ଆଜି ରାତିରେ ପୃଥିବୀ ପୃଷ୍ଠକୁ ଧକ୍କା ଦେଇପାରେ ଏକ ବିରାଟକାୟ ପବନ, ହୋଇପାରେ ଏହି ସବୁ କ୍ଷତି

ଏକ ବିପଦପୂର୍ଣ୍ଣ ଓ ତୀବ୍ର ବେଗରେ ଆସୁଥିବା ପବନ ଆଜି ରାତି ସମୟରେ ପୃଥିବୀକୁ ଧକ୍କା ଦେଇପାରେ । ଆଉ ଯଦି ଏମିତି ହୁଏ ତେବେ ବ୍ରିଟେନ ସମେତ ୟୁରୋପ ମହାଦେଶର ପାୱାର ଗ୍ରୀଡରେ ସମସ୍ୟା ଦେଖା ଦେଇପାରେ । ସ୍ପେସ ୱେଦର ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ମୁତାବକ ଏହି ସୋଲାର ଫ୍ଲେୟର ସୂର୍ଯ୍ୟଙ୍କ ଏକ କଣାରୁ ହିଁ ବାହାରିଥାଏ । ଏହାର ବେଗ ସେକେଣ୍ଡ ପ୍ରତି ୬୦୦ କିମି ପର୍ଯ୍ୟନ୍ତ ରହିବା ନେଇ ଜଣାଯାଇଛି । ଏହା ସହ ଏହା ପୃଥିବୀ ପୃଷ୍ଠର ମ୍ୟାଗନେଟୋଷ୍ପୀୟରକୁ ମଧ୍ୟ ପ୍ରଭାବିତ କରିବ । ଅବଶ୍ୟ ଏହି ସୋଲାର ଫ୍ଲେୟର ପୃଥିବୀ ପୃଷ୍ଠ ସହ ଧକ୍କା ହେବାର ଆଶଙ୍କାକୁ ସେତେଟା ଗୁରୁତର ସହ ନିଆଯାଉନାହିଁ । କିନ୍ତୁ ଯଦି ଏହା ପୃଥିବୀ ସହ ଧକ୍କା ହୁଏ ତେବେ ଏଠାକାର ପାୱାର ଗ୍ରୀଡ ଏପଟ ସେପଟ ହୋଇ ଦିଗ ପରିବର୍ତ୍ତନ କରିପାରେ । ଆଉ ଏହି ପବନ ଦ୍ୱାରା ଗୁଗୁଲ ମ୍ୟାପ ଓ GPS ସ୍ୟାଟଲଇଟରେ ମଧ୍ୟ ଏକାଧିକ ସମସ୍ୟା ଦେଖା ଦେଇପାରେ । ଏହା ସହ ଅଧିକ ଉଚ୍ଚରେ ଉଡୁଥିବା ପକ୍ଷୀ ମାନଙ୍କର ଗତିପଥକୁ ମଧ୍ୟ ଏହା ପ୍ରଭାବିତ କରିପାରେ ।
ଏହା ସହ ପୃଥିବୀର ଧ୍ରୁବ ଉପରେ ଢୃବୀୟ ଆଲୋକ ମଧ୍ୟ ଦେଖିବାକୁ ମିଳିପାରେ । ସରକାରଙ୍କ ପକ୍ଷରୁ ସୋଲାର ପବନକୁ ନେଇ କୌଣସି ପ୍ରକାରର ଚେତାବନୀ ଜାରି କରାଯାଇନାହିଁ । ଏହା ପୃଥିବୀ ପୃଷ୍ଠକୁ ଛୁଇଁବା ନେଇ ଆଶଙ୍କା ଖୁବ କମ ଥିବାରୁ ଏହାକୁ ହୁଏତ ଏତେ ଗୁରୁତର ସହ ନେଉନାହାନ୍ତି ସରକାର । ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ ସୂର୍ଯ୍ୟଙ୍କ ବହିଃସ୍ତର ଅର୍ଥାତ କରୋନାର ତାପମାତ୍ରା ୧୧ ଲକ୍ଷ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହୋଇଯାଇପାରେ । ଏତେ ଅଧିକ ତାପମାତ୍ରା ହେତୁ ସୂର୍ଯ୍ୟର ଗୁରୁତ୍ବକର୍ଷଣ ଖୁବ ତୀବ୍ର ଗତିରେ ଯାଉଥିବା କଣିକା ଗୁଡିକୁ ଅଟକାଇ ପାରେନାହିଁ । ଆଉ ଏଗୁଡିକ ସୂର୍ଯ୍ୟଙ୍କ ଠାରୁ ହିଁ ବାହାରିଥାନ୍ତି । କୋରୋନା ହୋଲରୁ ବାହାରୁଥିବା ଏହି ସୌର ପବନ ଗୁଡିକ ଖୁବ ତୀବ୍ର ବେଗରେ ଗତି କରିଥାନ୍ତି । ଏହାର ବେଗ ସେକେଣ୍ଡକୁ ପ୍ରାୟ ୮୦୦ କିମି ପର୍ଯ୍ୟନ୍ତ ଛୁଇଁପାରେ । କୋରୋନା ଛିଦ୍ରରେ ତାପମାତ୍ରା ଓ ଘନତ୍ଵ ଖୁବ କମ ହେବା କାରଣରୁ ଆଉ ଏହା ସହ ଏହାର ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ହେବା କାରଣରୁ ଏହାର ଫିଲ୍ଡ ଲାଇନ ଅନ୍ତରୀକ୍ଷ ପାଇଁ ଖୋଲା ହୋଇରହିଥାଏ ।
ସୂର୍ଯ୍ୟଙ୍କ ଉପରେ ଛିଦ୍ର ଧ୍ରୁବ କମ ଆଖ୍ୟନ୍ସ ଉପରେ ସୃଷ୍ଟି ହୋଇଥାଏ । ସୂର୍ଯ୍ୟଙ୍କ ଉପରେ ଏହାର ଗତିବିଧି ଖୁବ ଧୀର ହୋଇଥାଏ । ଆଉ ଏହି ସମୟରେ ଏହା ସବୁଠାରୁ ବଡ ଆକାର ଧାରଣ କରିଥାଏ । ଦ୍ରୁତ ପବନରେ ତାପମାତ୍ରା ୮ ଲକ୍ଷ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଛୁଇଁପାରେ । କହିରଖିବା ଉଚିତ ହେବକି, ଏଇ ନିକଟରେ ଏକ ବିରାଟକାୟ ପବନ ସୂର୍ଯ୍ୟଙ୍କ ଶରୀରରୁ ବାହାରିଥିଲା । ଯାହାକୁ ଜଣେ ଫଟୋଗ୍ରାଫର କଏଦ କରିଥିଲେ । ଏହି ହାୱା ପ୍ରାୟ ୧୯ଟି ପୃଥିବୀ ଆକାରର ହୋଇଥିବା ନେଇ ଅନୁମାନ କରାଯାଉଛି ।