ପବନରେ ପ୍ରେମ ନିବେଦନ ! ଆକାଶରେ ସ୍କାଏଡାଇଭିଂ ବେଳେ ପ୍ରେମିକାଙ୍କୁ ଜଣାଇଲେ ନିଜ ମନର କଥା

ଲୋକେ ପ୍ରେମରେ କ’ଣ ଯେ ନ କରି ପାରନ୍ତି। ସବୁ ସୀମା ପାର୍‌ କରିବାକୁ ସାହସ ରଖିଥାଆନ୍ତି। ପ୍ରେମକୁ ପ୍ରକାଶ କରିବା ପାଇଁ ସେମାନେ ବିଭିନ୍ନ ତରକା ଆପଣାଇ ଥାଆନ୍ତି। ଏବେ ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହା ଏକ ମ୍ୟାରେଜ୍‌ ପ୍ରପୋଜାଲର ଭିଡିଓ, ଯେଉଁଥିରେ କପଲ୍‌ ସ୍କାଏଡାଇଭିଂ କରୁଥିବାର ଦେଖିବାକୁ ମିଳୁଛନ୍ତି।

ବାସ୍ତବରେ, ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କୁ ପ୍ରପୋଜ କରିବାର ଏମିତି ଉପାୟ ଆପଣାଇଛନ୍ତି ଯେ ଯାହାକି ସମସ୍ତଙ୍କ ହୃଦୟକୁ ଜିତିଯାଇଛି। ଭିଡିଓରେ ଦେଖିବାକୁ ମିଳୁଛି, ବ୍ୟକ୍ତି ଜଣକ ଆକାଶରେ ପ୍ରେମିକାଙ୍କୁ ପ୍ରେମ ନିବେଦନ କରୁଛନ୍ତି। ଏହା ଦେଖି ପ୍ରେମିକାଙ୍କର ବି ଆଶ୍ଚର୍ଯ୍ୟର ସୀମା ରହୁନାହିଁ।

Wingman ନାମକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଭିଡିଓ ଶେୟାର କରାଯାଇଛି। ଏଥିରେ କ୍ୟାପସନ ଲେଖାଯାଇଛି, ‘ସ୍କାଏଡାଇଭ୍‌ ମ୍ୟାରେଜ୍‌ ପ୍ରପୋଜାଲ।’ ଲୋକେ ଏହାକୁ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି। ଏହା ଉପରେ ବିଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି।

 

View this post on Instagram

 

A post shared by Wingman (@wingmanskydive)

Leave A Reply

Your email address will not be published.