କୁକୁଡ଼ା ସହିତ ପ୍ରେମ ହୋଇଯିବାରୁ ସେକ୍ସ ମଡେଲକୁ ଦେଲେ ଧୋକା, ଛାଡ଼ପତ୍ର ଦେଇ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଏହି ପହିଲମାନ

ପ୍ରେମ ଅନ୍ଧ ହୋଇଥାଏ, ଏହା ଆପଣ ଅନେକ ଥର ଶୁଣିଥିବେ। ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରେମ ବିଷୟରେ କହିବୁ, ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କଜାକସ୍ତାନରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଅଜବ ଜିନିଷ ସହିତ ପ୍ରେମ ହୋଇଯାଇଥାଏ। ତାଙ୍କ ନାଁ ୟୁରି ଟୋଲୋଚକୋ। Pansexual ବୋଲାଉଥିବା ୟୁରି ବଡ଼ ବିଚିତ୍ର ଧରଣର। ସେ କୌଣସି ବି ଜିନିଷ ଦେଖିଲେ ତା’ ପ୍ରତି ସମ୍ବେଦନଶୀଳ ହୋଇପଡ଼ନ୍ତି।

ଗତବର୍ଷ ୟୁରି ଏକ ସେକ୍ସ ମଡେଲ ‘ମାର୍ଗୋ’କୁ ବିବାହ କରିଥିଲେ। ଏବେ ତାଙ୍କୁ ଟଏ ଚିକେନ୍‌ ଅର୍ଥାତ୍‌ କୁକୁଡ଼ା ଭଳି ଦେଖାଯାଉଥିବା ଏକ ଖେଳଣା ସହିତ ପ୍ରେମ ହୋଇଯାଇଛି। ଆଉ ଅଦ୍ଭୁତ କଥା ହେଉଛି, ନିଜର ଏହି ନୂଆ ପ୍ରେମ ପାଇଁ ୟୁରି ‘ମାର୍ଗୋ’କୁ ଛାଡ଼ପତ୍ର ଦେଇଛନ୍ତି। ଖୁବ୍‌ଶୀଘ୍ର ସେ ଟଏ ଚିକେନ୍‌ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ତେବେ ୟୁରି ୨୦୨୦ ନଭେମ୍ବରରେ ହିଁ ମାର୍ଗୋକୁ ବିବାହ କରିଥିଲେ। ଏହି ବିବାହ ଉତ୍ସବରେ କିଛି ଲୋକ ମଧ୍ୟ ସାମିଲ ହୋଇଥିଲେ। ମାର୍ଗୋ ସହିତ ନିଜର ପ୍ରେମ ସଂକ୍ରାନ୍ତରେ ୟୁରି ସର୍ବସାଧାରଣରେ ଘୋଷଣା କରିଥିଲେ। ଦୁଇଜଣ ଏକାଠି ବୁଲିବାକୁ ଯାଉଥିଲେ। ଫଟୋ ମଧ୍ୟ ଉଠାଉଥିଲେ। ଏପରି କି, ସୋସିଆଲ ମିଡିଆରେ ୟୁରି ଦୁହିଁଙ୍କର କିଛି ଫଟୋ ବି ଶେୟାର କରିଛନ୍ତି। କିନ୍ତୁ ବିବାହର ମାସକ ଭିତରେ ହିଁ ସେମାନଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା। ଏହାପରେ ୟୁରି ଅନ୍ୟ କଣ୍ଢେଇଙ୍କ ସହିତ ସମ୍ପର୍କ ରଖିବା ଆରମ୍ଭ କରିଦେଇଥିଲେ।

ୟୁରିଙ୍କୁ ଏମିତି ଏକ ଡଲ୍‌ ସହିତ ପ୍ରେମ ହୋଇଥିଲା, ଯାହାର ଶରୀର କୁକୁଡ଼ା ଭଳି ରହିଛି। ୟୁରିଙ୍କ କହିବା ହେଲା, ଏହା ତାଙ୍କର ପ୍ରକୃତ ପ୍ରେମ। କୁକୁଡ଼ା ସହିତ ପ୍ରେମ ହୋଇଯିବା ପରେ ସେ ତାକୁ ବିବାହ କରିବାକୁ ଇଚ୍ଛା ମଧ୍ୟ ରଖିଛନ୍ତି। ଏହାର ନାଁ ସେ ‘ଲୋଲା’ ରଖିଛନ୍ତି। ଏହା ବହୁତ ସେକ୍ସି ବୋଲି ୟୁରି କହିଛନ୍ତି। ସେପଟେ ଲୋଲା ଛଡ଼ା ତାଙ୍କର ଏକ ଗାର୍ଲଫ୍ରେଣ୍ଡ ବି ଅଛି। ତାଙ୍କ ନାଁ ‘ଲୁନା’। ବର୍ତ୍ତମାନ ୟୁରି ଏକପ୍ରକାର କନ୍‌ଫ୍ୟୁଜ୍‌ରେ ପଡ଼ିଛନ୍ତି କି, ସେ କାହାକୁ ବିବାହ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.