁ, ଚୁଆ ତାନୁ ପାଣି ଆଣି ପିଉଛୁ ବାବୁ, ଖଟିଆନେ ବୁହା ହୋଇ ମେଡିକାଲ୍ ଆସୁଛୁ, ଆମେ ବେଶୀ କଷ୍ଟରେ ଅଛୁ ବାବୁ…। ଏଭଳି କିଛି ଅଭିଯୋଗର ଫର୍ଦ୍ଦ ଗତ ସ୍ଵାଧୀନତା ଦିବସ ଦିନ ଝିଅଟି ଆଦିବାସୀ ଭାଷାରେ ମନ୍ତ୍ରୀଙ୍କ ଆଗରେ କହିପକାଇଥିଲେ।

ଦେଶ ୭୭ତମ ସ୍ଵାଧୀନତା ଦିବସ ପାଳନ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ମନ୍ତ୍ରୀ, ଜିଲ୍ଲାପାଳ, ବିଧାୟକ, ପୋଲିସ୍ ଅଧିକାରୀଙ୍କ ସମ୍ମୁଖରେ ଗ୍ରାମାଞ୍ଚଳ ବିକାଶର ବିକଳ ଚିତ୍ରକୁ ଅଭିନୟ ମାଧ୍ୟମରେ ଉପସ୍ଥାପନ କରି ଚର୍ଚ୍ଚାକୁ ଆସିଥିଲେ କୋରାପୁଟ ଶିଶୁ ମନ୍ଦିର ଶିଶୁ ବାଟିକାରେ ପଢ଼ୁଥିବା ୪ବର୍ଷର ସୋନାଲି ଦାସ । କୋରାପୁଟର ଏହି କୁନି ବାଳିକାର ଅଭିନୟ ସମସ୍ତଙ୍କୁ ମୁଗ୍ଧ କରିଥିଲା । ନିଜ ନିଖୁଣ ଅଭିନୟ ମାଧ୍ୟମରେ ଦଶମନ୍ତପୁର ବ୍ଲକ୍ ଲୁଲା ପଞ୍ଚାୟତ ପଦଗୁଡା ଗାଁର ବାସ୍ତବ ଚିତ୍ରକୁ ସେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଓ ଜିଲ୍ଲାପାଳ ମହମ୍ମଦ ଅବଦୁଲ୍ ଅଖତରଙ୍କ ଆଗରେ ବଖାଣିଥିଲେ । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ତେବେ ଏହି ଭିଜୁଆଲ୍ ଭାଇରାଲ୍ ହେବା ପରେ କୁନି ଝିଅଟିର ଗାଁରେ ଶେଷରେ ପ୍ରଶାସନ ପହଁଚି ସ୍ଥିତି ଅନୁଧ୍ୟାନ କରିବାକୁ ବାଧ୍ୟ ହୋଇଛି ।

ଦଶମନ୍ତପୁର ବ୍ଲକ୍ ପଦଗୁଡା ଗାଁରେ ରହିଛି ଅନେକ ସମସ୍ୟା । ଏହି ଗାଁରେ ୬୬ରୁ ଅଧିକ ଆଦିବାସୀ ପରିବାର ରହୁଛନ୍ତି । କିନ୍ତୁ ଯାତାୟାତ ପାଇଁ ନିତିଦିନିଆ ରାସ୍ତା ନାହିଁ। ଲୁଲା ପଞ୍ଚାୟତରୁ ଏହି ଗାଁକୁ ଯିବାକୁ ହେଲେ ୩ କିଲୋମିଟର ପାହାଡିଆ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି। ପିଇବା ପାଣି ପାଇଁ ଗ୍ରାମବାସୀ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି । ସ୍ଵାସ୍ଥ୍ୟସେବା ପାଇଁ ଚିକିତ୍ସାଳୟ ଟିଏ ନାହିଁ। ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଭାରାରେ ବୋହି ପାହାଡିଆ ରାସ୍ତା, ନଦୀ , ନାଳ ଅତିକ୍ରମ କରି ଆଣିବାକୁ ପଡୁଛି । ବିଦ୍ୟୁତ୍ ଓ ମୋବାଇଲ୍ ସେବା କଥା ନକରିବା ଭଲ । ଏପଟେ ଶିକ୍ଷା ପାଇଁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର କିମ୍ବା ବିଦ୍ୟାଳୟଟି ବି ନାହିଁ। ତେବେ ଏ ସମସ୍ତ ସମସ୍ୟାର ସମାଧାନ କଲେ ତୁମର ଧର୍ମ ହେବ ବୋଲି ମନ୍ତ୍ରୀଙ୍କୁ କୁନି ଝିଟି ନିବେଦନ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି।

ସୋନାଲିଙ୍କ ଅଭିନୟକୁ ନେତା ଓ ପ୍ରଶାସକ ତାଳି ମାରି ପ୍ରଶଂସା କରିଥିବା ବେଳେ ଗାଁ ସମସ୍ୟାକୁ ନେଇ ତତ୍ପରତା ଦେଖାଇଛନ୍ତି । ଦଶମନ୍ତପୁର ବ୍ଲକ ବିଡିଓ ଡମ୍ବୁରୁଧର ମଲ୍ଲିକ, ପଦୁଗୁଡ଼ା ଗାଁକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ତେବେ ଗାଁର ମୌଳିକ ସମସ୍ୟା ସମାଧାନ କିପରି ହେବ ତାହା ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି । ତେବେ ଦେଖାଯାଉ ଆଶ୍ୱାସନା କେବେ ପୂରଣ ହେଉଛି ।

 

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago