କାହିଁକି ଏତେ କୋଟି ଟଙ୍କା ଦେଇ ଜଣେ ବ୍ୟକ୍ତି କିଣିଲେ ଏହି ପୁରୁଣା ଜୋତା, ଜାଣନ୍ତୁ କ’ଣ ରହିଛି ଏହାର ଖାସିୟତ

ଲୋକଙ୍କୁ ନିଜ ପସନ୍ଦର ଜିନିଷ ପାଇଁ କେତେ ବି ଟଙ୍କା ଦେବାକୁ ପଡ଼ୁ ନା କାହିଁକି, ସେମାନେ ଏହାକୁ ଖାତିର କରି ନ ଥାନ୍ତି। ଏମିତି ହିଁ ଜଣେ ବ୍ୟକ୍ତିଙ୍କୁ Nike ଜୋତା ପସନ୍ଦ ଥିଲା। ତାଙ୍କ ପସନ୍ଦର ଜୋତା କୌଣସି ସାଧାରଣ ଜୋତା ନ ଥିଲା। ଏହି ଜୋତା ୧୯୭୯ ମସିହାରେ ତିଆରି କରାଯାଇଥିଲା। ଏହାକୁ କିଣିବା ପାଇଁ ବ୍ୟକ୍ତିଙ୍କୁ ୩ କୋଟି ଟଙ୍କା ଦେବାକୁ ପଡ଼ିଛି।

rrh

ଜୋତାର ଏହି ପେୟାରକୁ ‘Nike Moon Shoes’ କୁହାଯାଇଥାଏ। ଏହି ଜୋତାକୁ ନିକଟରେ ନ୍ୟୁୟର୍କରେ ନିଲାମ କରାଯାଇଥିଲା। କାନାଡ଼ାର ମାଇଲସ ନଡାଲ ନାମକ ବ୍ୟବସାୟୀ ଏହି ଜୋତା କିଣିଛନ୍ତି। ତାଙ୍କର ଏକ ବ୍ୟକ୍ତିଗତ ସଂଗ୍ରହାଳୟ ଅଛି, ଯେଉଁଠି ସେ ଏହି ଜୋତାକୁ ରଖିବାକୁ ଯାଉଛନ୍ତି। ନଡାଲଙ୍କ ପାଖରେ ୩ଟି ଏଣ୍ଟିକ କାର ଏବଂ ୩ଟି ପୁରୁଣା ବାଇକ ମଧ୍ୟ ଅଛି। ତାଙ୍କୁ ପୁରୁଣା ଜିନିଷଗୁଡ଼ିକ ପ୍ରତି ବହୁତ ସଉକ ରହିଛି।

rty

rfde

‘ମୁନ ଶୁ’ Nike ବ୍ରାଣ୍ଡ ଇତିହାସର ଏକ ମହତ୍ୱପୂର୍ଣ୍ଣ ଉତ୍ପାଦ। ଜୋତାକୁ Nikeର ସହ ସଂସ୍ଥାପକ ବିଲ ବର୍ମନ ତିଆରି କରିଥିଲେ। ଏହି ଜୋତା ୧୯୮୯ ଅଲିମ୍ପିକ ସମୟରେ ଧାବକଙ୍କ ପାଇଁ ତିଆରି କରାଯାଇଥିଲା। ଏହି ମଡେଲର କେବଳ ଦୁଇଟି ଜୋତା ପ୍ରସ୍ତୁତ ହୋଇଥିଲା। ମାଇଲସ କହିଥିଲେ, ‘Nike ଦୁନିଆରେ ଏକ ଦୁର୍ଲ୍ଲଭ ଜୋତା ବନାଇଛି। ଏହା ଖେଳ, କଳା ଏବଂ ପପ ସଂସ୍କୃତିର ଇତିହାସକୁ ଦର୍ଶାଇଥାଏ। Moon Shoes, Nikeର ଏକ ଭିନ୍ନ ସଂଗ୍ରହ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.