ଏଲିୟନ ହେବା ନିଶାରେ ନିଜ ଶରୀରର ଅଙ୍ଗ କାଟି ଦେଲେ ୩୩ ବର୍ଷୀୟ ଯୁବକ, ଦେଖନ୍ତୁ ଫଟୋ

ଦୁନିଆରେ ଏକରୁ ଅଧିକ ଅଦ୍ଭୁତ ଲୋକ ଅଛନ୍ତି। ଲୋକମାନେ ଭିନ୍ନ ଦେଖାଯିବା ପାଇଁ କିଛି ବି କରିପାରନ୍ତି ।ସୁନ୍ଦର ହେବାକୁ ଇଚ୍ଛା କରି କିଛି ଲୋକ ପ୍ଲାଷ୍ଟିକ୍ ସର୍ଜରୀ ମଧ୍ୟ କରନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ଜଣେ ବ୍ୟକ୍ତିଙ୍କର ଏଲିୟନ ହେବାର କ୍ରେଜ୍ ମଧ୍ୟ ଥାଇପାରେ ? ଏହି କ୍ରେଜ୍ ଏପରି ଯେ ସେ ନିଜ ନିଜ ଶରୀରର ଆବଶ୍ୟକୀୟ ଅଙ୍ଗଗୁଡ଼ିକୁ ମଧ୍ୟ କାଟି ଦେଇଛନ୍ତି । ହଁ, ଆଜ୍ଞା ଫ୍ରାନ୍ସର ଜଣେ ବ୍ୟକ୍ତି ଏଲିୟନ ହେବା ପାଇଁ ସେ ନାକ କାଟି ଦେଇଥିଲେ । କେବଳ ଏତିକି ନୁହେଁ, ବ୍ୟକ୍ତି ଜଣକ ତାଙ୍କ ହାତର କିଛି ଆଙ୍ଗୁଠି ଏବଂ ଉପର ଓଠ ମଧ୍ୟ କାଟି ଦେଇଛନ୍ତି।

ଫ୍ରାନ୍ସର ବାସିନ୍ଦା ଆନ୍ଥୋନୀ ଲଫ୍ରେଡୋ ବହୁ ପୂର୍ବରୁ ଏକ ଏଲିୟନ ହେବାର ଇଛା ରଖି ଥିଲେ । ଏହି ଚକ୍କରରେ ସେ ପ୍ରଥମେ ତାଙ୍କ ମୁହଁର ଅତ୍ୟାବଶ୍ୟକ ଅଂଶ କାଟି ଦେଇଥିଲେ । ତାଙ୍କ ହାତକୁ ଏକ ଅଜବ ଖଣ୍ଡ ଭଳି ଦେଖାଯିବା ପାଇଁ ଏଥର ସେ ତାଙ୍କର ଦୁଇ ଆଙ୍ଗୁଳି କାଟି ଦେଇଛନ୍ତି, ଯେଉଁଥିପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି । ଏହି ଫଟୋ ଦେଖିଲେ ଲାଗୁଛି ସତରେ ଏ ଆମ ଜୀବଜଗତର କେଉଁ ପ୍ରଜାତିର ପ୍ରାଣୀ । ଗୋଡ଼ହାତ ସବୁକୁ ଦେଖିଲେ ମଣିଷ ପରି ଲାଗୁଛି ତଥାପି କ’ଣ କହିହେବ ଯେ ହେଉଛନ୍ତି ଜଣେ ମଣିଷ । ଆସନ୍ତୁ ଜାଣିବା ଆନ୍ଥୋନୀ ଲୋଫ୍ରେଡୋ ଗୋଟେ ଏଲିୟନ ହେବା ପାଇଁ ନିଜର କେଉଁ ଅବସ୍ଥା କରିଛନ୍ତି ।

anthony-loffredo

ଆପଣଙ୍କ ସାମନରେ ଥିବା ଏହି ଭୟାନକ ଚେହେରାକୁ ଅଙ୍କା ଯାଇନାହିଁ କି ଚିତ୍ର କରାଯାଇନାହିଁ । ଏହି ବ୍ୟକ୍ତିଜଣକ ତାଙ୍କ ହାଡ଼ମାଂସକୁ ସର୍ଜରି କରି ଏଭଳି ଏଲିଏନ କରି କରିଦେଇଛନ୍ତି । ୩୩ ବର୍ଷ ବୟସ୍କ ଆନ୍ଥୋନୀ ଲୋଫ୍ରୋଡୋ ଙ୍କୁ ଏଲିୟନ ହେବା ନିଶା ଏମିତି ଧରିଲା । ଯେ ଏଥିପାଇଁ ସେ ନିଜ ମୁହଁର କିଛି ଜରୁରୀ ଅଙ୍ଗ କାଟି ଦେଇଥେôଲ । ପରେ ସେ ମେକ୍ସିକୋ ଯାଇ ଏକ ସଜର୍ରୀ କରାଇଛନ୍ତି । ଏଲିୟନ ଇଚ୍ଛା ପୁରଣ କରିବାକୁ ସେ ପୁରା ଶରୀରରେ କଳା ଟାଟୁ ମଧ୍ୟ କରିଛନ୍ତି । ବ୍ଲାକ ଏଲିୟନ ହେବାକୁ ସେ ଅନେକ ସଜର୍ରୀ ମଧ୍ୟ କରିଛନ୍ତି । କେବଳ ଶରୀରରେ ନେୁହଁ ବରଂ ଆଖିରେ ମଧ୍ୟ ସେ ଟାଟୁ କରିଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ସେ ଆହୁରି କିଛି ସଜର୍ରୀ କରାଇ ନିଜକୁ ବ୍ଲାକ ଏଲିୟନରେ ପରିଣତ କରିବେ। ପୂବର୍ରୁ ଆନ୍ଥୋନୀ ସିକ୍ୟୁରିଟି ଗାର୍ଡ ଚାକିରୀ କରୁଥଲେ । କିନ୍ତୁ ଏହି ଚାକିରିରେ ସେ ଖୁସି ନଥିଲେ । ଏହାପରେ ସେ ସିକ୍ୟୁରିଟି ଗାର୍ଡ ଚାକିରୀ ଛାଡି ଦେଲେ ଓ ଅଷ୍ଟ୍ରେଲିଆ ଚାଲିଗଲେ । ଏହାପେର ସେ ନିଜକୁ ଏଭଳି ବଦଳାଇବାକୁ ଆରମ୍ଭ କରିଥଲେ । ଏବେ ସେ ସମ୍ପୂର୍ଣ୍ଣ ବଦଳି ସାରିଛନ୍ତି ।

Leave A Reply

Your email address will not be published.