ଗାଡ଼ି ଭଳି ଏରୋପ୍ଲେନକୁ ଲୋକେ ପଛରୁ ମାରିଲେ ଧକ୍କା, ଭିଡ଼ିଓ ହେଲା ଭାଇରାଲ

ସାଧାରଣତଃ ଗାଡ଼ି ଷ୍ଟାର୍ଟ ନ ହେଲେ ଅନେକ ଥର ପଛରୁ ଧକ୍କା ମାରିବାକୁ ପଡ଼ିଥାଏ। କିନ୍ତୁ ଆପଣ କେବେ ଏରୋପ୍ଲେନକୁ ପଛରୁ ଧକ୍କା ମାରିବା କଥା ଶୁଣିଛନ୍ତି ନା ଦେଖିଛନ୍ତି। ଏଦୁନିଆରେ ସବୁକିଛି ସମ୍ଭବ।ଦେଖନ୍ତୁ ଏହି ଭିଡ଼ିଓ.. ଆଶ୍ଚର୍ଯ୍ୟ ଲାଗୁ ଥିଲେ ବି ଘଟଣାଟି ପୁରା ସତ।

 

ଏହି ଦୃଶ୍ୟଟି ଯାହା କ୍ୟାମେରାରେ କଏଦ ହୋଇଛି ,  ସ୍ଥାନ ଟି ହେଉଛି ନେପାଳର।  ସୋସିଆଲ ମିଡ଼ିଆରେ ଏହା ଖୁବ ଭାଇରାଲ ହେଉଛି। ଲୋକେ ଏହାକୁ ଖୁବ ପସନ୍ଦ କରୁଛନ୍ତି। ଏହି ଭିଡ଼ିଓରେ ଲୋକମାନେ ଏରୋପ୍ଲେନକୁ ଧକ୍କା ମାରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଉଛନ୍ତି। ନେପାଳର ବାଜୁରା ଏୟାରପୋର୍ଟର ଏହି ଭିଡ଼ିଓ। ଯେଉଁଠି ତାରା ଏରୋପ୍ଲେନ 9N-AEV କୁ ଲୋକମାନେ ଧକ୍କା ମାରୁଥିବାର ଭିଡ଼ିଓ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଏୟାରପୋର୍ଟରେ ତାରା ଏରୋପ୍ଲେନ ଲ୍ୟାଣ୍ଡିଂ କରିବା ସମୟରେ ଏହାର ପଛ ଟାୟାର ଫାଟିଯାଇଥିଲା। ଏହା କାରଣରୁ ପ୍ଲେନଟି ରନେଓ୍ଵରୁ ହଟିପାରୁନଥିଲା।

ଏହି କାରଣ ପାଇଁ ଅନ୍ୟ ବିମାନ ବା ପ୍ଲେନ ରନେଓ୍ଵରେ ଲ୍ୟାଣ୍ଡିଂ କରିପାରୁନଥିଲା। ଏଥିପାଇଁ ଅନେକ ସମସ୍ୟା ହେଉଥିଲା। ପୁରା ରନେଓ୍ଵକୁ ସେହି ବିମାନ ଘେରି ରହିଥିଲା। ଏହାପରେ ଏୟାରପୋର୍ଟ ସୁରକ୍ଷାକର୍ମୀ ବିମାନକୁ ଧକ୍କା ମାରି ସାଇଡକୁ ନେବା ପାଇଁ ଚେଷ୍ଟା କରିଥିଲେ।ପାଖାପାଖି ୨୦ ଲୋକ ଏହି ବିମାନକୁ ପଛରୁ ଧକ୍କା ମାରୁଥିଲେ । ନେପାଳ ଏୟାରପୋର୍ଟର ଏହି ଭିଡ଼ିଓ ଏବେ ସୋସିଆ ମିଡ଼ିଆ ପ୍ଲାଟ ଫର୍ମରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖି ଲୋକମାନେ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି ।

Leave A Reply

Your email address will not be published.