‘ମୋର ବୟଫ୍ରେଣ୍ଡ ହେଲେ ଦେବି ୫୭ ଲକ୍ଷ ଟଙ୍କା ଦରମା’! ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଅଜବ ଲଭ୍‌ ଷ୍ଟୋରୀ

ଆପଣ ଅନେକ ପ୍ରକାରର ଲଭ୍‌ ଷ୍ଟୋରୀ ବିଷୟରେ ଶୁଣିଥିବେ। କିନ୍ତୁ କ’ଣ କେବେ ଶୁଣିଛନ୍ତି କି, କୌଣସି ଯୁବତୀ ତାଙ୍କ ବୟଫ୍ରେଣ୍ଡ ହେବା ପାଇଁ କାହାକୁ ଦରମା ବି ଦେଇପାରନ୍ତି। ସ୍କଟ୍‌ଲାଣ୍ଡରେ ରହୁଥିବା ଏହି ଯୁବତୀଙ୍କ ନାମ ଜେନ୍‌ ପାର୍କ ବୋଲି କୁହାଯାଉଛି। ନିକଟରେ ଯୁବତୀ ନିଜ ବୟଫ୍ରେଣ୍ଡଙ୍କ ସହିତ ଏକ ଭିଡିଓ ସେୟାର କରି ନିଜର ଲଭ୍‌ ଷ୍ଟୋରୀ ବିଷୟରେ କହିଥିଲେ। ସେହି ସମୟରେ ଯୁବତୀ ଅନେକ ଚର୍ଚ୍ଚା ସାଉଁଟିଥିଲେ।

ସେତେବେଳେ ଯୁବତୀ କହିଥିଲେ କି, ଯିଏ ବି ତାଙ୍କ ବୟଫ୍ରେଣ୍ଡ ହେବେ, ସେ ତାଙ୍କୁ ପୂରା ବର୍ଷରେ ୫୭ ଲକ୍ଷ ଟଙ୍କା ଦରମା ଆକାରରେ ପ୍ରଦାନ କରିବେ। ଏଥିପାଇଁ ଯୁବତୀ ଏକ େଓ୍ଵବ୍‌ସାଇଟ ମଧ୍ୟ ଡିଜାଇନ୍‌ କରିଥିଲେ, ଯେଉଁଠି ଅନେକ ଲୋକ ଆପ୍ଲାଏ ବି କରିଥିଲେ।

୨୦୧୩ରେ ୧୭ ବର୍ଷୀୟା ଜେନ୍‌ ୯.୫ କୋଟି ଟଙ୍କାର ଲଟେରୀ ଜିତିଥିବା ସବୁଠାରୁ କମ୍‌ ବୟସ୍କା ଯୁବତୀ ହୋଇ ପାରିଥିଲେ। ଏବେ ପୁଣିଥରେ ସେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଟିକ୍‌ଟକରେ ନିଜ ପ୍ରେମିକଙ୍କ ସହ ଏକ ଭିଡିଓ ସେୟାର କରି ଯୁବତୀ କହିଛନ୍ତି କି, ତାଙ୍କୁ ତାଙ୍କ ପ୍ରେମ ମିଳି ଯାଇଛି। କହି ରଖୁଛୁ, ଏବେ ଜେନ୍‌ଙ୍କୁ ୨୬ ବର୍ଷ ବୟସ। ସେ ଜଣେ ମଡେଲ ସହିତ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ମଧ୍ୟ। ଲୋକମାନଙ୍କୁ ତାଙ୍କ ଗ୍ଲାମରସ ଫଟୋଗୁଡ଼ିକ ବେଶ୍‌ ପସନ୍ଦ ଆସିଥାଏ।

ସୋସିଆଲ ମିଡିଆରେ ଯୁବତୀ ଏବଂ ତାଙ୍କ ପ୍ରେମିକଙ୍କ ଭିଡ଼ିଓ ଖୁବ୍‌ ଭାଇରାଲ ହେଉଛି। ପ୍ରଥମରୁ ଲୋକଙ୍କୁ ଲାଗୁଛି ଯେ ଏହି ଯୁବକ ଜେନ୍‌ଙ୍କର ଜଣେ ଫ୍ୟାନ୍‌ ହୋଇଥିବେ, କିନ୍ତୁ ପରେ ଜେନ୍‌ ଏ କଥା ଖୁଲାସା କରୁଛନ୍ତି ଯେ ସେ ତାଙ୍କ ବୟଫ୍ରେଣ୍ଡ। ଭାଇରାଲ ଭିଡିଓରେ ଦୁହେଁ କେତେବେଳେ ବାଥ୍‌ଟବରେ ନଜର ଆସୁଛନ୍ତି ତ କେତେବେଳେ ପରସ୍ପରକୁ କିସ୍‌ କରୁଥିବାର ଦେଖା ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.