ସୂର୍ଯ୍ୟଠାରୁ ହଜାର ଗୁଣ ବଡ଼ ତାରକାରେ ହେବାକୁ ଯାଉଛି ବିସ୍ଫୋରଣ, ଖାଲି ଆଖିରେ ଦେଖିପାରିବେ ବିଶ୍ୱବାସୀ

ଆକାଶଗଙ୍ଗାର ସବୁଠାରୁ ଉଜ୍ଜଳ ତାରକା ମଧ୍ୟରୁ ଅନ୍ୟତମ ‘ବିଟଲଗ୍ୟୁଜ୍‌’ ଏବେ ନିଜ ଚମକ ହରାଇବାକୁ ବସିଛି। ବିଟଲଗ୍ୟୁଜ ଓରିୟନ୍‌ ତାରାମଣ୍ଡଳର ଏକ ଲାଲ ରଙ୍ଗର ତାରା। ଏହି ତାରା ଏବେ ସୁପରନୋଭା ଫେଜ୍‌ ଆଡକୁ ଦ୍ରୁତ ଗତିରେ ମାଡ଼ିଚାଲିଛି। ଏଥିରେ ବିସ୍ଫୋରଣ ହେବା ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ ସୁପରନୋଭା ଏକ ଶକ୍ତିଶାଳୀ ତାରକୀୟ ବିସ୍ଫୋରଣ, ଏହା ଦ୍ୱାରା ତାରା ସବୁଦିନ ପାଇଁ ବିଲୀନ ହୋଇଯାଏ।

Image result for star blast

ରିପୋର୍ଟ ମୁତାବକ ଗତ କିଛି ମାସ ହେଲା ବିଟଲଗ୍ୟୁଜ୍‌ର ଉଜ୍ଜଳତା କମ୍‌ ହେବା ଯୋଗୁ ଏହା ୧୨ତମ ଉଜ୍ଜଳ ତାରକା ସ୍ଥାନରୁ ଖସି ୨୦ ତମ ସ୍ଥାନରେ ପହଞ୍ଚିଛି। ପୃଥିବୀଠାରୁ ୬୪୨.୫ ଆଲୋକବର୍ଷ ଦୂରରେ ଥିବା ଏହି ତାରାରେ ବିସ୍ଫୋରଣ ହେଲେ ବିଶ୍ୱବାସୀ ଏହାକୁ ଖାଲି ଆଖିରେ ମଧ୍ୟ ଦେଖିପାରିବେ।

Image result for star blast

ବେଲେନୋଭା ବିଶ୍ୱବିଦ୍ୟାଳୟର ଜଣେ ମହାକାଶ ବିଜ୍ଞାନୀ କହିଛନ୍ତି ଯେ ବିଟଲଗ୍ୟୁଜ୍‌ ୪୩୦ ଦିନ ମଧ୍ୟରେ ଉଜ୍ଜଳତା ହରାଇପାରେ। ସେ କହିଛନ୍ତି ଯେ ଯଦି ଆମ ଅନୁମାନ ଠିକ୍‌ ହୁଏ ତେବେ ବିଟଲଗ୍ୟୁଜ୍‌ ଫେବ୍ରୁଆରୀ ୨୧ ତାରିଖରେ ନିଜ ଚମକ ହରାଇବ।

Image result for star blast

ମହାକାଶ ବିଜ୍ଞାନୀଙ୍କ କହିବାନୁସାରେ ବିଟଲଗ୍ୟୁଜ୍‌ ଏବେ ନିଜ ଅସ୍ତିତ୍ୱ ହରାଇବାକୁ ଯାଉଛି। ସୂର୍ଯ୍ୟଙ୍କ ତୁଳନାରେ ଏହି ତାରକା ହଜାର ଗୁଣ ବଡ଼। ଏହି ତାରକା ଯଦି ଆମ ସୌରମଣ୍ଡଳରେ ପ୍ରବେଶ କରିବ ତେବେ ବୃହସ୍ପତି ଠାରୁ ମଧ୍ୟ ବଡ଼ ହୋଇଯିବ। ଏହି କାରଣରୁ ଏହାକୁ ‘ସୁପର ଜ୍ୟାଣ୍ଟସ୍‌’ ମଧ୍ୟ କୁହାଯାଉଛି। ଏଭଳି ତାରା ଖୁବ୍‌ ତୀବ୍ର ବେଗରେ ଗତି କରେ ଓ ବିସ୍ଫୋରଣ ପରେ ବିଲୀନ ହୋଇଯାଏ ବୋଲି ମହାକାଶ ବିଜ୍ଞାନୀ କହିଛନ୍ତି।