Categories: ସ୍ପେଶାଲ

ଏକ ବିଚିତ୍ର ଜୀବ, ଯିଏ ମୁଣ୍ଡ କଟିଗଲେ ବି ୯ ଦିନ ଯାଏ ବଞ୍ଚି ରହି ପାରେ

ଏ ଦୁନିଆ ହେଉଛି ଅତି ବିଚିତ୍ର । ଏଠାରେ ଘଟୁଥିବା ଅନେକ କଥା ଆମକୁ ଜଣାନଥାଏ । ବେଳେ ବେଳେ ଆମେ ଘଟଣା ପାଖରେ ଥାଇ ବି ଜାଣି ପାରୁନା ଯେ କଣ ଘଟୁଛି ଓ କିଏ ଘଟାଉଛି । ଈଶ୍ୱର ଏ ଜୀବ ଜଗତର ପ୍ରାଣୀମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରରେ ତିଆରି କରିଛନ୍ତି । ସମସ୍ତଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଅଲଗା । ଏଭଳି କରିବା ପଛରେ ତାଙ୍କର କଣ ଉଦ୍ଦେଶ୍ୟ ତାକୁ ବୁଝିବା ସବୁଠାରୁ ବୁଦ୍ଧିମାନ ଜୀବ ମଣିଷ ପକ୍ଷେ ମଧ୍ୟ ସମ୍ଭବ ହୋଇନାହିଁ । ଆଜି ଆମେ ଏକ ଏଭଳି ଜୀବ ବିଷୟରେ କହିବାକୁ ଯାଉଛୁ ଯିଏ ବିନା ମୁଣ୍ଡରେ ୯ ଦିନ ପର୍ଯ୍ୟନ୍ତ ବଞ୍ଚି ପାରିବ ।

ନଅ ଦିନ ଧରି ବଞ୍ଚେ କେମିତି ?

ଆଜ୍ଞା ହଁ ଏଭଳି ଏକ ଜୀବ ହେଉଛି ଅସରପା । ଯାହାର ମୁଣ୍ଡ କଟିଯିବା ପରେ ମଧ୍ୟ ସେ ୯ ଦିନ ଧରି ବଞ୍ଚି ରହି ପାରିବ । କାରଣ ଅସରପା ତାର ମୁହଁ ବାଟେ ନିଶ୍ୱାସ ପ୍ରଶ୍ୱାସ ନିଏ ନାହିଁ । ତା ଶରୀରରେ ଥିବା ବିଭିନ୍ନ ଗାତ ଦେଇ ନିଶ୍ୱାସ ନିଏ । ତେବେ କିଛି ଦିନ ପରେ ସେ ମରିଯିବାର କାରଣ ହେଉଛି ସେ ପାଣି ପିଇ ପାରେ ନାହିଁ । କାରଣ ଅସରପା ମୁହଁ ବାଟେ ସିନା ନିଶ୍ୱାସ ନିଏ ନାହିଁ କିନ୍ତୁ ମୁହଁରେ ପାଣି ପିଏ ।

ଶୂନ ଡିଗ୍ରୀରେ ବି ବଞ୍ଚି ପାରେ

ଅସରପା ପ୍ରାୟ ୪୦ ମିନିଟ୍‌ ପର୍ଯ୍ୟନ୍ତ ନିଶ୍ୱାସ ବନ୍ଦ କରି ରହି ପାରେ । ତେଣୁ ପ୍ରାୟ ସେତିକି ସମୟ ପର୍ଯ୍ୟନ୍ତ ସେ ପାଣିରେ ମଧ୍ୟ ବୁଡ଼ି ପାରିବାର କ୍ଷମତା ରଖିଛି । ଘଣ୍ଟାକୁ ତିନି କିଲୋମିଟର ବେଗରେ ଯାଉଥିବା ଅସରପା ଶୂନ ଡିଗ୍ରୀ ତାପମାତ୍ରାରେ ବି ବଞ୍ଚି ରହିପାରେ । ଏକଥା ବୈଜ୍ଞାନିକମାନେ ଗବେଷଣା ପରେ ପ୍ରମାଣ କରିଛନ୍ତି । ଆହୁରି ମଧ୍ୟ କୁହାଯାଏ, ପରମାଣୁ ବୋମା ବିସ୍ଫୋରଣରେ ମଣିଷ ସିନା ମରିଯାଏ । ହେଲେ ଅସରପା ମରେ ନାହିଁ । ଗୋଟିଏ ମଣିଷ ଦେହରେ ରେଡିଏସନ୍‌ ପ୍ରତିରୋଧ କ୍ଷମତା ୮୦୦ ଆରଇଏମ୍‌ଏସ୍‌ ଥିବା ବେଳେ ଅସରପାର କ୍ଷମତା ୧୦,୫୦୦ ଆରଇଏମ୍‌ଏସ୍‌ । ତେଣୁ ଏଭଳି କୁହାଯାଇଥାଏ ।

ଡାଇନୋସର୍‌ ଠାରୁ ଆହୁରି ପୁରୁଣା

ପୃଥିବୀରେ ଡାଇନୋସର ପୂର୍ବରୁ ଅର୍ଥାତ୍‌ ୩୨୦ ନିୟୁତ ବର୍ଷ ପୂର୍ବରୁ ଅସରପାର ଜନ୍ମ ବୋଲି ମଧ୍ୟ କୁହାଯାଏ । ଦୁନିଆରେ ଅସରପାର ପ୍ରାୟ ୪୬୦୦ ପ୍ରଜାତି ରହିଛି । ତେବେ ମଣିଷ ସହ ସମ୍ପର୍କରେ ଅଛନ୍ତି ମାତ୍ର ୩୦ଟି ପ୍ରଜାତି । ଆମେ ଆମ ଘରେ ଅସରପାକୁ ଦେଖିବାକୁ ପାଇଥାଉ । ସେମାନଙ୍କୁ ମାରିବାକୁ ବିଭିନ୍ନ କୀଟନାଶକ ଔଷଧ ବ୍ୟବହାର କରୁ । ଚୀନ୍‌, ଜାପାନ ଭଳି ଦେଶରେ ଅସରପାକୁ ଏକ ଖାଦ୍ୟ ଭାବେ ଗ୍ରହଣ କରାଯାଏ । ଆମେ କିନ୍ତୁ ଯେତେଦୂର ସମ୍ଭବ ଏମାନଙ୍କୁ ଖାଦ୍ୟ ଠାରୁ ଦୂରେଇ ରଖୁ । ଏମାନେ ଦଳଗତ ଭାବେ ରୁହନ୍ତି । ଯଦି ଏକା ରହିବେ ତେବେ ଖୁବ୍‌ ଶୀଘ୍ର ସେମାନଙ୍କୁ ରୋଗ ଗ୍ରାସ କରେ । ଅବଶ୍ୟ ଏମାନେ ଖୁବ୍‌ କମ୍‌ ଦିନ ବଞ୍ଚିଥାନ୍ତି ।

ନୂଆ ଗୋଡ଼ ଜନ୍ମ ନେଇଥାଏ

ଅସରପା ଠାରେ ଆଉ ଏକ ବିଚିତ୍ର କଥା ଦେଖିବାକୁ ମିଳେ। ଏମାନଙ୍କ ଗୋଡ଼ ଭାଙ୍ଗି ଗଲେ ସେଠାରେ ପୁଣି ନୂଆ ଗୋଡ଼ ଜନ୍ମ ନେଇଥାଏ । ତେବେ ଏମାନେ ରହୁଥିବା ଜାଗାରେ ପ୍ରାୟ ୩୩ ପ୍ରକାରର ଜୀବାଣୁ ରହିଥାନ୍ତି । ଯାହାଫଳରେ ପିଲାଙ୍କ ଆଲର୍ଜି ଠାରୁ ଆରମ୍ଭ କରି ଶ୍ୱାସ ଆଦି ଭଳି ବିଭିନ୍ନ ପ୍ରକାର ରୋଗ ଦେଖାଦିଏ ।
ତଳେ ଚାଲିବା, ପାଣିରେ ପହଁରିବା ସହ ଏହା ନିଜର ପକ୍ଷୀ ଦ୍ୱାରା କିଛି ବାଟ ଉଡ଼ି ପାରେ । ଏହି ଜୀବ ଆଲକାହଲ୍‌ ପ୍ରତି ଆକର୍ଷିତ ହୋଇଥାଏ । ସତରେ ଅସରପା ଏକ ଅଜବ ଜୀବ ନୁହେଁ କି ?

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

12 seconds ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

2 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

42 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

57 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago