ଫ୍ରେଶ ହେବାକୁ ଯାଇଥିଲେ ବାଥରୁମ, ତ ହଠାତ ଟଏଲେଟ ସିଟ ଭିତରୁ ଫଣା ଟେକି ବାହାରି ଆସିଲା ନାଗ, ଆଉ ତା’ପରେ…

ଆପଣ ନିଜ ବାଥରୁମରେ ସାମାନ୍ୟ ଝିଟିପିଟି କି ଅସରପା ଦେଖିଲେ ଡରି ଯାଆନ୍ତି। କିନ୍ତୁ ଥରେ ଭାବନ୍ତୁ ତ, ଯଦି କେବେ ସାପ ଆପଣଙ୍କ ହାବୁଡ଼ରେ ପଡିଯିବ, ତା’ହେଲେ ଆପଣଙ୍କ ଅବସ୍ଥା କ’ଣ ହେବ? ଠିକ ଏମିତି ହିଁ ଏକ ଘଟଣା ଘଟିଛି ରାଜସ୍ଥାନର ଜଣେ ବ୍ୟକ୍ତିଙ୍କ ସହିତ।

ପୁଷ୍କର ନିକଟସ୍ଥ ଏକ ଗାଁରେ ଘଟିଛି ଏମିତି ଘଟଣା। ଏଠାରେ ଜଣେ ବ୍ୟକ୍ତି ଫ୍ରେଶ ହେବା ପାଇଁ ଯେତେବେଳେ ବାଥରୁମ ଯାଇଥିଲେ, ସେଠାରେ ଟଏଲେଟ ସିଟରୁ ଏକ ନାଗ ସାପ ବାହାରି ଆସିଥିଲା। ସାପକୁ ଦେଖୁ ଦେଖୁ ହିଁ ବ୍ୟକ୍ତି ଜଣକ ଏକଦମ ଭୟଭୀତ ହୋଇପଡ଼ି ସେଠାରୁ ଦୌଡ଼ି ପଳାଇ ଆସିଥିଲେ।

ସେପଟେ ବାଥରୁମ ଭିତରେ ନାଗସାପ ଥିବାର ଜାଣି ଘର ଲୋକଙ୍କର ମଧ୍ୟ ଦେହ, ହାତ କମ୍ପି ଉଠିଥିଲା। ଏ ନେଇ ପୋଲିସକୁ ଖବର ଦିଆଯାଇଥିଲା। କିଛି ସମୟ ପରେ ପୋଲିସ ସେଠାରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲା। ଏହାପରେ ସାପକୁ ନେଇ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.