ବିନା ମୂର୍ତ୍ତିରେ ଏହି ମନ୍ଦିରରେ ହୋଇଥାଏ ଅମ୍ବାଜୀଙ୍କ ପୂଜା, ଆଖିରେ ପଟି ବାନ୍ଧି କରାଯାଏ ପୂଜାର୍ଚ୍ଚନା

ଗୁଜୁରାଟର ବଣାସକାଣ୍ଠାରେ ଅବସ୍ଥିତ ମାଆ ଅମ୍ବାଜୀ ମନ୍ଦିର। ଦେଶର ସବୁଠୁ ପ୍ରମୁଖ ମନ୍ଦିର ମଧ୍ୟରୁ ଏହା ହେଉଛି ଏକ। ଏହି ମନ୍ଦିର ଖାସ୍‌ ରୂପେ ଦୁର୍ଗା ମାତା ମାନେ ଅମ୍ବା ଦେବୀଙ୍କୁ ସମର୍ପିତ କରାଯାଇଛି। ଏହି ମନ୍ଦିରକୁ ନେଇ ମଧ୍ୟ ଅନେକ ଧାର୍ମିକ ମାନ୍ୟତା ରହିଛି। କୁହାଯାଏ କି ଏହି ସ୍ଥାନରେ ମାତା ସତୀଙ୍କ ହୃଦୟ ପଡ଼ିଥିଲା। ତେଣୁ ଏହି ମନ୍ଦିରକୁ ୫୧ ଶକ୍ତି ପୀଠ ମଧ୍ୟରୁ ଏକ। କିନ୍ତୁ ଏହି ମନ୍ଦିର ଅନ୍ୟ ମନ୍ଦିରଠୁ ରହିଛି ବହୁତ ସ୍ୱତନ୍ତ୍ର।

ଅମ୍ବାଜୀଙ୍କ ଏହି ପ୍ରସିଦ୍ଧ ମନ୍ଦିରରେ ଗର୍ଭଗୃହରେ ମାତାଙ୍କର କୌଣସି ପ୍ରତିମା ନାହିଁ। ବରଂ ଏହା ସ୍ଥାନରେ ମନ୍ଦିରରେ ଥିବା ଶ୍ରୀ ଚକ୍ରକୁ ପୂଜା କରାଯାଏ। ଆଉ ଏକ ବିଶେଷତ୍ୱ ରହିଛି ଯେ ଏହି ମନ୍ଦିରରେ ଯେଉଁ ପବିତ୍ର ଶ୍ରୀଯନ୍ତ୍ର ରହିଛି ତାକୁ ଖାଲି ମାନେ ସାମାନ୍ୟ ଆଖିରେ ଆପଣ ଦେଖିପାରିବେ ନାହିଁ। ଏମିତିରେ ଆପଣ କ୍ୟାମେରାରେ ଫଟୋ ମଧ୍ୟ ନେଇପାରିବେ ନାହିଁ। ତେବେ ମନ୍ଦିରରେ ଏହି ଯନ୍ତ୍ରର ପୂଜା ଆଖିକୁ ବନ୍ଦ କରି କରାଯାଇଥାଏ। ଅମ୍ବାଜୀଙ୍କ ଏହି ମନ୍ଦିର ଗବ୍ଦର ପାହାଡ଼ ଉପରେ ରହିଛି। ଯେଉଁଠାକୁ ଯିବା ପାଇଁ ହେଲେ ଭକ୍ତଙ୍କୁ ୯୯୯ ପାହାଚ ଚଢ଼ିବାକୁ ପଡ଼େ।

ମାତାଙ୍କର ଏହି ପବିତ୍ର ମନ୍ଦିର ଗୁଜୁରାତ ଏବଂ ରାଜସ୍ଥାନର ସୀମାରେ ରହିଛି। ମନ୍ଦିରଟି ଅଛି ବଣାସକାଣ୍ଠାର ଦାନ୍ତା ତାଲୁକା ଅଞ୍ଚଳରେ ଥିବା ଗବ୍ଦର ପାହାଡ଼ ଉପରେ । ପ୍ରତିବର୍ଷ ଶ୍ରଦ୍ଧାଳୁ ମାନେ ହଜାର ହଜାର ସଂଖ୍ୟାରେ ଏଠାକୁ ଆସି ମାତାଙ୍କର ଦର୍ଶନ କରିଥାନ୍ତି। ବିଶେଷ ଭାବେ ଭାଦ୍ରବ ପୂର୍ଣ୍ଣିମା, ନବରାତ୍ରି ଓ ଦୀପାବଳି ସମୟରେ ଭକ୍ତଙ୍କର ଭିଡ଼ ଜମିଥାଏ। ଏହି ସ୍ଥାନ ଆରାବଳୀ ପର୍ବିତର ଘନ ଜଙ୍ଗଲ ମଧ୍ୟରେ ଘେରି ରହିଛି। ଯାହା ପର୍ଯ୍ୟଟକଙ୍କୁ ନିଜ ପାଖକୁ ଆକୃଷ୍ଟ କରିଥାଏ । ପ୍ରାକୃତିକ ପରିବେଶ ଓ ଆଧ୍ୟାତ୍ମିକ ବାତାବରଣ ଶ୍ରଦ୍ଧାଳୁଙ୍କ ମନକୁ ଶାନ୍ତ କରିଦିଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.