୧୦ କୋଟିର ମଇଁଷି ଆଉ ୧୧ ଲକ୍ଷର କୁକୁର! କୃଷି ମେଳାରେ ସମସ୍ତଙ୍କୁ କଲେ ଆଶ୍ଚର୍ଯ୍ୟ

କେନ୍ୟୁଜ୍: ମେରଟଠାରେ ଅନୁଷ୍ଠିତ କୃଷି ମେଳାରେ ଗୋଟିଏ କୁକୁର ସମସ୍ତଙ୍କୁ ହତବାକ୍‌ କରିଦେଇଛି। ଏହି କୃଷି ମେଳାରେ ୧୦ କୋଟି ଟଙ୍କାର ମଇଁଷିକୁ ପ୍ରଦର୍ଶନ କରାଯାଇଥିଲା। ୧୦ କୋଟିର ମଇଁଷି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ, ଏକ କୁକୁର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା। ଏହି କୁକୁର ମାଇନେସ୍‌ ୩୦ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାରେ ବଞ୍ଚିବାର କ୍ଷମତା ରଖେ। ଏହି କୁକୁର ଗରମକୁ ସହି ପାରୁନଥିବାରୁ ତାକୁ ତାପମାତ୍ରାର ନିୟନ୍ତ୍ରଣରେ ରଖିବା ପାଇଁ ତାକୁ ଏସି ରୁମରେ ରଖାଯାଏ। ଏହି କୃଷି ମେଳାରେ ଡଗ୍‌ ଶୋ ପ୍ରତି ମଧ୍ୟ ଲୋକମାନେ ଆକର୍ଷିତ ହୋଇଥିଲେ। ତେବେ ଏହି କୁକୁରର ଦାମ୍‌ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହା ଚାଉ ମାଉ ପ୍ରଜାତିର ।

ଚାଉ ମାଉ ପଜାତି କୁକୁରର ମୂଲ୍ୟ ୧୧ ଲକ୍ଷ ଟଙ୍କା:

ଏହି ଚାଉ ମାଉ ପ୍ରଜାତିର କୁକୁରର ଦାମ୍‌ ୧୧ ଲକ୍ଷ ଟଙ୍କା । ମେରଟର କୃଷି ମେଳାରେ ଏହି କୁକୁର ଉପରେ ସମସ୍ତଙ୍କ ଧ୍ୟାନ ରହିଥିଲା। ଆଗରୁ ଆପଣ କ୍ୟାଟ୍‌ ଓ୍ଵାକ୍‌ କଥା ଶୁଣିଥିବେ,କିନ୍ତୁ ଏହି କୃଷି ମେଳାରେ ଡଗ୍‌ ଓ୍ଵାକ୍‌ ମଧ୍ୟ ହୋଇଥିଲା । ଏହି ଡଗ୍‌ ଓ୍ଵାକ୍‌ରେ ସମସ୍ତଙ୍କ ଧ୍ୟାନ କୁକୁରମାନଙ୍କ ଉପରେ ଥିଲା। ଯେତେ ସବୁ କୁକୁର ଏହି ମେଳାରେ ଥିଲେ ସେମାନଙ୍କ ମଧ୍ୟରୁ ସବୁଠାରୁ ସୁନ୍ଦର ଏବଂ ଡଉଲ ଡାଉଲ ଚାଉ ମାଉ ପ୍ରଜାତିର କୁକୁରଟି ଥିଲା। ଲୋକମାନେ କୁକୁରମାନଙ୍କ ସହିତ ବହୁତ ମଜା ନେଉଥିଲେ।

୧୦ କୋଟିର ମଇଁଷି:

ମେରଟଠାରେ ହେଉଥିବା ଏହି କୃଷି ମେଳାରେ ଅନ୍ୟ ଏକ ଆକର୍ଷଣ ଥିଲା ଏକ ମଇଁଷି। ଏହି ମଇଁଷିର ନାମ ଥିଲା ଗୋଲୁ । ଅନେକ ଦୂର ଦୂରାନ୍ତରୁ ଆଗ୍ରହର ସହ ଆସି ସମସ୍ତେ ସେଲ୍ଫି ଉଠାଉଥିଲେ। ତାସହିତ କିଛି ସ୍ମୃତିକୁ ସାଇତି ରଖିବା ପାଇଁ ଚେଷ୍ଟା କରୁଥିଲେ। ଏହି ୧,୫୦୦ କିଲୋର ମଇଁଷିର ମୂଲ୍ଯ  ୧୦ କୋଟି ଟଙ୍କାର ରହିଥିବା ମଇଁଷିର ମାଲିକ ନରେନ୍ଦ୍ର ସିଂ କହିଥିଲେ । ଏହାର ମାସିକ ରକ୍ଷଣା ବେକ୍ଷଣ ଖର୍ଚ୍ଚ ଲକ୍ଷେ ଟଙ୍କାରୁ ଅଧିକ । ଏହି ଗୋଲୁ ମଇଁଷି ପ୍ରତ୍ୟହ ୧୫ କିଲୋ ଫଳ, ୧୫ କିଲୋ ଦାନା ଖାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.