ସ୍ପେଶାଲ

ଦୁଇଟି କିଡନୀ ହରାଇ ଶଯ୍ୟାସାୟୀ ସତ୍ୟସାର୍ଥକ, ସାହାଯ୍ୟ ଅପେକ୍ଷାରେ ଅସହାୟ ପରିବାର

ଜଗତସିଂହପୁର(କେନ୍ୟୁଜ): କାନ୍ଥରୁ ଲିଭିନି ବାହାଚିତା । ସତ୍ୟସାର୍ଥକ ସହିତ ଝିଲିନା । ଏଇତ ବିବାହକୁ ଅଢେଇ ବର୍ଷ ହେଲା । ହେଲେ ଖୁସିର ସଂସାରରେ ଲାଗିଗଲା କାହା ନଜର । ଘରେ ବୃଦ୍ଧ ବାପା, ସ୍ତ୍ରୀ ଓ ୧୩ ମାସର ଝିଅଙ୍କୁ ନେଇ ସତ୍ୟସାର୍ଥକଙ୍କ ପରିବାର । ହେଲେ ଏପଟେ କିନ୍ତୁ ରୋଗ ଶଯ୍ୟାରେ ଛଟପଟ ଘରର ଏକମାତ୍ର ରୋଜଗାରିଆ ପୁଅ । ଦୁଇଟିଯାକ କିଡନୀ ହରାଇ ହୋଇଛନ୍ତି ଶଯ୍ୟାସାୟୀ । କିଡନୀ ଟ୍ରାନ୍ସପ୍ଳାଣ୍ଟ ପାଇଁ ଅର୍ଥ ସାଜିଛି ବାଧକ । ବାପାର ଭରସା ପାଲଟିବା ପୁଅ ଏବେ ସେହି ବୁଢା ବାପାର ହାତକୁ ଅନେଇ ବସିଛି । ଏପଟେ ଅସହାୟ ଅବସ୍ଥାରେ ଘରେ ବୁଢା ବାପା ,ସ୍ତ୍ରୀ ଓ ୧୩ ମାସର ଝିଅ ଚାହିଁ ବସିଛନ୍ତି , କେଉଁଠୁ ଟିକେ ସାହାଯ୍ୟ ମିଳିଲେ ଭଲ କରିବେ ପୁଅକୁ ।

ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ନାଗପୁର ପଞ୍ଚାୟତର ନାଗପୁର ଗ୍ରାମରେ । ନାଗପୁର ଗ୍ରାମର ଶୁଭେନ୍ଦ୍ର ବିଶ୍ୱାଳଙ୍କ ଏକମାତ୍ର ରୋଜଗାରିଆ ପୁଅ ସତ୍ୟସାର୍ଥକ ବିଶ୍ୱାଳ । ଏବେ ଦୁଇଟି କିଡନୀ ହରାଇ ଘରେ ଶଯ୍ୟାସାୟୀ । ଚିକିତ୍ସା ପାଇଁ ମାସକୁ ପ୍ରାୟ ୨୦ରୁ ୨୨ ହଜାର ଟଙ୍କା ଦରକାର ପଡୁଥିବାବେଳେ, ଏତେ ଗୁଡାଏ ଟଙ୍କା କେଉଁଠୁ ଆଣିବେ ଭାବି ଭାବି ଭାଙ୍ଗିପଡୁଛନ୍ତି ସ୍ତ୍ରୀ ଓ ରୋଗୀଣା ବାପା । କେଉଁଠୁ ଟଙ୍କା ଆଣି, କେମିତି ଭଲ କରିବେ ଏହି ଚିନ୍ତାରେ ସେମାନଙ୍କର ସମୟ କଟୁଛି ।

ଯାହା ଜମିବାଡ଼ି ସୁନା ରୁପା ଥିଲା ତାହା ବିକି ଭାଙ୍ଗି ଖର୍ଚ୍ଚ କରିସାରିଲେଣି । ଏବେ ପରିବାର ଦିନେ ଖାଇଲେ ଦିନେ ଉପାସ ରହିବାକୁ ପଡୁଛି । ଡାକ୍ତର କହୁଛନ୍ତି କିଡନୀ ବଦଳା ହେଲେ ପୁଅ ବଞ୍ଚିବ । ଏଥିପାଇଁ ୨୦ ଲକ୍ଷ ଟଙ୍କା ପାଖାପାଖି ଖର୍ଚ୍ଚ ହେବ । ଯାହା ରୋଗୀଣା ବୁଢ଼ାବାପା ଓ ପତ୍ନୀଙ୍କ ପାଇଁ ଯୋଗାଡ କରିବା ଅସମ୍ଭବ । ଏପଟେ ସତ୍ୟସାର୍ଥକଙ୍କ ମା’ଙ୍କର ପୂର୍ବରୁ କରୋନାରେ ଦେହାନ୍ତ ହୋଇଥିବା ଜଣାପଡିଛି ।

ଏ ଦୁଃଖଦାୟକ ଘଟଣା ଯିଏ ଦେଖୁଛି ଓ ଶୁଣୁଛି ଆଖିରେ ଲୁହ ଆସିଯାଉଛି । ସତ୍ୟସାର୍ଥକ ଛତିଶଗଡ଼ ରାଜ୍ୟର ରାୟଗଡ ଜିଲ୍ଲାରେ ଗୋଟିଏ ଘରୋଇ ଷ୍ଟିଲ କମ୍ପାନୀରେ ଚାକିରି କରିଥିଲେ । ଯାହା କିଛି ରୋଜଗାର କରୁଥିଲେ ହସ ଖୁସୀରେ ସଂସାରର ରଥ ଗଡିଚାଲିଥିଲା । ସଵୁ କିଛି ଠିକ୍ ଠାକ୍ ଥିଲା ବେଳେ ଛଅ ମାସ ତଳେ ସତ୍ୟ ଘରକୁ ଆସିଥିଲେ ଭଉଣୀ ଘରକୁ ଭାର ଦେବା ପାଇଁ । ସେତେବେଳେ ସେ ଯାହା ଖାଇଲେ ହଠାତ୍ ବାନ୍ତି ହେଲା । ଆଉ ତାପରେ ଡାକ୍ତର ଦେଖାଇବାରୁ ଜଣାପଡିଲା ଦୁଇଟା ଯାକ କିଡିନୀ ଖରାପ ହୋଇସାରିଛି ।

କଟକରୁ ଭୁବନେଶ୍ଵର ବିଭିନ୍ନ ହସପିଟାଲରେ ଦେଖାଇବାପରେ ଡାକ୍ତର ସେହି କଥା କହୁଛନ୍ତି ଯେ କିଡନୀ ବଦଳା ହେଲେ ସତ୍ୟ ବଞ୍ଚିବେ । ସରକାରଙ୍କ ମାଳମାଳ ଯୋଜନା ଆଜି ଏମାନଙ୍କ ପାଇଁ ସାତସପନ । ମାସକୁ ଚାରି ଥର ଡାଇଲେସିସ ହେଉଛି ଏଥିପାଇଁ ଦରକାର ୨୦ ରୁ ୨୫ ହଜାର ଟଙ୍କା । କିନ୍ତୁ ଏତେ ଟଙ୍କା ଆସିଵ କେଉଁଠୁ । ସୁନା ଗହଣା,ଜମି ଯାହା ଥିଲା ତାକୁ ବିକି ସାରିଲେଣି । ସମ୍ୱଳ କହିଲେ ଭଙ୍ଗା ଆଜବେଷ୍ଟସ ଘର ଖଣ୍ଡେ । ସ୍ୱାମୀର ଏଭଳି ସ୍ଥିତିରେ ସ୍ତ୍ରୀ ଝିଲିନା ଏକମାତ୍ର ୧୩ ମାସର ଝିଅକୁ ମାମୁଁ ଘରେ ଛାଡ଼ିଦେଇଛନ୍ତି । ଯେଉଁଠି ଝିଅ କୁହୁ ବାପାକୁ ଝୁରି ହୋଇ କହୁଛି ମୁଁ ବାପା ପାଖକୁ ଯିବି।

ଏ ଦୁଃଖଦ ମୁହୂର୍ତ୍ତରେ ସତ୍ୟସାର୍ଥକ ଓ ତାଙ୍କ ପରିବାର କିଭଳି ସମୟ ଅତିବାହିତ କରୁଥିବେ ତାହା ଆପଣମାନେ ଅନୁଭବ କରିପାରୁଥିବେ ନିଶ୍ଚୟ । ଘଟଣାକୁ ହୃଦୟଙ୍ଗମ କରି ସତ୍ୟସାର୍ଥକର ଗ୍ରାମବାସୀ ସତ୍ୟସାର୍ଥକକୁ ଅକୁଣ୍ଠଚିତ୍ତରେ ସାହାଯ୍ୟ କରିବାକୁ ରାଜ୍ୟସରକାର ଓ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।

ଏହି ସମୟରେ ଯଦି ସତ୍ୟସାର୍ଥକଙ୍କୁ ସାହାଯ୍ୟ ନକରାଯାଏ ତେବେ ଅକାଳରେ ଏକ ଜୀବନ ଯିବା ସହିତ ଏହି ପରିବାରଟି ଉଜୁଡି ଯିବ । ଯଦି କେହି ସହୃଦୟ ଵ୍ୟକ୍ତି ସତ୍ୟସାର୍ଥକଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ତାହା ହେଲେ ଦିଆଯାଇଥିବା ବ୍ୟାଙ୍କର ସମ୍ପୂର୍ଣ୍ଣ ବିବରଣୀ ଓ ଫୋନପେରେ ସାହାଯ୍ୟ କରିପାରିବେ । ଆପଣଙ୍କ ସାହାଯ୍ୟ ସତ୍ୟସାର୍ଥକ ପାଇପାରିବେ ନୂଆ ଜୀବନ । ତେବେ ନଜର ପକାନ୍ତୁ ବ୍ୟାଙ୍କର ସମ୍ପୂର୍ଣ୍ଣ ବିବରଣୀ ଉପରେ।

ଠିକଣା -ସତ୍ୟସାର୍ଥକ ବିଶ୍ୱାଳ
ପିତା -ଶୁଭେନ୍ଦ୍ର ବିଶ୍ବାଳ
ଗ୍ରାମ -ନାଗପୁର
ବ୍ଲକ -ବାଲିକୁଦା
ଜ଼ିଲ୍ଲା -ଜଗତସିଂହପୁର
ବ୍ୟାଙ୍କ ଆକାଉଣ୍ଟ ନଂ-36703528221
ଆଇଏଫଏସସି ନଂ-SBIN0010915
MICRO No-75402525
CIF No-89709023466
ଫୋନ୍ ପେ ନଂ-6372888521

 

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago