ଟ୍ରାଇପୋଡ୍‌ ନଥିବାରୁ ଅନ୍‌ଲାଇନ୍‌ କ୍ଲାସ୍‌ ନେବାକୁ ଏମିତି ଜୁଗାଡ଼ କଲେ କେମେଷ୍ଟ୍ରି ଟିଚର, ସଲାମ୍‌ କଲେ ଲୋକେ

ତିନି ମାସ ହେଲାଣି ସ୍କୁଲ, କଲେଜ ବନ୍ଦ ରହିଛି। ପରୀକ୍ଷାଗୁଡ଼ିକୁ ସ୍ଥଗିତ କିମ୍ବା ରଦ୍ଦ କରାଯାଉଛି। ଇତି ମଧ୍ୟରେ ଅନ୍‌ଲାଇନ୍‌ ଷ୍ଟଡି ବେଶ୍‌ ଜୋରସୋରରେ ଚାଲିଛି। ଶିକ୍ଷକମାନେ ଘରେ ରହି ଅନ୍‌ଲାଇନ୍‌ରେ କୋର୍ସ ସାରିବାରେ ଲାଗିପଡ଼ିଛନ୍ତି। ପିଲାମାନେ ମଧ୍ୟ କମ୍ପ୍ୟୁଟର ଓ ଫୋନ୍‌ ମାଧ୍ୟମରେ ପଢ଼ାର ଏହି ନୂଆ ଟ୍ରେଣ୍ଡକୁ ସକାରାତ୍ମକ ଭାବେ ଆପଣାଇଛନ୍ତି। ତେବେ ଏସବୁ ମଧ୍ୟରେ ଏବେ ଜଣେ କେମେଷ୍ଟ୍ରି ଶିକ୍ଷୟିତ୍ରୀଙ୍କ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ଶିରୋନାମାରେ ରହିଛି।

ରିପୋର୍ଟ ମୁତାବକ ପୁଣେର କେମେଷ୍ଟ୍ରୀ ଶିକ୍ଷୟିତ୍ରୀ ମୌମିତା ବି ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଏକ ଖୁବ୍‌ ସୁନ୍ଦର ଜୁଗାଡ଼ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମୌମିତା ଲିଙ୍କଡ୍‌ ଇନ୍‌ରେ ଏହି ଉପାୟଗୁଡ଼ିକ ସେୟାର କରିଛନ୍ତି। ଭିଡିଓରେ ମୌମିତା କଳାପଟାରେ କିଛି ଲେଖୁଛନ୍ତି। କିନ୍ତୁ ତାଙ୍କ ନିକଟରେ ଟ୍ରାଇପୋଡ୍‌ ନାହିଁ। ଏଣୁ ସେ କପଡ଼ା ଟଙ୍ଗାଯାଉଥିବା ହ୍ୟାଙ୍ଗରରେ କପଡ଼ାକୁ ରଶି ଭଳି କରି ସେଥିରେ ଫୋନ୍‌କୁ ବାନ୍ଧି ଦେଇଛନ୍ତି। ଯେମିତିକି ପିଲାଙ୍କୁ ସେ ଓ କଳାପଟା ଉଭୟ ସ୍ପଷ୍ଟ ଦିଶିବ। ସେଥିରେ ସେ ଏକ ଚେୟାର ବାନ୍ଧି ତାହାକୁ ଟ୍ରାଇପୋଡ୍‌ ଭଳି ବ୍ୟବହାର କରିଛନ୍ତି।

Pune Chemistry Teacher Pune Desi Jugaad To Teach Online Classes ...

ଭିଡିଓ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି ମୋ ପାଖେ ଟ୍ରାଇପୋଡ୍‌ ନାହିଁ। ଏଣୁ ଘରେ ଅନ୍‌ଲାଇନ୍‌ କ୍ଲାସ୍‌ ନେବା ପାଇଁ ମୁଁ ଭାରତୀୟ ଜୁଗାଡ଼ କରିଛି। ଖୁବ୍‌ କମ୍‌ ସମୟ ମଧ୍ୟରେ ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଭିଡିଓକୁ ଲକ୍ଷାଧିକ ଥର ଦେଖାସରିଥିବା ବେଳେ ୬୦୦ରୁ ଊର୍ଦ୍ଧ୍ୱ କମେଣ୍ଟ ମିଳିଛି।

ଏହି ଭିଡିଓକୁ ଦେଖି ଜଣେ ୟୁଜର ଟ୍ଵିଟ୍‌ କରିଛନ୍ତି ଏହି ଦୃଶ୍ୟ ମୋ ଦିନ ବନାଇଦେଲା। ଜଣେ ଶିକ୍ଷୟିତ୍ରୀ ତାଙ୍କ ନିକଟରେ ଥିବା ଜିନିଷ ବ୍ୟବହାର କରି ଅନ୍‌ଲାଇନ୍‌ କ୍ଲାସ୍‌ ଦେଉଛନ୍ତି। ଏହି ଭିଡିଓକୁ ଫରେଷ୍ଟ ସର୍ଭିସ ଅଫିସର ସୁଧା ରାମନ ମଧ୍ୟ ରିପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଆଉ ଜଣେ ୟୁଜର ମୌମିତାଙ୍କ ସମର୍ପଣ ଭାବକୁ ସଲାମ୍‌ କରିଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.