ଖୁସି ଖବର : କେବଳ ‘O’ ନୁହେଁ, ବୈଜ୍ଞାନିକ ‘A’ ବ୍ଲଡ ଗ୍ରୁପକୁ କହିଲେ ୟୁନିଭର୍ସାଲ ଡୋନର

ଲୋକଙ୍କ ପାଇଁ ଆସିଲା ଖୁସି ଖବର। ଦୁନିଆରେ ଏବେ କେବଳ ଓ ବ୍ଲଡ ଗୃପ ୟୁନିଭର୍ସାଲ ଡୋନର ନୁହେଁ ବରଂ ତା ସାଥ୍‌ ଦେବ ଏ ବ୍ଲଡ ଗୃପ। କାନାଡାର ବୈଜ୍ଞାନିକମାନେ ଏଭଳି ଖାସ୍‌ କିସମର ବ୍ୟାକ୍ଟେରିଆଲ ଏଞ୍ଜାଇମର ଉପଯୋଗ କରି ବ୍ଲଡ ଗ୍ରୁପ୍ ‘A’ କୁ ୟୁନିଭର୍ସାଲ ଡୋନର କରିଛନ୍ତି। ଏହାର ଅର୍ଥ ଏବେ ଆଉ ହସପିଟାଲରେ ରକ୍ତର ଅଭାବ ହେବନାହିଁ କି ରକ୍ତ ଅଭାବରୁ କୌଣସି ରୋଗୀର ମୃତ୍ୟୁ ହେବନାହିଁ। ଏହା ଦ୍ୱାରା ଲୋକଙ୍କୁ ଅଧିକରୁ ଅଧିକ ରକ୍ତ ମିଳିପାରିବ। ତେବେ ଆସନ୍ତୁ ଜାଣିବା ବୈଜ୍ଞାନିକ ମାନଙ୍କ ଏହି ଉପଲବ୍ଧିରୁ ସାଧାରଣ ଲୋକଙ୍କୁ କଣ ଲାଭ ମିଳିବ।

କେବଳ ଆମେରିକାରେ କୌଣସି ଦିନ ଏମର୍ଜନ୍ସି ସର୍ଜରୀ, ସିଡ୍ୟୁଲଡ୍ ଅପରେସନ୍ ଓ ରୁଟିନ୍ ଟ୍ରାନ୍ସଫ୍ୟୁଜନ୍ ପାଇଁ ୧୬,୫୦୦ ଲିଟର ରକ୍ତ ଦରକାର ପଡୁଛି। କିନ୍ତୁ ରୋଗୀ କୌଣସି ବି ରକ୍ତ ନେଇ ପାରେନି। ସଫଳ ଟ୍ରାନ୍ସଫ୍ୟୁଜନ୍ ପାଇଁ ଜରୁରୀ ଯେ, ଡୋନରଙ୍କ ବ୍ଲଡ ଗ୍ରୁପ୍ ରୋଗୀଙ୍କ ରକ୍ତ ସହ ମିଶୁଥିବା ଦରକାର। ଏବେ ବୈଜ୍ଞାନିକମାନେ ମଣିଷର ଅନ୍ତନଳୀ (Gut) ରେ ଏଭଳି ମାଇକ୍ରୋବ୍ସ ଖୋଜି ପାଇଛନ୍ତି, ଯେଉଁଥିରେ ଦୁଇ ପ୍ରକାର ଏଞ୍ଜାଇମ୍ ବାହାରୁଛି।

bloodଏହି ଏଞ୍ଜାଇମ୍ ସାହାଯ୍ୟରେ ବୈଜ୍ଞାନିକମାନେ ଟାଇପ୍-A ଅର୍ଥାତ ବ୍ଲଡଗ୍ରୁପ ଏ କୁ ୟୁନିଭର୍ସାଲ ଡୋନରରେ ପରିବର୍ତ୍ତନ କରିଛନ୍ତି। ମେରିଲାଣ୍ଡସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ କ୍ଲିନିକାଲ ସେଣ୍ଟରର ବ୍ଲଡ ଟ୍ରାନ୍ସଫ୍ୟୁଜନ୍ ଏକ୍ସପର୍ଟ ହାର୍ଭେ କ୍ଲେନ୍ କହିଛନ୍ତି, ଏମିତି ପଥମ ଥର ପାଇଁ କରାଯାଉଛି, ଯଦି ଏହି ପକ୍ରିୟା ସଫଳ ହୁଏ ତେବେ ମେଡିକାଲ ସାଇନ୍ସ ପାଇଁ ଏହା ବଡ ପଦକ୍ଷେପ ହେବ।

ମଣିଷ ଭିତରେ ୪ ପ୍ରକାର ବ୍ଲଡଗ୍ରୁପ୍ ରହିଥାଏ। ତାହା ହେଉଛି- A, B, AB ଏବଂ O। ଏହାକୁ ଲୋହିତ ରକ୍ତ କଣିକା (RBC) ର ଚାରିଆଡେ ଥିବା ସୁଗାର ମଲିକ୍ୟୁଲସ୍ କଣିକାରୁ ଚିହ୍ନଟ କରାଯାଇଥାଏ। ଯଦି କୌଣସି ବ୍ୟକ୍ତି ଯାହାଙ୍କର ବ୍ଲଡ ଗ୍ରୁପ A ଅଟେ ଏବଂ ତାଙ୍କୁ B ବ୍ଲଡ ଗ୍ରୁପ୍ ରକ୍ତ ଦିଆଯାଏ ତେବେ ତା’ର ସୁଗାର ମଲିକ୍ୟୁଲସ୍ କଣିକା ଯାହାକୁ ବ୍ଲଡ ଆଣ୍ଟିଜେନ୍ (Blood Antigen)କୁହାଯାଏ, ତାହା RBC ଉପରେ ଆକ୍ରମଣ କରିଥାଏ। ଏପରି ହେବା ଦ୍ୱାରା ଏହା ରୋଗପ୍ରତିରୋଧକ ଶକ୍ତି କାମ କରିବା ବନ୍ଦ କରିଦିଏ ଏବଂ ଗମ୍ଭୀର ପରିସ୍ଥିତିରେ ମଣିଷର ମୃତ୍ୟୁ ହୋଇଯାଏ।

ବ୍ଳଡଗ୍ରୁପ୍ ‘O’ରେ ଏଭଳି ଆଣ୍ଟିଜେନର ଅଭାବ ରହିଥାଏ। ତେଣୁ ଏହି ବ୍ଲଡଗ୍ରୁପ୍ ଏପର୍ଯ୍ୟନ୍ତ ୟୁନିଭର୍ସାଲ ଡୋନର ଥିଲା। ସାଧାରଣତଃ ହସ୍ପିଟାଲରେ ଏହି ରକ୍ତର ଚାହିଦା ସବୁଠାରୁ ଅଧିକ ରହିଥାଏ। କାହିଁକିନା କୌଣସି ଆକ୍ସିଡେଣ୍ଟ ମାମଲାରେ ପୀଡିତକୁ ରକ୍ତ ତୁରନ୍ତ ଦରକାର ଥିବା ବେଳେ ବ୍ଲଡ ଗ୍ରୁପ୍ ଯାଞ୍ଚ କରିବାର ସମୟ ମିଳିନଥାଏ। ‘O’ ବ୍ଲଡଗ୍ରୁପ୍ ସମସ୍ତଙ୍କୁ ରକ୍ତ ଦେଇପାରିଥାଏ।

Leave A Reply

Your email address will not be published.