କରୋନା ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଡଙ୍ଗାକୁ ହିଁ କରିଦେଲେ ଆମ୍ବୁଲାନ୍ସ, PPE କିଟ, ଷ୍ଟ୍ରେଚର, ହ୍ବିଲଚେୟାରର ରହିଛି ସୁବିଧା

ଏବେ କରୋନା ମହାମାରୀ ସହ ସାରା ଦେଶ ଜୁଝି ହେଉଛି। ଏମିତି ସ୍ଥିତିରେ ଅନେକ ଲୋକ ସହାୟତା କରିବାକୁ ଆଗେଇ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଏମିତି ହିଁ ଜଣେ ହେଉଛନ୍ତି ଜାମ୍ମୁ କଶ୍ମୀରର ତାରିକ ଅହମଦ ପତଲୁ। ତାରିକ ଶ୍ରୀନଗରର ଡାଲ ହ୍ରଦରେ ଏକ ଡଙ୍ଗାକୁ ଆମ୍ବୁଲାନ୍ସ ବନାଇ ଦେଇଛନ୍ତି।

ଏହି ଡଙ୍ଗା ସାହାଯ୍ୟରେ ତାରିକ କରୋନା ରୋଗୀଙ୍କୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେବା ଆଣିବା କରୁଛନ୍ତି। ତେବେ ସେ ଏହି କାମ ସେବେ ଆରମ୍ଭ କରିଥିଲେ, ଯେବେ ସେ ନିଜେ କରୋନା ପଜିଟିଭର ଶିକାର ହୋଇଥିଲେ ଏବଂ ତାଙ୍କୁ ସାହାଯ୍ୟ କରିବାକୁ କେହି ଆଗେଇ ଆସି ନ ଥିଲେ। କରୋନାରୁ ସୁସ୍ଥ ହେବା ପରେ ତାରିକ ଏକ ଆମ୍ବୁଲାନ୍ସ ବନାଇବାକୁ ନିଷ୍ପତ୍ତି ନେଇଥିଲେ।

ତାରିକ ନିଜ ଖର୍ଚ୍ଚରେ ହିଁ ଏହି ଫ୍ଲୋଟିଂ ଆମ୍ବୁଲାନ୍ସ ତିଆରି କରିଛନ୍ତି ଏବଂ ଆଜି ସେ ଡାଲ ହ୍ରଦ ଆଖପାଖରେ ରହୁଥିବା ଲୋକଙ୍କୁ ମାଗଣାରେ ଜରୁରିକାଳୀନ ସେବା ଯୋଗାଇ ଦେବାରେ ସାହାଯ୍ୟ କରୁଛନ୍ତି। ତାରିକଙ୍କ କହିବା ହେଲା, ଉକ୍ତ ଆମ୍ବୁଲାନ୍ସରେ ସେ ପିପିଇ କିଟ, ଷ୍ଟ୍ରେଚର ଏବଂ ହ୍ବିଲଚେୟାରର ସୁବିଧା ମଧ୍ୟ ଉପଲବ୍ଧ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.