ଏହି କୁକୁର ଏକୁଟିଆ ସମ୍ଭାଳୁଛି ମାଲିକର ପୂରା ଦୋକାନ, ପଇସା ହିସାବରେ ଟିକେ ବି କରୁନି ଭୁଲ !

କୁହାଯାଏ, ପଶୁ ମଣିଷଠାରୁ ଅଧିକ ଭରସା ବା ବିଶ୍ୱାସଯୋଗ୍ୟ ପ୍ରାଣୀ। ଯଦି କୁକୁରର କଥା ଉଠେ, ତେବେ ଏହାକୁ ତ ପଶୁମାନଙ୍କ ଭିତରେ ସବୁଠୁ ଅଧିକ ବୋଧଗମ୍ୟ ପ୍ରାଣୀ ଭାବେ ଗଣାଯାଏ। ଆଜି ଆମେ ଆପଣଙ୍କୁ ଏମିତି ଏକ କୁକୁର ବିଷୟରେ କହିବାକୁ ଯାଉଛୁ, ଯିଏ ଏକୁଟିଆ ନିଜ ମାଲିକର ପୂରା ଦୋକାନ ସମ୍ଭାଳୁଛି। ଏହି କଥା ଉପରେ ହୁଏତ ଆପଣଙ୍କର ବିଶ୍ୱାସ ହୋଇ ନ ପାରେ, କିନ୍ତୁ କଥାଟି ସତ।

dds

କୁକୁରର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି। କୁକୁରର ନାଁ ‘କେନ କୁନ’। ଏହାର ମାଲିକର ଜାପାନରେ ଏକ ସ୍ୱିଟ ପଟାଟୋ ଦୋକାନ ଅଛି। ଦୋକାନକୁ ଏହି କୁକୁର ଚଲାଉଛି। କୁକୁର ଚଲାଉଥିବାରୁ ଏଠାକୁ ଅଧିକ ସଂଖ୍ୟକ ଗ୍ରାହକ ଆସୁଛନ୍ତି। କନ୍ଦମୂଳ କିଣିବାକୁ ଆସୁଥିବା ଲୋକେ କେନ କୁନର ଗଳାରେ ପଇସା ବାନ୍ଧି କନ୍ଦମୂଳ ନେଇ ଯାଉଛନ୍ତି।

 

de

s

ଦୋକାନ ବାହାରେ ଏକ ପୋଷ୍ଟର ଲଗାହୋଇଛି, ଯେଉଁଥିରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି, ‘କାହିଁକି ନା ମୁଁ ଏକ କୁକୁର, ମୁଁ ଆପଣଙ୍କୁ ମାଗଣା ପଇସାରେ ଦେଇପାରିବି ନାହିଁ’। ୩ ବର୍ଷର କେନ କୁନର ଚଲାକି ଲୋକଙ୍କୁ ଖୁବ ପସନ୍ଦ ଆସିଛି। ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। କେବଳ ଏତିକି ନୁହେଁ, ଏହି କୁକୁର ମଣିଷ ଭଳି ଦୁଇ ଗୋଡ଼ରେ ଛିଡ଼ା ହୋଇ ଗ୍ରାହକଙ୍କୁ ଅପେକ୍ଷା କରି ରହିଥାଏ। ତେବେ କିଛି ଲୋକ କୌଣସି ଜିନିଷ ନ କିଣିଲେ ମଧ୍ୟ କୁକୁରକୁ ଦେଖିବା ପାଇଁ ନିଶ୍ଚୟ ଆସନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.