ହଠାତ୍‌ ଘରର ଛାତ ଫାଡ଼ି ପଦାକୁ ବାହାରି ଆସିଲା କେଶ ଥିବା ମଣିଷ ମୁଣ୍ଡ, ଭୟରେ ଥରି ଘରୁ ଦୌଡ଼ି ପଳାଇଲେ ଦମ୍ପତି, ଆଉ ତା’ ପରେ…

ଦୁନିଆରେ ବିଭିନ୍ନ ପ୍ରକାରର ଅଜବ ଜିନିଷ ଦେଖିବାକୁ ମିଳିଥାଏ। କିଛି ଜିନିଷ ତ ବହୁତ ଆଶ୍ଚର୍ଯ୍ୟଜନକ ହୋଇଥାଏ। ପ୍ରଥମ ଥର ଏହାକୁ ଦେଖିଲେ ଆମେ କନ୍‌ଫ୍ୟୁଜ୍‌ ହୋଇଯାଇଥାଉ। ଏମିତି ହିଁ ଏକ କନ୍‌ଫ୍ୟୁଜିଙ୍ଗ୍‌ ସ୍ଥିତି ଚୀନରୁ ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଏକ ଦମ୍ପତି ନିଜ ଘରର ଛାତରେ ଯାହା ଦେଖିଲେ, ତାହାକୁ ଦେଖିଲେ ଜଣେ ସାଧାରଣ ମଣିଷର ହାର୍ଟ ଆଟାକ୍‌ ଆସିଯିବ। ଘରର ଛାତ ଫଟେଇ ହଠାତ୍‌ ପୁଳାଏ କେଶ ଥିବା ମଣିଷ ମୁଣ୍ଡ ପଦାକୁ ବାହାରି ଆସିଥିଲା। ପ୍ରଥମେ ଦମ୍ପତି ଭୟଭୀତ ହୋଇ ଘରୁ ଦୌଡ଼ି ପଳାଇଥିଲେ, କିନ୍ତୁ ପରେ ଯେତେବେଳେ ସେମାନେ ସାହସ ବାନ୍ଧି ଘଟଣା ସମ୍ପର୍କରେ ଜାଣିବାକୁ ଚାହିଁଲେ, ତ ପୂରା ମାମଲା ବୁଝା ପଡ଼ିଥିଲା।

ମାମଲା ଚୀନର ଗୁଇଝୋଉ ଅଞ୍ଚଳରୁ ଅଗଷ୍ଟ ୨୭ରେ ସାମ୍ନାକୁ ଆସିଛି। ଏଠାରେ ଦମ୍ପତି ନିଜ ଘରର ଡ୍ରଇଂ ରୁମ୍‌ରେ ଏହି ମଣିଷ ମୁଣ୍ଡ ଦେଖିବାକୁ ପାଇଥିଲେ। ଘଟଣାରୁ ଜଣାପଡ଼ିଛି, ଛାତରେ ୮ ଇଞ୍ଚ ଚଉଡ଼ାର ଏକ କଣା ଥିଲା, ଯାହାକୁ ଭେଣ୍ଟିଲେଶନ ପାଇଁ ଛଡ଼ା ଯାଇଥିଲା। କିନ୍ତୁ ଘରେ ରହୁଥିବା ଦମ୍ପତିଙ୍କ ଝିଅ ମଜାରେ ମଜାରେ ସେହି କଣା ଭିତରେ ନିଜ ମୁଣ୍ଡ ପୂରାଇ ଦେଇଥିଲା। ତାକୁ ଜଣା ନ ଥିଲା କି, ତା’ ମୁଣ୍ଡ ଭିତରେ ଫସି ରହିଯିବ।

ଏବେ ଏହି ପୂରା ଘଟଣାର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓକୁ ଘରେ ରେସ୍‌କ୍ୟୁ ପାଇଁ ଆସିଥିବା ଫାୟରଫାଇଟର୍ସ ରେକର୍ଡ କରିଥିଲେ। ତେବେ ଜଣେ କ୍ରୁ ମେମ୍ବର ଛାତର ଅନ୍ୟପଟୁ ଝିଅର ମୁଣ୍ଡକୁ ଠେଲି ବାହାର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅସଫଳ ରହିଥିଲେ। ପରେ ଛାତ ଭାଙ୍ଗିବାକୁ ଚେଷ୍ଟା କରାଯାଇଥିଲା, ତଥାପି ଲାଭ ମିଳି ନ ଥିଲା। ଶେଷରେ ମୁଣ୍ଡରେ ତେଲ ଲଗାଯାଇ ତାକୁ ବାହାରୁ ଠେଲା ଯାଇଥିଲା, ତ ମୁଣ୍ଡ ବାହାରି ଆସିଥିଲା। ଝିଅଟିକୁ ଉଦ୍ଧାର କରିବାରେ ୪୦ ମିନିଟ୍‌ ସମୟ ଲାଗିଥିଲା। ଉଦ୍ଧାର ପରେ ତାକୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଯାଞ୍ଚ ପରେ ଝିଅର ନାକରେ ଆଘାତ ଚିହ୍ନ ଦେଖିବାକୁ ମିଳିଥିଲା, ଯଦିଓ ଶରୀରର ଅନ୍ୟ କେଉଁଠି ଆଘାତ ଲାଗିନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.