ପୃଥିବୀର ଅତି ନିକଟ ନେଇ ଗତି କରିଛି ଏକ ବିଶାଳକାୟ ଉଲକାପିଣ୍ଡ, ୧୧ ବର୍ଷ ପରେ ପୁଣି ଫେରିବ

ଅନ୍ତରୀକ୍ଷରୁ ପୃଥିବୀ ଅଭିମୁଖେ ଆସୁଥିବା ଆଷ୍ଟ୍ରଏଡ଼ 1998 OR 2 ପୃଥିବୀର ଖୁବ ନିକଟବର୍ତ୍ତୀ ଦେଇ ଗତି କରିଯାଇଛି । କିନ୍ତୁ ପୃଥିବୀ ପ୍ରତି ଏନେଇ କୌଣସି ବିପଦ ନାହିଁ ବୋଲି ବୈଜ୍ଞାନିକ ମାନେ ମତ ରଖିଛନ୍ତି । ପୃଥିବୀ ଠାରୁ ୬୩ ଲକ୍ଷ କିଲୋମିଟର ଦୂରତାରେ ଏହି ଉଲକାପିଣ୍ଡଟି ଅତିକ୍ରମ କରିଥିବା ଜଣାଯାଇଛି । ଏହାର ବ୍ୟାସ ପ୍ରାୟ ୪ କିମି ଥିବା ବେଳେ ଘଣ୍ଟା ପ୍ରତି ଏହାର ବେଗ ୩୧ ହଜାର ୩୧୯ କିମି ପର୍ଯ୍ୟନ୍ତ ରହିଥିବା ଜଣାଯାଇଛି । ସୂର୍ଯ୍ୟ ଚାରିପଟେ ଗୋଟେ ଥର ଘୁରିବା ପାଇଁ ଏହାକୁ ୧୩୪୦ ଦିନ ପର୍ଯ୍ୟନ୍ତ ସମୟ ଲାଗିଥାଏ । କହିରଖିବା ଉଚିତ ହେବକି, ୨୦୦୯ ମସିହା ମାର୍ଚ୍ଚ ମାସରେ ଏମିତି ହିଁ ଏକ ଉଲକାପିଣ୍ଡ ୨.୬୮ କିଲୋମିଟର ଦୂରତା ଦେଇ ଅତିକ୍ରମ କରିଥିବା ନେଇ ରେକର୍ଡ ହୋଇଥିଲା । ଦୀର୍ଘ ୧୧ ବର୍ଷର ବ୍ୟବଧାନ ପରେ 1998 OR 2 ଆଷ୍ଟ୍ରଏଡ଼ ପୃଥିବୀର ଖୁବ ନିକଟ ଦେଇ ଗତି କରିଛି ।

ଯାହାର ଦୂରତ୍ୱ ପୃଥିବୀ ପୃଷ୍ଠରୁ ୧.୯୦ କୋଟି କିଲୋମିଟର ଥିବା ଜଣାଯାଇଛି । ବୈଜ୍ଞାନିକଙ୍କ ଅନୁଯାୟୀ ପ୍ରତି ୧୧ ବର୍ଷରେ ଥରେ ପୃଥିବୀର ଅତି ନିକଟ ଦେଇ ଏହି ଧରଣର ଆଷ୍ଟ୍ରଏଡ଼ ବା ଉଲ୍କା ପିଣ୍ଡ ଗତି କରିଥାନ୍ତି । ନାସା ଦ୍ୱାରା ଜାରି ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ଭବିଷ୍ୟତରେ ୨୦୩୧, ୨୦୪୨, ୨୦୬୮, ୨୦୭୯ ରେ ଏହି ପରି ସମାନ ଧରଣର ଉଲକାପିଣ୍ଡ ପୃଥିବୀ ପୃଷ୍ଠର ନିକଟବର୍ତ୍ତୀ ଦେଇ ଅତିକ୍ରମ କରିବେ । ୨୦୭୯ ରେ ପୃଥିବୀର ଅତି ନିକଟ ଦେଇ ଗତି କରିବାକୁ ଥିବା ନେଇ ଆଶଙ୍କା ଥିବା ବେଳେ ଏହାର ଦୂରତା ପାଖାପାଖି ୩.୫ ଗୁଣା ପର୍ଯ୍ୟନ୍ତ କମିଯିବ । ଅର୍ଥାତ ସେହି ବର୍ଷ ମାତ୍ର ୧୭.୭୩ କିଲୋମିଟର ଦେଇ ଗତି କରିବ ।

କହିରଖିବା ଉଚିତ ହେବକି, ଆଷ୍ଟ୍ରଏଡ ମାନଙ୍କ ଆଗମନ ନେଇ ବୈଜ୍ଞାନିକ ଟିମ ଆସନ୍ତା ୧୭୭ ବର୍ଷ ପାଇଁ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରି ରଖିଛନ୍ତି । ୨୦୭୯ ପରେ ୨୧୨୭ ରେ ପୃଥିବୀ ପୃଷ୍ଠରୁ ୨୫.୧୧ ଲକ୍ଷ କିଲୋମିଟର ଦୂରତା ଦେଇ ଏକ ଆଷ୍ଟ୍ରଏଡ ପୃଥିବୀର ଅତି ନିକଟ ଦେଇ ଗତି କରିବାକୁ ଥିବା ବେଳେ ଏହାର ଦୂରତା ୨୫.୧୧ କିଲୋମିଟର ପର୍ଯ୍ୟନ୍ତ ରହିବ । କିନ୍ତୁ ଯଦି ଏହି ଦୁଇ ବର୍ଷର ବ୍ୟବଧାନ ଭିତରେ କୌଣସି ବ୍ୟତିକ୍ରମ ନହୁଏ ତେବେ ପୃଥିବୀ ପାଇଁ ସେପରି କୌଣସି ବିପଦ ରହିବ ନାହିଁ ।