କରୋନା ଭୟ ଥିବା ସତ୍ତ୍ୱେ ମଧ୍ୟ ଶେଷ ମୁହୂର୍ତ୍ତରେ ସ୍ତ୍ରୀକୁ ଏକୁଟିଆ ଛାଡିନଥିଲେ ବୃଦ୍ଧ, ମାସ୍କ ଏବଂ ପିପିଇ କିଟ୍‌ ପିନ୍ଧି କରିଥିଲେ ସାକ୍ଷାତ

କରୋନା ସଂକ୍ରମଣକୁ ଡରି ନିଜ ପରିବାର ଲୋକ ମଧ୍ୟ ହାତଛଡା କରିଦେଉଛନ୍ତି। ଏପରି ଅନେକ ଘଟଣା ଆପଣ ନିଶ୍ଚିତ ଦେଖିଥିବେ । କିନ୍ତୁ ଏମିତି ଏକ ଘଟଣା ଫ୍ଲୋରିଡାରେ ଘଟିଛି, ଯାହା ସମ୍ପର୍କର ମାନେ କ’ଣ ବୁଝାଇଦେବ। ସ୍ବାମୀ-ସ୍ତ୍ରୀର ସମ୍ପର୍କ ସାତ ଜନ୍ମପାଇଁ। ମୃତ୍ୟୁ ପାଖରେ ଥିଲେ ବି ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କୁ ଶେଷ ମୁହୂ୍ର୍ତ୍ତରେ ଏକା ଛାଡି ନଥିଲେ । କରୋନା କାଳରେ ଆକ୍ରାନ୍ତଙ୍କୁ ନିଜ ଲୋକମାନେ ଦେଖି ଭୟଭୀତ ହେଉଥିବାବେଳେ ଜଣେ ସ୍ବାମୀ ନିଜ ଆକ୍ରାନ୍ତ ସ୍ତ୍ରୀଙ୍କୁ ଶେଷ ମୁହୂର୍ତ୍ତରେ ତାଙ୍କ ପାଖରେ ରହିଥିଲେ । ଏପରି ଏକ ହୃଦୟବିଦାରକ ଘଟଣା ଆମେରିକାର ଫ୍ଲୋରିଡା ସହରରେ ଘଟିଛି ।

ଆମେରିକାର ଫ୍ଲୋରିଡା ସହରରେ ସୈମ୍ ରେକ୍ (୯୦) ନାମକ ଜଣେ ବ୍ୟକ୍ତି ଏପରି କରି ଦେଖାଇଛନ୍ତି। ଜୁଲାଇ ୧୨ ତାରିଖରେ ତାଙ୍କ ସ୍ତ୍ରୀଙ୍କର ଜୋଏମଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ତାଙ୍କ ସ୍ତ୍ରୀ ମରିବାର କିଛି ଘଣ୍ଟା ପୂର୍ବରୁ ସୈମ୍ ତାଙ୍କ ସହ ସାକ୍ଷାତ କରିଥିଲେ । ଏହା ପରେ ସୈମ୍ ମଧ୍ୟ କରୋନାରେ ଶିକାର ହୋଇଥିଲେ । ଅଗଷ୍ଟ ୧ ତାରିଖରେ ସୈମଙ୍କର ମୃ୍ତ୍ୟୁ ହୋଇଥିଲା । ସୈମ୍ କରୋନାର ବିପଦକୁ ନ ଡରି ନିଜ ରୋଗିଣା ସ୍ତ୍ରୀକୁ ଦେଖା କରିବାକୁ ନିଷ୍ପତ୍ତି ନେଇଥିଲେ । ସ୍ତ୍ରୀଙ୍କ ସହ ସାକ୍ଷାତ କରିବାର ତିନି ସପ୍ତାହ ପରେ ସ୍ବାମୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସେ ନିଜ ରୋଗିଣା ସ୍ତ୍ରୀଙ୍କୁ ଦେଖା କରିବା ପାଇଁ ତାଙ୍କ ସ୍ବାମୀ ଜଣକ ପିପିଇ କିଟ୍ ସହିତ ମାସ୍କ ପିନ୍ଧି କରି ଯାଇଥିଲେ ।

Coronavirus

ମିଳିଥିବା ସୂଚନା ଅନୁସାରେ ସୈମଙ୍କ ଝିଅ ହୋଲି ରୈକ୍ କହିଛନ୍ତି ଯେ, ତାଙ୍କ ପିତା ମାଙ୍କ ସହ ସାକ୍ଷାତ କରିବାବେଳେ କରୋନା ସଂକ୍ରମଣ ହୋଇଥିଲେ । ହୋଲି ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ବାପା ମାଙ୍କ ସହ ଦେଖା କରିବା ପୂର୍ବରୁ ଏପରି ବିପଦ ଥିବାର ଜାଣିଥିଲେ । ହେଲେ ଖାତିର କରିନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.